Categories
ଆଜିର ଖବର

ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡରେ ମଧ୍ୟ ଏକାଠି ନିର୍ବାଚନ ଲଢିବେ ଅଖିଳେଶ-ମାୟାବତୀ

ଉତ୍ତରପ୍ରଦେଶରେ ନିର୍ବାଚନୀ ମେଣ୍ଟ କରିବା ପରେ  ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜପାର୍ଟି (ବିଏସପି) ପକ୍ଷରୁ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ମେଣ୍ଟ କରାଯାଇଛି । ଏହି ଦୁଇ ରାଜ୍ୟରେ ଉଭୟ ଦଳ ମିଳିତଭାବେ ନିର୍ବାଚନ ଲଢିବେ ବୋଲି  ଘୋଷଣା କରିଛନ୍ତି । ଏସପି ଉତ୍ତରାଖଣ୍ଡର ଗଡ଼ଓ୍ବାଲରୁ ଲଢିବାକୁ ଥିବାବେଳେ ମଧ୍ୟପ୍ରଦେଶର ୩ଟି ଆସନ ବାଲାଘାଟ, ତିକରି ଓ ଖଜୁରାଓରେ  ଲଢିବ । ଏହି ଦୁଇ ରାଜ୍ୟର ଅବଶିଷ୍ଟ ଆସନରେ ବିଏସପି ଲଢିବ । ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବାବେଳେ ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନ ରହିଛି । ପୂର୍ବରୁ ଉତ୍ତରପ୍ରଦେଶ ପାଇଁ ଦୁଇଦଳ ମଧ୍ୟରେ ୩୮-୩୭ ଆସନରେ ବୁଝାମଣା କରିସାରିଛନ୍ତି ।