ରୋମାନିଆ : ବିଶ୍ବରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କରୋନା କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରହିଛି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ବିଶ୍ବର ପ୍ରାୟ ସବୁ ଦେଶ କଠୋର କଟକଣା ଲଗାଇଛନ୍ତି । ତେବେ ଏବେ ସାମାଜିକ ଦୂରତ୍ବ ରକ୍ଷା କରିବା ଜୋତା । ରୋମାନିଆରେ ଏବେ ଏପରି ଏକ ଜୋତା ବିକ୍ରି ହେଉଛି ଯାହା ସାମାଜିକ ଦୂରତ୍ବ ରକ୍ଷା କରିବାରେ ବିଶେଷ ସହାୟକ ହୋଇପାରୁଛି ।
ମିଳିଥିବା ସୂଚନା ଅନୁସାରେ ରୋମାନିଆରେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଥିଲା । ଏହା ପରେ କଟକଣା କୋହଳ କରାଯାଇଥିଲା । କିନ୍ତୁ କଟକଣା କୋହଳ ପରେ ଲୋକେ ସାମାଜିକ ଦୂରତ୍ବକୁ ମାନୁନଥିବାର ଦେଖାଯାଇଥିଲା । ଏହା ପରେ ଜଣେ ଯୋତା ବିକାଳୀ ଏପରି ଏକ ଜୋତା ପ୍ରସ୍ତୁତ କରିଛନ୍ତି, ଯାହା ସାମାଜିକ ଦୂରତ୍ବକୁ ରକ୍ଷା କରିବାରେ ସାହାଯ୍ୟ କରୁଛି ।
କ୍ଲୁଜ୍ ଟ୍ରାନ୍ସିଲବିଅନ୍ ସହରର ଜୋତା ନିର୍ମାତା ଗ୍ରିଗୋର୍ ଲୁପ୍ ନେ ଲୋକଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ପାଇଁ ଏକ ନୂତନ ଜୋତା ପ୍ରସ୍ତୁତ କରିଛନ୍ତି । ଏହି ଜୋତା ୟୁରୋପୀୟ ସାଇଜ୍ ଅନୁସାରେ 75 ନମ୍ବରରେ ଆସୁଛି । ଏହି ଜୋତା ପିନ୍ଧିବା ଦ୍ବାରା ଅତି କମ୍ରେ ଜଣଙ୍କଠାରୁ ଏକରୁ ଦେଢ ମିଟର ଦୂରତା ରହିପାରିବ । ଏବେ ଏହି ଜୋତାର ଫଟୋଗୁଡିକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଜୋତା ପାଇଁ ଅର୍ଡର ମଧ୍ୟ ମିଳିବାରେ ଲାଗିଲାଣି । (ଏଜେନ୍ସି)