Categories
ଆଜିର ଖବର ଜାତୀୟ ଖବର

ପେଶାଓ୍ବାରରେ ଶିଖ୍ ଯୁବକଙ୍କୁ ହତ୍ୟା

ପେଶାଓ୍ବାର, 5/1: ପାକିସ୍ତାନରେ ନନକାନା ସାହିବ ଗୁରୁଦ୍ବାରଠାରେ ହୋଇଥିବା ଆକ୍ରମଣ ପରେ ବିବାଦ ଥମୁନାହିଁ । ପାକିସ୍ତାନ ପେଶାୱାରରେ ଆଜି ପୁଣି ଜଣେ ଶିଖ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶିଖ ଯୁବକଙ୍କୁ  ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ରବୀନ୍ଦ୍ର ସିଂହ ବୋଲି ଜଣାପଡିଛି । ପଚିଶ ବର୍ଷୀୟ ରବିନ୍ଦ୍ର ସିଂହ ମାଲେସିଆରେ ରହୁଥିବାବେଳେ ନିଜ ବିବାହ ପାଇଁ ପେଶଓ୍ବାର ଆସିଥିଲେ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନନକାନା ସାହିବ ଗୁରୁଦ୍ବାର ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ଇମ୍ରାନ୍‌ ଏହି ଘଟଣାକୁ ନେଇ ସରକାର ତଥା ଅଦାଲତ ଜିରୋ ଟରେଲାନ୍ସ ନୀତି ଆପଣାଇେବ ବୋଲି କହିଛନ୍ତି ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଗୁରୁ ନାନକଙ୍କ ଜନ୍ମସ୍ଥଳୀ ତଥା ଶିଖ ଧର୍ମାଲମ୍ୱୀଙ୍କ ପବିତ୍ର ପୀଠ ନାନକାନା ଗୁରୁଦ୍ୱାରରେ ପ୍ରାର୍ଥନା କରୁଥିବା ଶିଖ ଲୋକଙ୍କ ଉପରେ ପଥର ମାଡ଼ ହୋଇଥିଲା । (ଏଜେନ୍ସି)