Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାସ୍କ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲିର ସ୍ଥାପତ୍ୟ
ଜାତୀୟ ଖବର

ମାସ୍କ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲିର ସ୍ଥାପତ୍ୟ

April 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ ଧୋଇବା। ଏହିପରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଚେତନତା ବାଲୁକା ସ୍ଥାପତ୍ୟ କରିବାରେ ଲାଗିଛନ୍ତି ଏହି ଶିଳ୍ପୀ। ଏଥିପାଇଁ ବିଶ୍ବସ୍ତରରେ ତାଙ୍କୁ ବେଶ୍ ପ୍ରସଂଶା ମଧ୍ୟ ମିଳିବାରେ ଲାଗିଛି।

ଏହି କରୋନା ସଚେତନତା ସିରିଜରେ ଏଥର ସୁଦର୍ଶନ ମାସ୍କ ବିଷୟକୁ ନେଇ ବାଲୁକା କଳଛନ୍ତି। ସେଥିପାଇଁ ସେ ପୁରୀ ବେଳାଭୂମିରେ ଦୁଇଟି ଭିନ୍ନ ଭିନ୍ନ ବାଲୁକା କଳା ନିର୍ମାଣ କରିଛନ୍ତି। ଗୋଟିଏରେ ସେ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଥିବା ବେଳେ ଅନ୍ୟଟିରେ ନିଜଘରେ ମାସ୍କ ତିଆରି କରନ୍ତୁ ବୋଲି କଳା ମାଧ୍ୟମରେ କହିଛନ୍ତି।

ନିଜ ଘରେ ମାସ୍କ ତିଆରି କରିବା ପାଇଁ ହୋଇଥିବା ସ୍ଥାପତ୍ୟରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ମୁହଁରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇ ରହିଛନ୍ତି। ତେବେ ସେମାନଙ୍କ ମୁହଁରେ କୌଣସି କଂପାନୀ ପ୍ରସ୍ତୁତ ନୁହେଁ ଘରେ ତିଆରି ଚିରା ପିନ୍ଧା ଲୁଗାରେ ହୋଇଥିବା ମାସ୍କ ପିନ୍ଧିଛନ୍ତି। ଏହି ମାସ୍କ ଏବଂ ସ୍ଥାପତ୍ୟର ପୋଷାକ ପରିଧାନକୁ ଲକ୍ଷ୍ୟ କଲେ ସୁଦର୍ଶନଙ୍କ କଲାଚାତୁରୀ ବାରି ହୋଇପଡେ। ଏହାକୁ ବାଲିରେ ସୁଦର୍ଶନ ଏପରି ନିର୍ମାଣ କରିଛନ୍ତି ଯାହା ଅବିକଳ ଲୁଗାର ମାସ୍କ ପରି ଲାଗୁଛି। ଦୁଇ ମୁହଁ ମଝିରେ ଆସ ମାସ୍କ ତିଆରି କରିବା ବୋଲି ଇଂରାଜୀରେ ଲେଖାଯାଇଛି।

ସେହିପରି ଆଉ ଏକ ସ୍ଥାପତ୍ୟରେ ସୁଦର୍ଶନ ଜଣେ ମହିଳାଙ୍କ ମୁହଁରେ ମାସ୍କ ପିନ୍ଧାଥିବା ବାଲୁକାକଳା ମଧ୍ୟ କରିଛନ୍ତି। ଏଥିରେ ମହିଳା ଜଣଙ୍କ ମୁହଁର ଭାବଭଙ୍ଗି ଯାହା ତାହା ପ୍ରମାଣତି କରୁଛି ଯେ ସେ କଡା ନଜରରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି। ସେଥିପାଇଁ ସୁଦର୍ଶନ ସେହି ପ୍ରତିମୂର୍ତ୍ତିର ଆଖିକୁ ବଡବଡ କରିଛନ୍ତି। ଦେଖିଲେ ଲାଗୁଛି ପ୍ରତିମୂର୍ତ୍ତିଟି ଆଖି ତରାଟି ଆଶ୍ଚର୍ଯ୍ୟ ଭାବେ ଚାହିଁ ରହିଛି।

ସୁଦର୍ଶନ ପ୍ରତିଦିନ କରୋନା ଭାଇରସ ଉପରେ କରୁଥିବା ଏହି ସିରିଜ ବାଲୁକା କଳା ବିଶ୍ବ ବାସୀଙ୍କୁ ଏପରି ବିଶ୍ବ ସ୍ବସ୍ଥ୍ୟ ସଂଗଠନ ମଧ୍ୟ ପ୍ରସଂଶା କରିଛି।

SandArtOnCorona SudarsanPatnaik Top News ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026
Latest News

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.