Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍‌ ପ୍ରତ୍ୟାହର କଲା ଜାପାନ

ଟୋକିଓ : ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ ପ୍ରତ୍ୟାହର କରିନେଇଛି ଜାପାନ । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଦିନ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଦେଶର ଅନେକ ସ୍ଥାନରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଥିବା ବେଳେ ଟୋକିଓ ସମେତ ଅନ୍ୟ ଚାରି ସହରରେ ଏହି କଟକଣା ବଳବତ୍ତର ରହିଥିଲଶ । ମାତ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଏବଂ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଲକ୍‌ଡାଉନ୍‌ କଟକଣା ଉଠଇଛନ୍ତି ଆବେ ।

ସୋମବାର ଦିନ ଟୋକିଓ, କାନାଗାଓ୍ବା, ଚିବା, ସାଇଟାମା ଏବଂ ହୋକାଇଡୋରୁ ଏହି କଟକଣା ଉଠାଇ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ମାସର ପ୍ରାରମ୍ଭରେ ଜାପାନର୍‌ ଅର୍ଦ୍ଧାଧିକ ସହରରେ ଏହି କଟକଣାକୁ କୋହଳ କରାଯାଇଥିଲା । ଜାପାନରେ କରୋନା ଦ୍ବାରା 16600 ଲୋକ ଆକ୍ରାନ୍ତ ହୋଇଥିବା ବେଳେ 850 ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ବାଂଲାଦେଶ ମନ୍ତ୍ରୀଙ୍କ ପରେ ଭାରତ ଗସ୍ତ ଋଦ୍ଦ କଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,13/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିରୋଧ କରି ଦୁଇ ବାଂଲାଦେଶ ମନ୍ତ୍ରୀ ନିଜର ଭାରତ ଗସ୍ତ ଋଦ୍ଦ କରିଥିବା ବେଳେ ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି ଧାରାରେ ସାମିଲ ହୋଇଛନ୍ତି । ଆସାମର ରାଜଧାନୀ ଗୌହାଟୀରେ ଭାରତ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ, ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଚାଲି ରହିଥିବାରୁ ଏହି ସମ୍ମିଳନୀ ହେବା ନେଇ ଆଶଙ୍କା ଦେଖା ଦେଇଛି । ରବିବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରବିବାର ଭାରତ ଗସ୍ତରେ ଆସିବାର ଥିଲା ମାତ୍ର ବର୍ତ୍ତମାନ ଆବେ ଭାରତ ଗସ୍ତ ଋଦ୍ଦ କରିବାର ଯୋଜନା କରୁଛନ୍ତି ବୋଲି ଜାପାନ ପକ୍ଷରୁ ପ୍ରକାଶ କରାଯାଇଛି । ଜାପାନ ପ୍ରଧାନନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ମିଳି ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ପ୍ରକାଶ କରିଛନ୍ତି ।