Categories
ଆଜିର ଖବର

ଶ୍ରୀସନ୍ତଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ

୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ଏସ୍‌ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍‌କୋର୍ଟ ହଟାଇ ଦେଇଛନ୍ତି। ଏହା ସହିତ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ କୋର୍ଟ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି ଶ୍ରୀସନ୍ତଙ୍କ ପାଇଁ ଦଣ୍ଡବିଧାନ ସ୍ଥିର କରିବା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବେ।  ସ୍ପଟ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ତ, ଅଙ୍କିତ ଚୌହ୍ବାନ, ଅଜିତ୍‌ ଚାଣ୍ଡିଲାଙ୍କ ସହିତ ୩୬ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତଳ କୋର୍ଟ ଶ୍ରୀସନ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପରେ ଦିଲ୍ଲୀ ପୁଲିସ୍ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।