Categories
ଆଜିର ଖବର ଜାତୀୟ ଖବର

ସାମାଜିକ ଦୂରତ୍ବର ପାଳନ ନ ହେଲେ ଅଞ୍ଚଳକୁ ସିଲ୍‌ କରାଯିବ : ଅରବିନ୍ଦ କେଜରୀଓ୍ବାଲ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଲକ୍‌ଡାଉନ୍ 3.0ରେ ଦେଶରେ ବହୁ ଅଞ୍ଚଳରେ କଟକଣାକୁ କିଛିକାଂଶରେ କୋହଳ କରାଯାଇଛି। ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଳୀରେ ମଧ୍ୟ କିଛି କଟକଣା କୋହଳ କରାଯାଇଛି।  ଆଜି ଦିଲ୍ଲୀର ବହୁ ସ୍ଥାନରେ ଦୋକାନ ଗୁଡିକ ଖୋଲାଯାଇଥିବାବେଳେ ସେଠାରେ ସାମାଜିକ ଦୂରତ୍ବକୁ କେହି ମାନୁନଥିବାର ଦେଖାଯାଇଥିଲା । କରୋନା ଗାଇଡ ଲାଇନ୍‌କୁ ଉଲ୍ଲଂଘନ କରୁଥିବାର ଦେଖାଯାଇଥିଲା । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଯଦି କୌଣସି କ୍ଷେତ୍ରରେ ସାମାଜିକ ଦୂରତ୍ବକୁ ସଠିକ୍‌ ରୂପେ ପାଳନ କରାନଯାଏ ବା ଲକ୍‌ ଡାଉନର ନିୟମକୁ ଉଲ୍ଲଂଘନ କରାଯାଏ, ତେବେ ସେହି କ୍ଷେତ୍ରକୁ ସିଲ୍‌ କରାଯିବା ସହିତ ସେହି କ୍ଷେତ୍ରରୁ କୋହଳ କରାଯାଇଥିବା କଟକଣାକୁ ଫେରସ୍ତ ନିଆଯିବ । ମାସ୍କ ପିନ୍ଧି ବାହାରକୁ ବାହାରନ୍ତି, କରୋନା ଗାଇଡ ଲାଇନ ପାଳନ କରିବାକୁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଦିଲ୍ଲୀର ଲୋକେ ଡେଙ୍ଗୁକୁ ହରାଇଛନ୍ତି । ଆମେ ଯଦି ସତର୍କ ରହି ଗାଇଡ୍‌ ଲାଇନ ପାଳନ କରିବା ତେବେ କରୋନା ଭାଇରସକୁ ମଧ୍ୟ ହରାଇ ପାରିବା ବୋଲି କହିଛନ୍ତି କେଜରୀଓ୍ବାଲ ।

ଆଜି ଦିଲ୍ଲୀ ସଡକରେ ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ରେଡ୍‌ ଜୋନ୍‌ରେ ଖୋଲିଥିବା ମଦ ଦୋକାନଗୁଡିକରେ ସାମାଜିକ ଦୂରତ୍ବକୁ ପାଳନ କରାଯାଇନଥିଲା ସେହି  ମଦ ଦୋକାନଗୁଡିକୁ ବନ୍ଦ କରି ଦିଆଯାଇଥିଲା । ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତ 4549 ରହିଥିବାବେଳେ ମୃତ୍ୟୁ ସଂଖ୍ୟା  64ରେ ପହଞ୍ଚିଛି । (ଏଜେନ୍ସି)

Categories
ଫଟୋ ଖବର

ଆଜି ଆମିଷ ବାର: ଭୁବନେଶ୍ବରର ଆମିଷ ବଜାରରେ ଗ୍ରାହକଙ୍କ ମଧ୍ୟରେ ରଖାଯାଇଛି ସାମାଜିକ ଦୂରତା

ଭୁବନେଶ୍ବର- ଆମିଷ ବାରରେ ସାଧାରଣତଃ ଆମିଷ ବଜାରରେ ବିଡ ଜମିଥାଏ। ହେଲେ କୋରନା ଘଟଣା ଆସିବା ଦିନଠାରୁ ଚାରିଆଡେ ସାମାଜିକ ଦୂରତା ରଖାଯାଉଥିଲେ ମଧ୍ୟ ଆମିଷ ବଜାରରେ ତାହା ନ ଥିଲା। ଏବେ ବିଏମସି କର୍ତ୍ତୁପକ୍ଷ ଏହାକୁ ଶୃଙ୍ଖଳିତ କରିପାରିଛନ୍ତି।