Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କିଛି ମହିଳା ଲାଞ୍ଛନାକାରୀ ମୋତେ ବଦନାମ କରୁଛନ୍ତି; ସାଂସଦ ସୁଲତା ଦେଓ

ଭୁବନେଶ୍ବର: ଗତକିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ସାଂସଦ ସୁଲତା ଦେଓ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ହଟାଇ ଦେଇ ମାନସ ମଙ୍ଗରାଜଙ୍କୁ ଦିଆଯାଇଛି। ଏହାର କାରଣରେ ବିଭିନ୍ନି ମିଡିଆରେ ବିଭିନ୍ନ ଚର୍ଚ୍ଚା ଚାଲିଛି।

ବିଜେଡି ପଦଯାତ୍ରା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାନ୍ଧରେ ସାସଂଦ ସୁଲତା ଦେଓ ଦଳୀୟ ଉତ୍ତରୀୟ ପକାଇଥିଲେ। ଯାହାକୁ ପରେ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇ ବାହାର କରିଦେଇଥିଲେ। ଏହାର କିଛି ଦିନ ପରେ ସୁଲତାଙ୍କୁ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ହଟାଇ ଦିଆଯାଇଥିଲା।

ତେବେ ବିଭିନ୍ନ ଗଣମାଧ୍ୟମରେ ସୁଲତାଙ୍କ ଉପରେ କୁଆଡେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ ହୋଇ ପଡିଛନ୍ତି। ସେଥିପାଇଁ ସେଦିନ ମଞ୍ଚରେ ନୀବନ ବିରକ୍ତି ପ୍ରକାଶ କରିଥିଲେ। ଏହା ପ୍ରଚାର ହେବା ପରେ ସାଂସଦ ସୁଲତା ଦେଓ ଆଜି ତାଙ୍କର ସୋସିଆଲ ମିଡିଆରେ ତାହାର ସ୍ପଷ୍ଟିକରଣ ଦେଇଛନ୍ତି। ସେ ଏଥିରେ କିଛି ମହିଳା ଲାଞ୍ଛନାକାରୀଙ୍କୁ ଦୋଷ ଦେଇଛନ୍ତି। ତେବେ ସେମାନେ କିଏ ସେ ନେଇ କୌଣସି କଥା ସୁଲତା ଉଲ୍ଲେଖ କରି ନାହାଁନ୍ତି।

ସୁଲତା ଯାହା ଲେଖିଛନ୍ତି ତାହା ହେଲା, ” ଓଡ଼ିଶାର ମୋ’ର ପ୍ରିୟ ଭାଇ, ଭଉଣୀଙ୍କୁ ସପ୍ରେମ ନମସ୍କାର। MP ମୁଁ ପରେ ହୋଇଛି, ପ୍ରଥମେ କାହାର ଭଉଣୀ, କାହାର ମାଆ। ମୋ ଭଳି ଜଣେ ଓବିସି ମହିଳାଙ୍କୁ ଦେଶର ମର୍ଯ୍ୟାଦା ସମ୍ପନ୍ନ ରାଜ୍ୟ ସଭାକୁ ପଠାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତାଙ୍କ ପ୍ରତି ମୁଁ ଆଜୀବନ କୃତଜ୍ଞ।

ଏଇ କିଛି ଦିନ ହେବ ଯେପରି ଭାବେ କିଛି ମିଡ଼ିଆ ମତେ ଲାଂଛିତ କରି ଆସୁରିକ ମଜା ନେଉଛନ୍ତି, ତା ଅସହ୍ୟ ହୋଇଛି। ମହିଳାଙ୍କୁ ଲାଂଚ୍ଛନା ଯଦି ସେହି ମିଡ଼ିଆ ମାନଙ୍କ ଅଧିକାର, ତେବେ ଗଣତନ୍ତ୍ରର ଗତି କେଉଁଆଡ଼େ???

ଯେଉଁ ଘଟଣାକୁ ନେଇ ମିଡ଼ିଆ ମତେ ଦୋଷ ଦେଇଛି, ସେଥିରେ କେଉଁଠି ସେମାନେ ମୋ ଦୋଷ ଦେଖିଛନ୍ତି, କହିଲେ କୃତଜ୍ଞ ରହିବି। ମୋର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ କେଉଁଠାରେ ଦୋଷ ଦେଇ ନ ଥିଲେ ମଧ୍ୟ କିଛି ମହିଳା ଲାଂଚ୍ଛନା କାରୀ ମତେ ଦୋଷ ଦେଇ କେଉଁ ମେଡାଲ ପାଇବାକୁ ଚାହୁଁଛନ୍ତି???

ମୁଖ୍ୟ ସଚେତକ ପଦରେ ମାନନୀୟ ମାନସ ମଙ୍ଗରାଜ ଭାଇଙ୍କୁ ଦାୟିତ୍ୱ ଦିଆ ଯିବା ନିହାତି ଆବଶ୍ୟକ ଥିଲା। ଏକଥା ମୁଁ ମୂଳରୁ କହି ଆସିଛି। ବଡ଼ଭାଇ ମାନସ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ମୁଁ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ମୁଖପାତ୍ର ରହି ଆସିଛୁ। ତେଣୁ ଏଥିରେ ଆଶ୍ଚର୍ଯ୍ୟପ୍ରକଟ କରି ବିନା ମେଘରେ ବଜ୍ରପାତ କାହିଁକି???

