Categories
ଆଜିର ଖବର ରାଜ୍ୟ ଖବର

ଚର୍ଚ୍ଚାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ୨୩ ହଜାର ରୁଦ୍ରାକ୍ଷରେ ନିର୍ମାଣ କଲେ ଶିବ କଳାକୃତି

ପୁରୀ: ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭିନ୍ନ ଭିନ୍ନ ବାଲୁକା କଳାକୃତି ନିର୍ମାଣ କରିବାରେ ସିଦ୍ଧ ହସ୍ତ। ଯାହା କି ସାରା ବିଶ୍ବରେ ସୃଷ୍ଟି କରିବାରେ ଲାଗିଛି ନୂଆ ଇତିହାସ। ସେହିପରି ଆଉ ଏକ ବାଲୁକା କଳାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାହା ହେଉଛି ମହାଶିବରାତ୍ରୀ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ବାଲୁକା କଳା।

ଦେବ ମହାଦେବଙ୍କ ଏକ ବାଲୁକା କଳା କୃତି ସୁଦର୍ଶନ ନିର୍ମାଣ କରିଛନ୍ତି। ଯେଉଁଥିରେ ସେ ୨୩ ହଜାର ୪୩୬ଟି ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି। ସେ ତାଙ୍କର ବାଲୁକା କଳାରେ ଧ୍ୟାନରତ ଶିବଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ତାଙ୍କ ସମ୍ମୁଖରେ ରହିଛି ଏକ ଶିବଲିଙ୍ଗ। ମହାଦେବଙ୍କ ଜଟା ଏବଂ ଶିବଲିଙ୍ଗରେ ସେ ଏହି ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ସାରା ବିଶ୍ବ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ଯେପରି ବିଶ୍ବ ଅଶାନ୍ତ ହୋଇଛି ତାହାକୁ ଦୃଷ୍ଟିରେ ରଖି ସେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି।

Categories
ଫଟୋ ଖବର

ଏଥର ରାକ୍ଷୀ କୋଭିଡ ଯୋଦ୍ଧାଙ୍କ ପାଇଁ, ରକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

Let’s celebrate this #RakshaBandhan2020 with our #FrontLineHeroes, who are protecting us and our family from #COVID19 . Sand art by Sudarshan Patnaik

Categories
ଫଟୋ ଖବର

ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଳୁକା କଳା

ପୁରୀ, ପ୍ରଖ୍ୟାତ ଧର୍ମଗୁରୁ ଶ୍ରୀଶ୍ରୀ ରବି ଶଙ୍କରଙ୍କର ଜନ୍ମଦିନରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ଏହି ବାଲୁକା କଳା

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ସିରିଜ୍ କରୋନା ସଚେତନତା ବାଲୁକା କଳା, ଏଥରର କଳା ଡାକ୍ତର ଓ ନର୍ସଙ୍କୁ କଲେ ସମର୍ପିତ

ପୁରୀ, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବର୍ତ୍ତମାନ କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରିବାରେ ଲାଗିଛନ୍ତି। ପୁରୀ ବେଳାଭୂମିରେ କେହି ଦର୍ଶକ ନ ଥିଲେ ମଧ୍ୟ ସେ ତାଙ୍କର କଳା ମାଧ୍ୟମରେ ସଚେତନା ବଜାଇ ରଖିଛନ୍ତି। ଏହି ଭାଇରସ ବ୍ୟାପିବା ଦିନଠାରୁ ସୁଦର୍ଶନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଳା କରି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି। ସେହିପରି ଯେତେବେଳେ ଲକଡାଉନ ଘୋଷଣା ହେଲା ସେତେବେଳେ ଘରେ ରୁହନ୍ତୁ ନେଇ ଏକ ବାଲୁକା କଳା କରିଥିଲେ। ଯାହା ବିଶ୍ବର ବିଭିନ୍ନ ଉଚ୍ଚ ବର୍ଗ ପ୍ରଶଂସା କରିଥିଲେ।

ବର୍ତ୍ତମାନ ସୁଦର୍ଶନ ଏହି ଭାଇରସ ଆକ୍ରାନ୍ତ ପାଇଁ ସେବା କରୁଥିବା ଡାକ୍ତର ଓ ନର୍ସଙ୍କ ପାଇଁ ନିର୍ମାଣ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଷ୍ଟେଥୋ ଧରିଥିବା ଡାକ୍ତର ଏବଂ ନର୍ସର ବାଲୁକା ମୂର୍ତ୍ତି କରିଛନ୍ତି। ସେହି ଷ୍ଟେଥୋରେ ଆମେ ଆପଣଙ୍କ ପାଇଁ ବୋଲି ସୁନ୍ଦର ସ୍ଲୋଗାନଟିଏ ଇଂରାଜୀରେ ଲେଖା ଅଛି। ତେବେ ଉଭୟ ମୁହଁରେ ମାସ୍କ ପରିଧାନ କରିଛନ୍ତି। ସେହିପରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ମଧ୍ୟ ଆଉ ଏକ ଇଂରାଜୀରେ ସ୍ଲୋଗାନ ଲେଖାଯାଇଛି।

ଏହି ବାଲୁକା କଳା ସୁଦର୍ଶନ ନିଜ ଟୁଇଟ ଆକାଉଣ୍ଟରେ ଦେବା ପରେ ତାହା ବିଶ୍ବବାସୀଙ୍କ ନଜରକୁ ଆସିବାରେ ଲାଗିଛି। ଅନେକ ରିଟୁଇଟ୍ କରିବା ସହିତ କମେଣ୍ଟ ମଧ୍ୟ ପ୍ରଦାନ କରିଛନ୍ତି। କରୋନା ଭାଇସର ଉପରେ ଏପରି ସିରିଜ୍ ସଚେତନତା ବାଲୁକା କଳା ନିର୍ମାଣ କରି ବିଶ୍ବରେ ପ୍ରସଂଶିତ ହୋଇପାରିଛନ୍ତି।