Categories
ଆଜିର ଖବର ଜାତୀୟ ଖବର

ସେନାକୁ ସଫଳତା: ସୋପିଆଁରେ 3 ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା। ସୋପିଆଁରେ ମଙ୍ଗଳବାର ଘଟିଥିବା ଏହି ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳୁ ସୋପିଆଁର ତୁର୍କଓ୍ବାଙ୍ଗାନ ଅଞ୍ଚଳରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଘଟିଥିବା ନେଇ ରିପୋର୍ଟ ମିଳିଛି। ତିନି ଆତଙ୍କବାଦୀଙ୍କ ପରିଚୟ ମିଳି ନଥିବା ବେଳେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

4 ଦିନରେ 14 ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା

ଶ୍ରୀନଗର : ଜମ୍ମୁକାଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ବିଗତ 4 ଦିନ ମଧ୍ୟରେ 14 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ବୁଧବାର ସକାଳୁ ସୋପିଆଁରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ5 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋପିଆଁର ସୁଗୋ ହେଧାମାରେ ବୁଧବାର ଘଟିଥିବା ଏନ୍‌କାଉଣ୍ଟରରେ ସକାଳୁ 2 ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ପରେ ଆହୁରି ତିନି ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସେନା ପକ୍ଷରୁ ରବିବାର ଦିନ 5 ଜଣ ଆତଙ୍କୀ ଏବଂ ସୋମବାର ଦିନ 4 ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୋପିଆନ୍‌ରେ ଏନ୍‌କାଉଣ୍ଟର: ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ୍‌ରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସକାଳୁ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହେବା ସହିତ ଏହି ଏନ୍‌କାଉଣ୍ଟର ସମାପ୍ତ ହୋଇଛି। ନିହତ ତୃତୀୟ ଆତଙ୍କୀର ପରିଚୟ ମିଳିପାରି ନାହିଁ। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟର ଆଜି ସମାପ୍ତ ହୋଇଥିବା ନେଇ ସୂଚନା ମିଳିଛି। ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନା ପକ୍ଷରୁ ମିଳିତ ଭାବରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦବିନ୍ଦର ସିଂ ମାମଲା : ସୋପିଆଁରେ ଏନ୍‌ଆଇଏର ଚଢାଉ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଡିଏସ୍‌ପି ଦବିନ୍ଦର ସିଂଙ୍କ ଆତଙ୍କମୀ ଲିଙ୍କ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଜମ୍ମୁ କାଶ୍ମୀରର ସୋପିଆଁରେ ଚଢାଉ କରାଯାଇଛି । ଶନିବାର ଏନ୍‌ଆଇଏର 20 ଜଣିଆ ଟିମ୍‌ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଆଜି ଚଢାଉ କରାଯାଇଛି । ଦବିନ୍ଦର ସିଂଙ୍କୁ ପଚରା ଉଚୁରା ସମୟରେ ହାସଲ କରାଯାଇଥିବା କିଛି ତଥ୍ୟ ଆଧାରରେ ଏହି ଚଢାଉ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଦୁଇ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହିତ ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରର ସୋପିଆଁରେ ତିନି ଆତଙ୍କୀ ନିହତ

ସୋପିଆଁ : ଜମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ତିନି ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋମବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ସୋପିଆଁରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିମାଡରେ ତିନି ଆତଙ୍କୀ ନିହତ ହୋଇଥିଲେ । ଘଟଣା ସ୍ଥଳରୁ ସୁରକ୍ଷା ବଳ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । (ଏଜେନ୍ସୀ)