Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର 16ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ଆଶଙ୍କା ରହିଛି । କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି । ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ସୃଷ୍ଟ ଟ୍ରପ୍‌ ଲାଇନ୍ କାରଣରୁ 16ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ 8.30 ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କଟକ , ନୟାଗଡ, ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

6ଟି ଜିଲ୍ଲାକୁ ଭୀଷଣ ବର୍ଷା ଓ ବଜ୍ରପାତ ସତର୍କ ସୂଚନା : 19 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଆଜି ଭୀଷଣ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କସୂଚନା ଜାରି କରାଯାଇଛି । ଏହା ସହ 30 ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳ 6ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । 6ଟି ଜିଲ୍ଲା ମଧ୍ୟରେ ନୂଆପଡା, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗିର ରହିଛି । ଏହା ସହିତ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ 19ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ସୋନପୁର,କଳାହାଣ୍ଡି ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ ଏବଂ ନୟାଗଡ଼କୁ ଏହି ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

5 ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି 5 ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର । ଏହି ସବୁ ଜିଲ୍ଲାକୁ ବତ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ ।

Categories
ଆଜିର ଖବର

ନେପାଳରେ ଝଡତୋଫାନ : ୨୫ ମୃତ, ୪୦୦ ରୁ ଅଧିକ ଆହତ

ନେପାଳରେ ଭୟଙ୍କର ଝଡତୋଫାନ ହେବା ସହିତ ଅତିକମ୍‌ରେ ୨୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ନେପାଳର ଦୁଇ ଜିଲ୍ଲା ବାରା ଏବଂ ପାର୍ସାରେ ଭୟଙ୍କର ରୂପ ନଇଥିଲା ଏହି ଘୂର୍ଣ୍ଣିଝଡ। ୧୨୦ କିମି ବେଗରେ ପବନ ବହିବା ସହିତ ଭୟଙ୍କର ଝଡବର୍ଷାରେ  ବାରା ଜିଲ୍ଲାରେ ୨୩ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ପର୍ସା ଜିଲ୍ଲାରେ ୨ ଜଣ ମୃତାହତ ହୋଇଥିବା ନେଇ ସୂଚନା ଦେଇଛନ୍ତି  ଗୃହ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରେମ୍‌ କୁମାର ରାଏ ସୂଚନା ଦେଇଛନ୍ତି। ଆହତଙ୍କ ସଂଖ୍ୟା ୪୦୦ରୁ ଅଧିକ ରହିଥିବା ବେଳେ ଭୟଙ୍କର ବର୍ଷାଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାାର ସମ୍ଭାବନା ରହିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ଖଡ୍ଗ ପ୍ରସାଦ ଓଲି ଏହିଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଦେଇଛନ୍ତି। ଶ୍ରୀ ଓଲି କହିଛନ୍ତି ଯେ, ଝଡତୋଫାନରେ ନିହତ ବ୍ୟକ୍ତିଙ୍କ ନିମନ୍ତେ ମୁଁ ଗମୀର ଭାବରେ ଦୁଃଖିତ। ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଁ ସମବେଦନା ଜଣାଇବା ସହିତ ଆସନ୍ତା ସମୟରେ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକ ସ୍ଥାନରେ ବର୍ଷା ଯୋଗୁଁ  ରାସ୍ତା ବନ୍ଦ ହୋଇ ପଡିଛି। ସୂଚନା ଅନୁଯାୟୀ ଶହେରୁ ଅଧିକ ଘର ଏବଂ ଗାଡି ଏହି ଘଟଣାରେ ନଷ୍ଟ ହୋଇଛି।