Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ୟାରିସ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଦଳକୁ ଭେଟିଲେ ପିଏମ ମୋଦୀ: ଦେଲେ ବିଜୟର ମୂଳ ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ପ୍ୟାରିସ ଅଲିମ୍ପିକ୍ସ ଅଭିମୁଖେ ଯାଉଥିବା ୧୨୦ ଜଣିଆ ଭାରତୀୟ ଦଳଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କେବଳ ଖେଳାଳିଙ୍କ ସହ କଥା ହୋଇନଥିଲେ ବରଂ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ।

ଏହି ସାକ୍ଷାତରେ ପିଏମ ମୋଦୀ ପ୍ରତ୍ୟେକ ଖେଳାଳିଙ୍କ ସହ ଗୋଟିଏ ପରେ ଗୋଟିଏ କଥା ହୋଇଥିଲେ। ସେ ଖେଳାଳିମାନଙ୍କୁ ମଧ୍ୟ ସେମାନଙ୍କ ଅନୁଭୂତି ବିଷୟରେ ପଚାରିଥିଲେ। ଖେଳାଳିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ କ୍ରୀଡା ଜଗତର ତାରକାଙ୍କୁ ଭେଟିବା ଏବଂ ଏହି ବିଷୟ ଜାଣିବାକୁ ଚେଷ୍ଟା କରେ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଏଥର ମଧ୍ୟ ଆପଣମାନେ ଭାରତ ପାଇଁ ଗୌରବ ଆଣିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଁ ଏପରି ଅନେକ ଖେଳାଳିଙ୍କୁ ଜାଣେ ଯେଉଁମାନେ ପରିସ୍ଥିତିକୁ କେବେ ଦୋଷ ଦିଅନ୍ତି ନାହିଁ। ସେମାନେ କଠିନ ପରିଶ୍ରମ କରି ଖ୍ୟାତି ଅର୍ଜନ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଯେ, ଅଲିମ୍ପିକ୍ସ ମଧ୍ୟ ଶିକ୍ଷା ପାଇଁ ଏକ ବଡ଼ କ୍ଷେତ୍ର ଅଟେ। କ୍ରୀଡ଼ାର ମଧ୍ୟ ଏକ ପ୍ରକୃତି ଅଛି। ଆପଣ ସମସ୍ତଙ୍କୁ ସ୍ୱାଗତ, ଯିଏ ଶିଖିବାକୁ ଚାହୁଁଛି ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି।

ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଏହିପରି ଅନେକ ଖେଳାଳି ମଧ୍ୟ ଆଗକୁ ଆସିଥିଲେ ଯେଉଁମାନେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି। ସେମାନେ ତାଙ୍କ ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ସହ ସେୟାର କରିଥିଲେ। ସେମାନେ ଏଠାରେ ପହଞ୍ଚିବା ପାଇଁ ତାଙ୍କର ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କହିଛନ୍ତି। ଏହିପରି ଖେଳାଳିମାନେ ଭଲ ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ କାମନା କରିଥିଲେ। ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ପୁରୁଣା ଖେଳାଳିମାନଙ୍କୁ ନୂତନ ଖେଳାଳିଙ୍କ ପାଇଁ ଟିପ୍ସ ଦେବାକୁ କହିଥିଲେ।

ଅନେକ ଖେଳାଳି ମଧ୍ୟ ଏହି କାର୍ଯ୍ୟକ୍ରମରେ ଭିଡିଓ କଂଫରେନ୍ସରେ ଜଡିତ ଥିଲେ। ଏହି କ୍ରମରେ ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା ମଧ୍ୟ ପିଏମ ମୋଦୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ହକି ଦଳର ଅଧିନାୟକ ମଧ୍ୟ ତାଙ୍କ ଅଭିଜ୍ଞତା ବଖାଣିଥିଲେ। ତାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥର ଆପଣ ମଧ୍ୟ ଭଲ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ୱକପ୍: ଭାରତ-ପାକ୍ ମ୍ୟାଚ୍‌ରେ ସ୍ନାଇପର ନିୟୋଜିତ, କେବେ ଦେଖିନଥିବେ ଏପରି ସୁରକ୍ଷା ବ୍ୟବସ୍ଥା

ନୁଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି। ତେବେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଏହା ପରେ ଜୁନ୍ ୯ ତାରିଖରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ବାସ୍ତବରେ ଭାରତୀୟ ଦଳ ନ୍ୟୁୟର୍କର ନାସାଉ କ୍ରିକେଟ୍ ଷ୍ଟାଡିୟମରେ ଏହାର ପ୍ରଥମ ତିନୋଟି ମ୍ୟାଚ୍ ଖେଳିବ। ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖିବାକୁ ମିଳୁଛି। ଏଥି ସହିତ ଏହି ମ୍ୟାଚ୍ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ନ୍ୟୁୟର୍କରେ ଖେଳାଳିଙ୍କ ସୁରକ୍ଷା ପାଇଁ କଠୋର ବ୍ୟବସ୍ଥା …

ବାସ୍ତବରେ, ଟି -୨୦ ବିଶ୍ୱକପ ମ୍ୟାଚକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ସ୍ନାଇପର ପୋଲିସ ମୁତୟନ କରାଯାଇଛି। ନ୍ୟୁୟର୍କ ପୋଲିସ କୌଣସି ଅଘଟଣକୁ ଏଡେଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେଣୁ ଏହି ମ୍ୟାଚ୍ ପାଇଁ ସ୍ନାଇପର ପୋଲିସ ନିୟୋଜିତ କରାଯାଇଛି। ପ୍ରକାଶ ଯେ, ନ୍ୟୁୟର୍କର ନାସାଉ କ୍ରିକେଟ୍ ଷ୍ଟାଡିୟମରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ଏହା ବ୍ୟତୀତ ଭାରତ ଏବଂ ପାକିସ୍ତାନର ଦଳ ୯ ଜୁନ୍ ରେ ଏହି ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ। ଏହାପୂର୍ବରୁ ସୋସିଆଲ ମିଡିଆରେ ଅନେକ ଚିତ୍ର ସାମ୍ନାକୁ ଆସିଥିଲା, ​​ଯେଉଁଥିରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସୁରକ୍ଷା ପାଇଁ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖାଯାଇଥିଲା।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ-୨୦୨୩’ ଉଦଯାପିତ

ଭୁବନେଶ୍ବର: ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି କ୍ରୀଡା ପ୍ରତିଭା ଲୁଚି ରହିଛି। ଏହି କ୍ରୀଡା ପ୍ରତିଭାର ବିକାଶ ନିମନ୍ତେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆୟୋଜନ କରିଥିଲେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’।

କଳିଙ୍ଗ ଷ୍ଟାଡିୟମରେ ତ୍ରିଦିବସୀୟ ଏହି ଶିଶୁ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ’ରେ ଭାଗ ନେଇଥିବା ଶିଶୁମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଭବିଷ୍ୟତରେ ରାଜ୍ୟ ପାଇଁ ଅଧିକ ସୁନାମ ଓ ଗୌରବ ଆଣିଦେବେ ବୋଲି ଆଶା ପୋଷଣ କରିଛନ୍ତି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସୁପ୍ରତିଷ୍ଠିତ ଅଲମ୍ପିୟାନ ଭାରୋତ୍ତୋଳୟନକାରୀ ଶ୍ରୀ କେ. ରବିକୁମାର କ୍ରୀଡା କ୍ଷେତ୍ରରେ ସାଫଲ୍ୟ ଆଣିବାକୁ ହେଲେ ଶିଶୁମାନେ ଛୋଟବେଳୁ ନିରନ୍ତର ପ୍ରୟାସ ଓ କଠିନ ପରିଶ୍ରମ କରିବା ଜରୁରୀ ବୋଲି ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଜାତିସଂଘ ଜନସଂଖ୍ୟା ପାଣ୍ଠିର ରାଜ୍ୟ ମୁଖ୍ୟ ମିଷ୍ଟର ମହମ୍ମଦ ନଦିମ ନୂର ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।

