ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ : ପ୍ରିୟଙ୍କା ଗାନ୍ଧୀ

Published: Nov 22, 2019, 9:55 am IST
priyanka gandhi targets pm modi

ନୂଆଦିଲ୍ଲୀ,22/11  ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍‌ ପ୍ଲସ୍‌କୁ ହ୍ରାସ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି କଂଗ୍ରେସ ସଦସ୍ୟ ମାନେ ସଂସଦରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଏହାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବୋଲି କହିବା ପରେ ପ୍ରିୟଙ୍କା ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, 1985ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସ୍ଥାପନ କରାଯାଇଥିବା ଏସ୍‌ପିଜି 1988 ମସିହା ପର ଠାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଛି । (ଏଜେନ୍ସୀ)

Related posts