ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ସିରିଜ୍ କରୋନା ସଚେତନତା ବାଲୁକା କଳା, ଏଥରର କଳା ଡାକ୍ତର ଓ ନର୍ସଙ୍କୁ କଲେ ସମର୍ପିତ

Published: Apr 4, 2020, 3:14 pm IST

ପୁରୀ, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବର୍ତ୍ତମାନ କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରିବାରେ ଲାଗିଛନ୍ତି। ପୁରୀ ବେଳାଭୂମିରେ କେହି ଦର୍ଶକ ନ ଥିଲେ ମଧ୍ୟ ସେ ତାଙ୍କର କଳା ମାଧ୍ୟମରେ ସଚେତନା ବଜାଇ ରଖିଛନ୍ତି। ଏହି ଭାଇରସ ବ୍ୟାପିବା ଦିନଠାରୁ ସୁଦର୍ଶନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଳା କରି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି। ସେହିପରି ଯେତେବେଳେ ଲକଡାଉନ ଘୋଷଣା ହେଲା ସେତେବେଳେ ଘରେ ରୁହନ୍ତୁ ନେଇ ଏକ ବାଲୁକା କଳା କରିଥିଲେ। ଯାହା ବିଶ୍ବର ବିଭିନ୍ନ ଉଚ୍ଚ ବର୍ଗ ପ୍ରଶଂସା କରିଥିଲେ।

ବର୍ତ୍ତମାନ ସୁଦର୍ଶନ ଏହି ଭାଇରସ ଆକ୍ରାନ୍ତ ପାଇଁ ସେବା କରୁଥିବା ଡାକ୍ତର ଓ ନର୍ସଙ୍କ ପାଇଁ ନିର୍ମାଣ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଷ୍ଟେଥୋ ଧରିଥିବା ଡାକ୍ତର ଏବଂ ନର୍ସର ବାଲୁକା ମୂର୍ତ୍ତି କରିଛନ୍ତି। ସେହି ଷ୍ଟେଥୋରେ ଆମେ ଆପଣଙ୍କ ପାଇଁ ବୋଲି ସୁନ୍ଦର ସ୍ଲୋଗାନଟିଏ ଇଂରାଜୀରେ ଲେଖା ଅଛି। ତେବେ ଉଭୟ ମୁହଁରେ ମାସ୍କ ପରିଧାନ କରିଛନ୍ତି। ସେହିପରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ମଧ୍ୟ ଆଉ ଏକ ଇଂରାଜୀରେ ସ୍ଲୋଗାନ ଲେଖାଯାଇଛି।

ଏହି ବାଲୁକା କଳା ସୁଦର୍ଶନ ନିଜ ଟୁଇଟ ଆକାଉଣ୍ଟରେ ଦେବା ପରେ ତାହା ବିଶ୍ବବାସୀଙ୍କ ନଜରକୁ ଆସିବାରେ ଲାଗିଛି। ଅନେକ ରିଟୁଇଟ୍ କରିବା ସହିତ କମେଣ୍ଟ ମଧ୍ୟ ପ୍ରଦାନ କରିଛନ୍ତି। କରୋନା ଭାଇସର ଉପରେ ଏପରି ସିରିଜ୍ ସଚେତନତା ବାଲୁକା କଳା ନିର୍ମାଣ କରି ବିଶ୍ବରେ ପ୍ରସଂଶିତ ହୋଇପାରିଛନ୍ତି।

Related posts