ମୁମ୍ବାଇ : କରୋନା ମୁକାବିଲା ପାଇଁ ମୋବାଇଲ୍ କମ୍ପାନୀ ସିମେନ୍ସ ଇଣ୍ଡିଆ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ନୋକିଆର ପ୍ୟାରେଣ୍ଟ କମ୍ପାନୀ ସିମେନ୍ସର ଭାରତୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁନୀଲ ମାଥୁର ଏହି ଅର୍ଥ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହା ସହିତ କମ୍ପାନୀ ପକ୍ଷରୁ ୪୦ ହଜାର ମାସ୍କ ପ୍ରଦାନ କରାଯିବ ଏବଂ ଶସ୍ତା ଭେଣ୍ଟିଲେଟର ତିଆରି ପାଇଁ ପ୍ରୟାସ କରାଯିବ ବୋଲି ମାଥୁର ପ୍ରକାଶ କରିଛନ୍ତି ।
