ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୁଣି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ତାହା ହେଉଛି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ପାଇଁ ଏକ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସାଟେଲାଇଟ ( ଏମିସାଟ) ଲଞ୍ଚ୍ କରିବାକୁ ଯାଉଛି। ଏହା ସହିତ ୨୮ଟି ଉପଗ୍ରହ ମଧ୍ୟ ପ୍ରେରଣ କରିବ। ୪୩୬କେଜିର ଏମିସାଟ୍କୁ ଆସନ୍ତା ଏପ୍ରିଲ ପହିଲା ସକାଳ ୯.୩୦ରେ ଏହି ସାଟେଲାଇଟକୁ ପିଏସଏଲଭି ରକେଟ ମାଧ୍ୟମରେ ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଲଞ୍ଚ୍ କରାଯିବ। ପୂର୍ବରୁ ଏହି ଲଞ୍ଚ ମାର୍ଚ୍ଚ ୨୧ରେ ହେବାର ଥିଲା ମାତ୍ର ପରବର୍ତ୍ତୀ ସମୟର ଏହାକୁ ଏପ୍ରିଲ୍ ୧କୁ ଘୁଞ୍ଚାଇ ଦିଆଯାଇଥିଲା। କେବଳ ଏହି ସାଟେଲାଇଟ ନୁହେଁ, ବିଭିନ୍ନ ଦେଶର ପ୍ରାୟ ୨୮ ଟି ସାଟେଲାଇଟ ମଧ୍ୟ ଲଞ୍ଚ୍ କରାଯିବ। ଏସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଲିଥୁଆନିଆ, ଆମେରିକା,ସ୍ପେନ, ସ୍ୱିଜରଲ୍ୟାଣ୍ଡ ପରି ଦେଶ ରହିଛନ୍ତି। ଏଥର ପିଏସଏଲଭି ଏକ ନୂଆ ପ୍ରକାରର ଟେକନଲୋଜୀ ପ୍ରଦର୍ଶନ କରିବ- ଏହି ରକେଟ ଉପଗ୍ରହଗୁଡ଼ିକୁ ୩ଟି ଭିନ୍ନ ଭିନ୍ନ କକ୍ଷପଥରେ ସାମିଲ କରିବ। ତେବେ ଡିଆରଡିଓ ପଇଁ ଇସ୍ରୋ ଯେଉଁ ଏମିସ୍ୟାଟ୍ ସାଟେଲାଇଟ ଲଞ୍ଚ୍ କରିବାକୁ ଯାଉଛି ତାହାର ପ୍ରକୃତ କାର୍ଯ୍ୟ ସଂପର୍କରେ ଗୋପନୀୟତା ଅବଲମ୍ବନ କରାଯାଉଛି।