Categories
ଆଜିର ଖବର ଖେଳ

ଖେଳରତ୍ନ ପୁରସ୍କାର ପାଇଁ ରୋହିତଙ୍କ ନାମ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ : ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ପକ୍ଷରୁ ରୋହିତ ଶର୍ମାଙ୍କ ନାମ ସୁପାରିଶ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଅନ୍ୟ 3 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ବିସିସିଆଇ । ଏହି ତାଲିକାରେ ଦୁଇ ଜଣ ପୁରୁଷ ଖେଳାଳି ରହିଥିବା ବେଳେ ଜଣେ ମହିଳା ଖେଳାଳି ରହିଛନ୍ତି । ଇଶାନ୍ତ ଶର୍ମା, ଶିଖର ଧଓ୍ବନ୍‌ ଏବଂ ଦୀପ୍ତି ଶର୍ମାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି ବିସିସିଆଇ ।

ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମା କ୍ଷୁଦ୍ର ଫର୍ମାଟରେ ଭାରତର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । 2019 କ୍ୟାଲେଣ୍ଡର ବର୍ଷରେ ରୋହିତ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବେଳେ ବିଶ୍ବକପ୍‌ର 9ଟି ମ୍ୟାଚ୍‌ରେ 648 ରନ୍‌ ସଂଗ୍ରହ କରିଥିଲେ । ଏହା ସହିତ ରୋହିତ ଟି 20ରେ 4ଟି ଶତକ ମଧ୍ୟ ହାସଲ କରିଛନ୍ତି ।

ରୋହିତଙ୍କ ଓପନିଂ ପାର୍ଟନର ଶିଖର ଧଓ୍ବନ୍‌ ଏବଂ ଭାରତର ଏକ ନମ୍ବର ଟେଷ୍ଟ ବୋଲର ଇଶାନ୍ତ ଶର୍ମାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଥିବା ବେଳେ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶନିବାର ଏହି 4 ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଲେ ଧଓ୍ବନ୍‌

ମୁମ୍ବାଇ : ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶୃଙ୍ଖଳାରୁ ବାଦ ପଡିଛନ୍ତି ଶିଖର ଧଓ୍ବନ୍‌ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ସିରିଜ୍‌ରେ ଆହତ ହେବା କାରଣରୁ ଧଓ୍ବନ୍‌ଙ୍କୁ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଛନ୍ତି । ରାଜକୋଟ ଦିନିକିଆରେ ଧଓ୍ବନ୍‌ଙ୍କ ପଞ୍ଜରାରେ ବଲ୍‌ ବାଜିଥିବା ବେଳେ ସେ ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଫିଲ୍‌ଡିଂ କରିନଥିଲେ । ଫିଜିଓ ତୃତୀୟ ଦିନିକିଆ ପାଇଁ ଫିଟ୍‌ ଘୋଷଣା କରିବା ପରେ ଧଓ୍ବନ୍‌ ଖେଳିଥିବା ବେଳେ ଫିଲ୍‌ଡିଂ କରି ଆହତ ହୋଇଥିଲେ । ଆହତ ହେବା ପରେ ଧଓ୍ବନ୍‌ ବ୍ୟାଟିଂ କରିନଥିଲେ । ଜାନୁୟାରୀ 24ରୁ 5 ମ୍ୟାଚ୍‌ ବିଶିଷ୍ଟ ଟି20 ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଧଓ୍ବନ୍‌ଙ୍କ ବଦଳ ଖେଳାଳି ଭାବରେ ସଞ୍ଜୁ ସାମ୍‌ସନ୍‌, ମୟଙ୍କ ଅଗ୍ରଓ୍ବାଲ କିମ୍ବା ପୃଥ୍ବୀ ଶଙ୍କୁ ଦଳରେ ସାମିଲ କରାଯାଇପାରେ । (ଏଜେନ୍ସୀ)

Categories
ଆଜିର ଖବର

ଜିଏସ୍‌ କାଲ୍‌ଟେକ୍ସ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡର ଶିଖର ଧଓ୍ବନ୍‌

ଜିଏସ୍‌ କାଲ୍‌ଟେକ୍ସ ଭାରତୀୟ କ୍ରିକେଟର ଶିଖର ଧଓ୍ବନ୍‌ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ଦକ୍ଷିଣ କୋରିଆର ଏହି ଲୁବ୍ରିକାଣ୍ଟ କମ୍ପାନୀ ଭାରତୀୟ ବଜାରରେ ନିଜର ପ୍ରଚାର ପ୍ରସାର କରିବା ପାଇଁ ଧଓ୍ବନ୍‌ଙ୍କୁ ନିଯୁକ୍ତ କରିଛି। ଭାରତରେ ନିକଟରେ ପ୍ରବେଶ କରିଥିବା ଏହି କମ୍ପାନୀ ନିଜର ନୂତନ ଉତ୍ପାଦ ଗୁଡିକର ବିଜ୍ଞାପନ ପାଇଁ ଧଓ୍ବନ୍‌ଙ୍କ ଚେହେରା ବ୍ୟବହାର କରିବ। କମ୍ପାନୀ ସହିତ ନିଜର ଚୁକ୍ତି ବିଷୟରେ ଧଓ୍ବନ୍‌ କହିଛନ୍ତି, ଏହି କମ୍ପାନୀ ବିଶ୍ବରେ ନିଜକୁ ପ୍ରତିଷ୍ଠିତ କରି ପାରିଛି। ଭାରତୀୟ ବଜାର ପାଇଁ କମ୍ପାନୀ ସହିତ ଜୋଡି ହୋଇଥିବାରୁ ଖୁସି ଜାହିର କରିଛନ୍ତି ଧଓ୍ବନ୍‌।