ନେପାଳରେ ଝଡତୋଫାନ : ୨୫ ମୃତ, ୪୦୦ ରୁ ଅଧିକ ଆହତ

Published: Apr 1, 2019, 1:11 pm IST
25 killed in nepal storm

ନେପାଳରେ ଭୟଙ୍କର ଝଡତୋଫାନ ହେବା ସହିତ ଅତିକମ୍‌ରେ ୨୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ନେପାଳର ଦୁଇ ଜିଲ୍ଲା ବାରା ଏବଂ ପାର୍ସାରେ ଭୟଙ୍କର ରୂପ ନଇଥିଲା ଏହି ଘୂର୍ଣ୍ଣିଝଡ। ୧୨୦ କିମି ବେଗରେ ପବନ ବହିବା ସହିତ ଭୟଙ୍କର ଝଡବର୍ଷାରେ  ବାରା ଜିଲ୍ଲାରେ ୨୩ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ପର୍ସା ଜିଲ୍ଲାରେ ୨ ଜଣ ମୃତାହତ ହୋଇଥିବା ନେଇ ସୂଚନା ଦେଇଛନ୍ତି  ଗୃହ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରେମ୍‌ କୁମାର ରାଏ ସୂଚନା ଦେଇଛନ୍ତି। ଆହତଙ୍କ ସଂଖ୍ୟା ୪୦୦ରୁ ଅଧିକ ରହିଥିବା ବେଳେ ଭୟଙ୍କର ବର୍ଷାଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାାର ସମ୍ଭାବନା ରହିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ଖଡ୍ଗ ପ୍ରସାଦ ଓଲି ଏହିଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଦେଇଛନ୍ତି। ଶ୍ରୀ ଓଲି କହିଛନ୍ତି ଯେ, ଝଡତୋଫାନରେ ନିହତ ବ୍ୟକ୍ତିଙ୍କ ନିମନ୍ତେ ମୁଁ ଗମୀର ଭାବରେ ଦୁଃଖିତ। ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଁ ସମବେଦନା ଜଣାଇବା ସହିତ ଆସନ୍ତା ସମୟରେ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକ ସ୍ଥାନରେ ବର୍ଷା ଯୋଗୁଁ  ରାସ୍ତା ବନ୍ଦ ହୋଇ ପଡିଛି। ସୂଚନା ଅନୁଯାୟୀ ଶହେରୁ ଅଧିକ ଘର ଏବଂ ଗାଡି ଏହି ଘଟଣାରେ ନଷ୍ଟ ହୋଇଛି।

Related posts