ସମଗ୍ର ରାଜ୍ୟର ପ୍ରାୟ ୨୨୮ ଶିଶୁ ଯନି ଅନୁଷ୍ଠାନର ୫୭୯ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୪ଜଣ ପିଲାଙ୍କୁ ବିଜେତା ଘୋଷିତ କରାଯାଇଥିଲା। ୩୦ ଟି ଜିଲ୍ଲା ମଧ୍ୟରୁ କନ୍ଧମାଳ ଜିଲ୍ଲା ଚମ୍ପିୟାନ ଟ୍ରଫି ପାଇଥିବାବେଳେ କେନ୍ଦୁଝର ଜିଲ୍ଲା ରନର୍ସ ଅପ୍‌ ହୋଇଥିଲା।

‘ଉତ୍ସାହ’ ଉତ୍ସବର ଉଦଯାପନୀ ଦିବସରେ ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

 

Categories
ଖେଳ ଜାତୀୟ ଖବର ବିଶେଷ ଖବର

ବୃଦ୍ଧି ହେଲା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ରହଣି ଏବଂ ଖାଦ୍ୟ ପେୟ ଦେୟ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର‌୍ୟ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି।

ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ।

ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ, ବିଦେଶରେ ଅନୁମୋଦିତ ପ୍ରତିଯୋଗିତା ଗୁଡିକ ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଏବଂ ସହାୟକ କର୍ମଚାରୀମାନେ ବର୍ତ୍ତମାନ ଦୈନିକ ୨୫୦ ଡଲାର ପାଇବାକୁ ଯୋଗ୍ୟ ହେବେ, ଯେଉଁଥିରେ ପୂର୍ବ ନିୟମ ଅନୁସାରେ ଦୈନିକ ୧୫୦ ଡଲାର ତୁଳନାରେ ୬୬% ବୃଦ୍ଧି ଘଟିଛି।

ଏନ୍‌ଏସ୍‌ଏଫ୍ ମାନଙ୍କର ଅନୁରୋଧକୁ ଧ୍ୟାନରେ ରଖି ଏହି ସଂଶୋଧନ କରାଯାଇଛି, ଯେଉଁଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି)ଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ରହଣି ଏବଂ ଖାଦ୍ୟ ପେୟର ଦର ବର୍ତ୍ତମାନର ଦୈନିକ ୧୫୦ ଡଲାରର ସୀମା ଠାରୁ ଅଧିକ ଅଟେ। ରହଣି ଏବଂ ଖାଦ୍ୟ ପେୟ ପାଇଁ ଏହି ନିୟମଗୁଡିକ ନଭେମ୍ବର ୨୦୧୫ ରେ ସ୍ଥିର କରା ଯାଇଥିଲା ଏବଂ ଆଠ ବର୍ଷ ଏହାକୁ ପୁନଃ ସଂଶୋଧନ କରାଯାଇଛି।

ଖାଦ୍ୟ ପେୟ ଏବଂ ରହଣି ପାଇଁ ଧାର୍ଯ୍ୟ ସୀମାରେ ବୃଦ୍ଧି ସହିତ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକରେ ଦେଶ ପ୍ରତିଯୋଗୀତା ତଥା ପ୍ରତିନିଧିତ୍ୱ କରିବା ସମୟରେ ଏନ୍‌ଏସ୍‌ଏଫ୍ ମାନେ କ୍ରୀଡାବିତ୍ ମାନଙ୍କ ପାଇଁ ଯଥେଷ୍ଟ ଭଲ ଆବାସ ଗୁଡିକର ବ୍ୟବସ୍ଥା କରି ପାରିବେ।

ଆହୁରି ମଧ୍ୟ, ସାମ୍ପ୍ରତିକ ଧାରା ଅନୁଯାୟୀ, ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜନ କମିଟି (ଏଲ୍‌ଓସି)ମାନେ କେବଳ ଖାଦ୍ୟ ପେୟଏବଂ ରହଣି ଅପେକ୍ଷା ଅଂଶଗ୍ରହଣକାରୀ ଦଳ ମାନଙ୍କୁ ଏକ ସମ୍ପୂର୍ଣ୍ଣ ଆତିଥ୍ୟ ପ୍ୟାକେଜ୍ ପ୍ରଦାନ କରୁଛନ୍ତି, ଯେମିତି ପୂର୍ବରୁ ରହି ଆସିଥିଲା।

