Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ସଂସ୍କୃତି

ମାସ୍କ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲିର ସ୍ଥାପତ୍ୟ

ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ ଧୋଇବା। ଏହିପରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଚେତନତା ବାଲୁକା ସ୍ଥାପତ୍ୟ କରିବାରେ ଲାଗିଛନ୍ତି ଏହି ଶିଳ୍ପୀ। ଏଥିପାଇଁ ବିଶ୍ବସ୍ତରରେ ତାଙ୍କୁ ବେଶ୍ ପ୍ରସଂଶା ମଧ୍ୟ ମିଳିବାରେ ଲାଗିଛି।

ଏହି କରୋନା ସଚେତନତା ସିରିଜରେ ଏଥର ସୁଦର୍ଶନ ମାସ୍କ ବିଷୟକୁ ନେଇ ବାଲୁକା କଳଛନ୍ତି। ସେଥିପାଇଁ ସେ ପୁରୀ ବେଳାଭୂମିରେ ଦୁଇଟି ଭିନ୍ନ ଭିନ୍ନ ବାଲୁକା କଳା ନିର୍ମାଣ କରିଛନ୍ତି। ଗୋଟିଏରେ ସେ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଥିବା ବେଳେ ଅନ୍ୟଟିରେ ନିଜଘରେ ମାସ୍କ ତିଆରି କରନ୍ତୁ ବୋଲି କଳା ମାଧ୍ୟମରେ କହିଛନ୍ତି।

ନିଜ ଘରେ ମାସ୍କ ତିଆରି କରିବା ପାଇଁ ହୋଇଥିବା ସ୍ଥାପତ୍ୟରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ମୁହଁରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇ ରହିଛନ୍ତି। ତେବେ ସେମାନଙ୍କ ମୁହଁରେ କୌଣସି କଂପାନୀ ପ୍ରସ୍ତୁତ ନୁହେଁ ଘରେ ତିଆରି ଚିରା ପିନ୍ଧା ଲୁଗାରେ ହୋଇଥିବା ମାସ୍କ ପିନ୍ଧିଛନ୍ତି। ଏହି ମାସ୍କ ଏବଂ ସ୍ଥାପତ୍ୟର ପୋଷାକ ପରିଧାନକୁ ଲକ୍ଷ୍ୟ କଲେ ସୁଦର୍ଶନଙ୍କ କଲାଚାତୁରୀ ବାରି ହୋଇପଡେ। ଏହାକୁ ବାଲିରେ ସୁଦର୍ଶନ ଏପରି ନିର୍ମାଣ କରିଛନ୍ତି ଯାହା ଅବିକଳ ଲୁଗାର ମାସ୍କ ପରି ଲାଗୁଛି। ଦୁଇ ମୁହଁ ମଝିରେ ଆସ ମାସ୍କ ତିଆରି କରିବା ବୋଲି ଇଂରାଜୀରେ ଲେଖାଯାଇଛି।

ସେହିପରି ଆଉ ଏକ ସ୍ଥାପତ୍ୟରେ ସୁଦର୍ଶନ ଜଣେ ମହିଳାଙ୍କ ମୁହଁରେ ମାସ୍କ ପିନ୍ଧାଥିବା ବାଲୁକାକଳା ମଧ୍ୟ କରିଛନ୍ତି। ଏଥିରେ ମହିଳା ଜଣଙ୍କ ମୁହଁର ଭାବଭଙ୍ଗି ଯାହା ତାହା ପ୍ରମାଣତି କରୁଛି ଯେ ସେ କଡା ନଜରରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି। ସେଥିପାଇଁ ସୁଦର୍ଶନ ସେହି ପ୍ରତିମୂର୍ତ୍ତିର ଆଖିକୁ ବଡବଡ କରିଛନ୍ତି। ଦେଖିଲେ ଲାଗୁଛି ପ୍ରତିମୂର୍ତ୍ତିଟି ଆଖି ତରାଟି ଆଶ୍ଚର୍ଯ୍ୟ ଭାବେ ଚାହିଁ ରହିଛି।

