ଜଗା ଦର୍ଶନ ପାଇଁ ବଢିଲା ସମୟ ସୀମା, ଶ୍ରୀମନ୍ଦିର ପ୍ରଶାସନ ଜାରୀ କଲେ ନୂଆ ଏସଓପି

Published: Dec 15, 2021, 8:10 pm IST

ପୁରୀ: ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହେଲା ନୂଆ ଏସଓପି। ନୂଆ ଏସଓପି ଅନୁଯାୟୀ ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଣିକି ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀୟୁଙ୍କ ଦର୍ଶନ ହେବ। ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦର୍ଶନ ସମୟ ବଢାଇ ଦିଆଯାଇଛି।

ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରବେଶ ପାଇଁ ପୂର୍ବରୁ ଯେଉଁ କୋଭିଡ କଟକଣା ଥିଲା ତାହା ଜାରୀ ରହିବ। ହେଲେ ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ।

Related posts