Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡିଲା ଡ୍ରୋନ୍!, ତୁରନ୍ତ ଆକ୍ସନ ମୋଡରେ ଆସିଲା SPG

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଚ୍ଚ ସୁରକ୍ଷା ଏବଂ ନୋ-ଫ୍ଲାଇଙ୍ଗ୍ ଜୋନ୍ ତଥା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଉଡିବାର ଫୋନକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସୂଚନାନୁସାରେ, ଆଜି ସକାଳ ୫ ଟା ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ କିଛି ଉଡ଼ିବା ଦେଖିବା ପରେ କଲ କରିଥିଲେ, ଯାହା ପରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସକୁ ସତର୍କ କରାଯାଇଥିଲା।

ସୂଚନା ପରେ, ଏସପିଜି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ କିଛି ମିଳିଲା ନାହିଁ, ଯାହା ପରେ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡିଥିଲେ। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ଏବଂ ସମଗ୍ର ଅଞ୍ଚଳ ନୋ ଫ୍ଲାଇଙ୍ଗ ଜୋନ୍ ଅନ୍ତର୍ଗତ।

ଏଟିସି ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା:

ଦିଲ୍ଲୀ ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ, ଅନୁସନ୍ଧାନ ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ର ସହଯୋଗ ମଧ୍ୟ ନିଆଯାଇଛି। ବିବୃତ୍ତିରେ କୁହାଯାଇଛି ଯେ, “ନୂଆଦିଲ୍ଲୀ ଜିଲ୍ଲା (ଏନଡିଏ) ର କଣ୍ଟ୍ରୋଲ ରୁମକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ଅଜ୍ଞାତ ଫ୍ଲାଇଙ୍ଗ ବସ୍ତୁ ବିଷୟରେ ସୂଚନା ମିଳିଥିଲା। ଆଖପାଖ ଅଞ୍ଚଳରେ ବ୍ୟାପକ ଅନୁସନ୍ଧାନ କରାଯାଇଥିଲା। କିନ୍ତୁ ସେପରି କାଔନଶୀ ବସ୍ତୁ ମିଳିନଥିଲା। ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷ (ଏଟିସି) ) ମଧ୍ୟ ଯୋଗାଯୋଗ କରାଯାଇଥିଲା, ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏପରି ଫ୍ଲାଇଙ୍ଗ ବସ୍ତୁ ପାଇନଥିଲେ।”

Categories
ଆଜିର ଖବର

ପ୍ରଜ୍ଞା ସିଂ ଠାକୁର ଜଣେ ଆତଙ୍କବାଦୀ : ରାହୁଲ ଗାନ୍ଧୀ

ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ପ୍ରଜ୍ଞାଙ୍କ ଗୋଡ୍‌ସେ ମତକୁ ନେଇ ରାହୁଲ ଏହି ମତ ଦେଇଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟ ସହିତ ବିରୋଧୀ ଦଳର ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ । ଏହାପରେ ବିଜେପି ପକ୍ଷରୁ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ବୁଧବାର ସଂସଦରେ ଏସ୍‌ପିଜି ବିଲ୍‌ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଗୋଡସେଙ୍କୁ ଜଣେ ଦେଶଭକ୍ତ ବୋଲି ଅଭିହିତ କରିଥିଲେ । ପ୍ରଜ୍ଞାଙ୍କ ମନ୍ତବ୍ୟରେ ଆରଏସ୍‌ଏସ୍‌ ଏବଂ ବିଜେପିର ସ୍ବଷ୍ଟ ଝଲକ ଦେଖିବାକୁ ମିଳୁଛି ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ନିରର୍ଥକ ବୋଲି ରାହୁଲ କହିଛନ୍ତି ।

Categories
ଆଜିର ଖବର

କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା : ଶାହା

କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମାନଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟସଭାରେ ଏହି ପରିବର୍ତ୍ତିତ ନିୟମ ସମ୍ପର୍କରେ ଶାହା ଘୋଷଣା କରିଥିଲେ । ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଏହାକୁ ନେଇ ସଂସଦର ଉଭୟ ଗୃହରେ କଂଗ୍ରେସ ସଦସ୍ୟ ହଙ୍ଗାମା କରିବାରୁ ଶେଷରେ ସରକାର ଏହି ନିୟମରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ।

Categories
ଆଜିର ଖବର

ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,22/11  ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍‌ ପ୍ଲସ୍‌କୁ ହ୍ରାସ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି କଂଗ୍ରେସ ସଦସ୍ୟ ମାନେ ସଂସଦରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଏହାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବୋଲି କହିବା ପରେ ପ୍ରିୟଙ୍କା ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, 1985ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସ୍ଥାପନ କରାଯାଇଥିବା ଏସ୍‌ପିଜି 1988 ମସିହା ପର ଠାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଛି । (ଏଜେନ୍ସୀ)