ପ୍ୟାକେଜରେ ଖାଦ୍ୟ ପେୟ, ରହଣି, ସ୍ଥାନୀୟ ପରିବହନ ଏବଂ କେତେକ ସମୟରେ ପ୍ରବେଶ ଶୁଳ୍କ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ। ପ୍ୟାକେଜ୍‌ର ମୋଟ ମୂଲ୍ୟ ପ୍ରତି ବ୍ୟକ୍ତିଙ୍କ ପାଇଁ ଦୈନିକ ୧୫୦ ଡଲାରରୁ ଢେର୍ ଅଧିକ। ଏହି ବିଚାର ଗୁଡିକ ୨୦୧୫ ରେ ସ୍ଥିର ହୋଇଥିବା ଖାଦ୍ୟ ପେୟ ଏବଂ ରହଣି ନିୟମ ଗୁଡିକର ସମୀକ୍ଷା ଆବଶ୍ୟକ କରିଛି।

Categories
ଆଜିର ଖବର ଖେଳ

ଚାରି ମାସ ପରେ କାଲିଠୁ ଫେରିବ ଟେଷ୍ଟ କ୍ରିକେଟ, ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍

ସାଉଥ୍ଆମ୍ପଟନ, ମହାମାରୀ କରୋନା ପାଇଁ ଚାରି ମାସର ବିରତି ପରେ ପୁଣି ଥରେ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ। ଆସନ୍ତାକାଲି ଠାରୁ ସାଉଥ୍ଆମ୍ପଟନ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ତିନି ଟିକିଆ ଟେଷ୍ଟ ସିରିଜ। କୋଭିଡ-19 ପରବର୍ତୀ ଅବସ୍ଥାରେ ଅନ୍ତର୍ଜାତୀୟ ସ୍ତରରେ ଏହା ହେବ ପ୍ରଥମ ଟେଷ୍ଟ ମ୍ୟାଚ୍। ହେଲେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲର ନୂଆ ନିୟମରେ ଖେଳାଯିବ।

ନୂଆ ନିୟମ ଅନୁଯାୟୀ ଖେଳାଳି ମାନେ ବଲରେ ଲାଳ ଲଗାଇ ପାରିବେ ନାହିଁ। ପଡିଆ ଭିତରେ କୌଣସି ପ୍ରକାର ସେଲିବ୍ରେସନ କରିବେ ନାହିଁ। ମ୍ୟାଚ୍ ଖେଳାଯିବା ବେଳେ ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। କରୋନା ଭୂତାଣୁକୁ ରୋକିବା ସକାଶେ ଆଇସିସିର ପରିବର୍ତ୍ତିତ ନିୟମାବଳୀ ଅନୁଯାୟୀ ମ୍ୟାଚ୍ ଖେଳାଯିବ।

ଏହି ଐତିହାସିକ ସିରିଜରେ ସମସ୍ତଙ୍କ ନଜର ଅଲ ରାଉଣ୍ଡର ବେନ ଷ୍ଟୋକସ ଏବଂ ଜାସନ ହୋଲଡରଙ୍କ ଉପରେ ରହିବ। ଦୁଇ ଦଳର ଶକ୍ତି ଦେଖିଲେ ସିରିଜ ଜିତିବା ନେଇ ଉଭୟ ଦଳ ଦାବିଦାର ରହିଛନ୍ତି। ଗତ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ 2-1ରେ ଇଂଲଣ୍ଡକୁ ପରାସ୍ତ କରିଥିଲା, ଯାହା କି କାରିବିୟାନ୍ ଦଳ ନିଜ ମାଟିରେ ଖେଳିଥିଲେ। ଯଦି ଏହି ସିରିଜ ୱେଷ୍ଚଇଣ୍ଡିଜ ଡ୍ର ରଖେ ତେବେ ଦଳ ନିଜ ପାଖରେ ୱିଜଡେନ ଟ୍ରଫି ବଜାୟ ରଖିବାରେ ସମର୍ଥ ହେବ। କିନ୍ତୁ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇବା ୱେଷ୍ଚଇଣ୍ଡିଜ ପାଇଁ ସେତେଟା ସହଜ ହେବନାହିଁ। (ଏଜେନସି)