Categories
ଆଜିର ଖବର

ଆସନ୍ତା କାଲିଠୁ ଯାତ୍ରା ଆରମ୍ଭ କରିବ ଅଟକିଥିବା ସମ୍‌ଝୋତା ଏକ୍ସପ୍ରେସ୍‌

ଭାରତର ଏୟାର୍‌ଷ୍ଟ୍ରାଇକ୍‌ ପରେ ପରେ ଭାରତ-ପାକ୍‌ ମଧ୍ୟରେ ସଂପର୍କ ତିକ୍ତ ହୋଇ ଯାଇଥିଲା। ଏହା ସହ ଭାରତ-ପାକ୍‌ ସୀମାରେ ମଧ୍ୟ ଗୁଳି ବର୍ଷା ଆରମ୍ଭ ହୋଇ ଯାଇଥିଲା । ପରିସ୍ଥିତି ଖରାପ ହେଉଥିବା ଦେଖି ପାକିସ୍ତାନ ପ୍ରଥମେ ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମ୍‌ଝୋତା ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ୍ କରିଥିଲା । ଲାହୋରଠାରେ ସମ୍‌ଝୋତା ଏକ୍ସପ୍ରେସ୍‌କୁ ଅଟକାଇ ଦିଆ ଯାଇଥିଲା । ସେହିପରି ଭାରତରୁ ଯାଉଥିବା ସମ୍‌ଝୌତା ଏକ୍ସପ୍ରେସ୍‌କୁ ପଞ୍ଜାବର ଅମ୍ରିତସରଠାରେ ଅଟକା ଯାଇଥିଲା। ଏହି ଟ୍ରେନ୍‌ଟି ସପ୍ତାହକୁ ଦୁଇ ଦିନ ସୋମବାର ଏବଂ ଗୁରୁବାର ଭାରତ-ପାକ୍‌ ଏବଂ ପାକ୍‌-ଭାରତକୁ ଯାତ୍ରା କରିଥାଏ । ହଠାତ୍‌ ଟ୍ରେନ୍‌ ସେବାକୁ ବନ୍ଦ କରି ଦିଆଯିବା ପରେ ପାକିସ୍ତାନର ୧୬ଜଣ ଯାତ୍ରୀ ଭାରତରେ ଫସି ରହିଥିଲେ । ୩ଦିନ ରହିବା ପରେ ଏବେ ୧୬ଜଣ ଯାତ୍ରୀ ଆସନ୍ତାକାଲି ପାକିସ୍ତାନକୁ ଯାତ୍ରା କରିବେ ବୋଲି ଜଣାପଡ଼ିଛି । ଭାରତୀୟ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଗତକାଲି ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବା ପରେ ପୁଣିଥରେ ସମ୍‌ଝୌତା ଏକ୍ସପ୍ରେସ୍‌କୁ ଚାଲୁ କରିବା ନେଇ ଘୋଷଣା କରାଯାଇଛି ।