ସୁଦର୍ଶନ ପ୍ରତିଦିନ କରୋନା ଭାଇରସ ଉପରେ କରୁଥିବା ଏହି ସିରିଜ ବାଲୁକା କଳା ବିଶ୍ବ ବାସୀଙ୍କୁ ଏପରି ବିଶ୍ବ ସ୍ବସ୍ଥ୍ୟ ସଂଗଠନ ମଧ୍ୟ ପ୍ରସଂଶା କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ସିରିଜ୍ କରୋନା ସଚେତନତା ବାଲୁକା କଳା, ଏଥରର କଳା ଡାକ୍ତର ଓ ନର୍ସଙ୍କୁ କଲେ ସମର୍ପିତ

ପୁରୀ, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବର୍ତ୍ତମାନ କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରିବାରେ ଲାଗିଛନ୍ତି। ପୁରୀ ବେଳାଭୂମିରେ କେହି ଦର୍ଶକ ନ ଥିଲେ ମଧ୍ୟ ସେ ତାଙ୍କର କଳା ମାଧ୍ୟମରେ ସଚେତନା ବଜାଇ ରଖିଛନ୍ତି। ଏହି ଭାଇରସ ବ୍ୟାପିବା ଦିନଠାରୁ ସୁଦର୍ଶନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଳା କରି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି। ସେହିପରି ଯେତେବେଳେ ଲକଡାଉନ ଘୋଷଣା ହେଲା ସେତେବେଳେ ଘରେ ରୁହନ୍ତୁ ନେଇ ଏକ ବାଲୁକା କଳା କରିଥିଲେ। ଯାହା ବିଶ୍ବର ବିଭିନ୍ନ ଉଚ୍ଚ ବର୍ଗ ପ୍ରଶଂସା କରିଥିଲେ।

ବର୍ତ୍ତମାନ ସୁଦର୍ଶନ ଏହି ଭାଇରସ ଆକ୍ରାନ୍ତ ପାଇଁ ସେବା କରୁଥିବା ଡାକ୍ତର ଓ ନର୍ସଙ୍କ ପାଇଁ ନିର୍ମାଣ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଷ୍ଟେଥୋ ଧରିଥିବା ଡାକ୍ତର ଏବଂ ନର୍ସର ବାଲୁକା ମୂର୍ତ୍ତି କରିଛନ୍ତି। ସେହି ଷ୍ଟେଥୋରେ ଆମେ ଆପଣଙ୍କ ପାଇଁ ବୋଲି ସୁନ୍ଦର ସ୍ଲୋଗାନଟିଏ ଇଂରାଜୀରେ ଲେଖା ଅଛି। ତେବେ ଉଭୟ ମୁହଁରେ ମାସ୍କ ପରିଧାନ କରିଛନ୍ତି। ସେହିପରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ମଧ୍ୟ ଆଉ ଏକ ଇଂରାଜୀରେ ସ୍ଲୋଗାନ ଲେଖାଯାଇଛି।

ଏହି ବାଲୁକା କଳା ସୁଦର୍ଶନ ନିଜ ଟୁଇଟ ଆକାଉଣ୍ଟରେ ଦେବା ପରେ ତାହା ବିଶ୍ବବାସୀଙ୍କ ନଜରକୁ ଆସିବାରେ ଲାଗିଛି। ଅନେକ ରିଟୁଇଟ୍ କରିବା ସହିତ କମେଣ୍ଟ ମଧ୍ୟ ପ୍ରଦାନ କରିଛନ୍ତି। କରୋନା ଭାଇସର ଉପରେ ଏପରି ସିରିଜ୍ ସଚେତନତା ବାଲୁକା କଳା ନିର୍ମାଣ କରି ବିଶ୍ବରେ ପ୍ରସଂଶିତ ହୋଇପାରିଛନ୍ତି।