4 ଦିନରେ 14 ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା

Published: Jun 10, 2020, 2:20 pm IST

ଶ୍ରୀନଗର : ଜମ୍ମୁକାଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ବିଗତ 4 ଦିନ ମଧ୍ୟରେ 14 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ବୁଧବାର ସକାଳୁ ସୋପିଆଁରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ5 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋପିଆଁର ସୁଗୋ ହେଧାମାରେ ବୁଧବାର ଘଟିଥିବା ଏନ୍‌କାଉଣ୍ଟରରେ ସକାଳୁ 2 ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ପରେ ଆହୁରି ତିନି ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସେନା ପକ୍ଷରୁ ରବିବାର ଦିନ 5 ଜଣ ଆତଙ୍କୀ ଏବଂ ସୋମବାର ଦିନ 4 ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । (ଏଜେନ୍ସି)

Related posts