ଯଦି ସମ୍ମାନ ଦେଇ ପାରିବେ ନାହିଁ ଅନ୍ତତଃ ଅସମ୍ମାନୀତ କରନ୍ତୁ ନାହିଁ। ସମ୍ମାନ ଦେଇଛନ୍ତି ଜଣେ। ମୋ ଭଳି ଜଣେ ଓବିସି PRI ମେମ୍ବରଙ୍କୁ ରାଜ୍ୟସଭା ସଦସ୍ୟ ମନୋନୀତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଉଦାହରଣ ପେଶ କରିଛନ୍ତି, ତା ପୁଣି ଥରେ ମନେ ପକାଇ ରହୁଛି। ଧନ୍ୟବାଦ, ଜୟ ଜଗନ୍ନାଥ”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ସୁଲତା ଦେଓ: ସେବେ ପଞ୍ଚାୟତ ପରିଚାଳନା କରୁଥିଲେ ଏବେ ରାଜ୍ୟସଭା

ନୂଆଦିଲ୍ଲୀ: ସେ ଥିଲେ ସରପଞ୍ଚ। ଗାଁ ଗାଁ ବୁଲି ପଞ୍ଚାୟତ କଥା ବୁଝୁଥିଲେ, ପୁରା ପଞ୍ଚାୟତ ପରିଚାଳନା କରୁଥିଲେ। ଏବେ ସେ ରାଜ୍ୟସଭା ପରିଚାଳନା କରୁଛନ୍ତି। ଯାହା ଓଡିଶା ପାଇଁ ଆଣିଛି ଗର୍ବ ଓ ଗୌରବ। ଗତକାଲି ବିଜେଡି ସାଂସଦ ସୁଲତା ଦେଓ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଆସନରେ ବସି ଗୃହ ପରିଚାଳନା କରିଥିଲେ। ସେତିକି ନୁହେଁ ସେ ଗତକାଲି ଜନଜାତି ସଂଶୋଧନ ବିଲକୁ ମଧ୍ୟ ପାଶ କରାଇଥିଲେ।

ପ୍ରଥମ ଥର ପାଇଁ ସୁଲତା ଦେଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଯାଇଛନ୍ତି। କେତୋଟି ଅଧିବେସନରେ ସେ ବସିବା ପରେ ତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ମନୋନିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ଗତକାଲି ତାଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମିଳିଥିଲା। ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ପ୍ୟାନଲର ସଦସ୍ୟ ରହି ଗୃହ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ସୁଲତା ଦେଓଙ୍କୁ ମିଳିଲା ବଡ ପଦ, ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା

ନୂଆଦିଲ୍ଲୀ: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଛି ଏକ ବଡ ପଦ। ତାଙ୍କୁ ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ନିଯୁକ୍ତି ଦେଇଛନ୍ତି। ଆଜି ମୌସୁମୀ ଅଧିବେସନରେ ଅଧ୍ୟକ୍ଷ ଧନଖଡ ଏହି ପ୍ୟାନଲକୁ ପୁନଃଗଠନ କରି ନୂଆ ଆଠ ଜଣ ସଦସ୍ୟଙ୍କୁ ମନୋନିତ କରିଛନ୍ତି।

ନୂଆ ପ୍ୟାନେଲର ମୋଟ ଆଠଜଣଙ୍କ ମଧ୍ୟରୁ ଚାରିଜଣ ହେଉଛନ୍ତି ମହିଳା। ଆଉ ଏହି ଚାରିଜଣ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଅଧ୍ୟକ୍ଷ କହିଛନ୍ତି ଯେ, ପଚାଶ ପ୍ରତିଶତ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ସେହିପରି ନୂଆ ସଦସ୍ୟଙ୍କୁ ସୁଯୋଗ ଦେବା ପାଇଁ ଏହି ନୂଆ ପ୍ୟାନେଲକୁ ଗଠନ କରାଯାଇଛି।

ସୁଲତା ଦେଓଙ୍କ ସହିତ ଆଉ ଯେଉଁ ତିନି ଜଣ ମହିଳା ସାଂସଦ ମନୋନିତ ହୋଇଛନ୍ତି  ସେମାନେ ହେଲେ ପିଟି ଉଷା, ଏସ ଫାନଗୋନ କୋନାକ୍, ଫୁଜିଆ ଖାନ, ଭି ବିଜୟସାଇ ରେଡ୍ଡୀ। ଏମାନେ ରାଜ୍ୟସଭା ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଅନୁପସ୍ଥିତ ଥିବା ବେଳେ ଗୃହ ପରିଚାଳନା କରିବେ।

ରାଜ୍ୟସଭା ଅଧ୍ୟକ୍ଷ ଧନକଡ ସମସ୍ତଙ୍କୁ ସ୍ବାଗତ କରିବା ସହିତ ସୁଚାରୁ ରୂପେ ଗୃହକାର୍ଯ୍ୟ ତୁଲାଇବେ ବୋଲି ସେ ଆଶା କରିଛନ୍ତି। ସେମାନେ ଠିକ ଭାବରେ ଏହି ଦେଶ ପାଇଁ ସେବା କରିବେ କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବରୁ ଓଡିଶାର ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ଅଛନ୍ତି।