Categories
ଆଜିର ଖବର ଜାତୀୟ ଖବର

କେଜ୍ରିୱାଲଙ୍କୁ ଷଷ୍ଠ ସମନ ପଠାଇଲା ଇଡି, ଫେବୃଆରୀ ୧୯ ରେ ଜେରା ପାଇଁ ହେବେ ହାଜର

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଷଷ୍ଠ ସମନ ଜାରି କରିଛି ଏବଂ ତାଙ୍କୁ ଫେବୃଆରୀ ୧୯ ତାରିଖରେ ଜେରା କରିବାକୁ କହିଛି। ଦିଲ୍ଲୀର ଇଡି ମୁଖ୍ୟାଳୟରେ ହାଜର ହେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୁହାଯାଇଛି। ଏହି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଥର ପାଇଁ ସମନ ପଠାଯାଇଥିଲା, କିନ୍ତୁ ସେ ଥରେ ମଧ୍ୟ ତଦନ୍ତରେ ଯୋଗ ଦେଇନାହାଁନ୍ତି।

ଏହାପୂର୍ବରୁ ଫେବୃଆରୀ ୨ ତାରିଖରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ଇଡିର ପଞ୍ଚମ ସମନ ପରେ ପଚରାଉଚରାକୁ ଆସିନଥିଲେ, ଯାହା ପରେ ଇଡି ଡକାଯାଇ ନ ଥିବାରୁ ତାଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଥିଲା। ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟେକ ଥର ଇଡି ଡାକରାକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଛନ୍ତି। ତାଙ୍କୁ ନିର୍ବାଚନ ପ୍ରଚାରରୁ ନିବୃତ୍ତ କରିବା ଇଡିର ଉଦ୍ଦେଶ୍ୟ ବୋଲି ସେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର

ପୁଣିଥରେ ଭଦ୍ରାଙ୍କୁ ସମନ ଜାରି କଲା ଇଡି

ଇଡି ରର୍ବଟ ଭଦ୍ରାଙ୍କୁ ଗୁରୁବାର ବା ଆସନ୍ତାକାଲି ହାଜର ହେବା ପାଇଁ ସମନ ଜାରି କରିଛି। ତାଙ୍କ ବେନାମୀ ସମ୍ପତ୍ତିର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଦୁବାଇର ୧୪କୋଟିର ଭିଲା ଏବଂ ଲଣ୍ଡନରେ ଏକ ପ୍ଲଟ, ଯାହାର ଦାମ ଆନୁମାନିକ ୨୬କୋଟି ଟଙ୍କା ହେବ। ଏହି ସମ୍ପତ୍ତିକୁ ନେଇ ଭଦ୍ରାଙ୍କୁ ଜେରା କରାଯିବ ବୋଲି ଜଣାପଡିଛି। ଭଦ୍ରା ସ୍କାଇଲାଇଟ ହସ୍ପିଟାଲିଟୀ ମନି ଲଣ୍ଡରିଂ ଅଧିନିୟମ ଅନୁସାରେ ବିଭିନ୍ନ ମାମଲାରେ ଇଡିର ରାଡାରରେ ଅଛନ୍ତି। ଯେଉଁଥିରେ ଗୁରୁଗ୍ରାମ ଏବଂ ବେକାନିରର ଜମି କାରବାର ସାମିଲ ଅଛି। ଭଦ୍ରାଙ୍କ ଆଗୁଆ ଜାମିନ ଖାରଜ କରିବାକୁ ଇଡି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା।

Categories
ଆଜିର ଖବର

ବିଛା ମନ୍ତବ୍ୟ ପାଇଁ କୋର୍ଟରେ ହାଜର ହେବାକୁ ଥରୁରଙ୍କୁ ସମନ

ଶନିବାର ଦିଲ୍ଲୀର ଏକ କୋର୍ଟ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ଙ୍କୁ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶିବଲିଙ୍ଗ ଉପରେ ଥିବା ବିଛା ସହିତ ତୁଳନା କରିବା ମନ୍ତବ୍ୟକୁ ନେଇ ଅଭିଯୋଗ ଆସିବା ପରେ ଜୁନ୍‌ ୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବିଜେପି ନେତା ରାଜୀବ ବବ୍ବରଙ୍କ ଅଭିଯୋଗ ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଅକ୍ଟୋବର ୨୦୧୮ରେ ବେଙ୍ଗାଲୁରୁ ସାହିତ୍ୟ ଉତ୍ସବରେ ଥରୁର୍‌ ଏହି ବିବାଦୀୟ ବୟାନ ଦେବ ସହିତ ଏହା ଜଣେ ଆରଏସ୍‌ଏସ୍‌ ନେତାଙ୍କ ଉକ୍ତି ବୋଲି କହିଥିଲେ। ଏହା ତାଙ୍କର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ଅଭିଯୋଗ କରି ମାମଲା ଦାୟର କରିଥିଲେ ବବ୍ବର। ସହକାରୀ ମାଜିଷ୍ଟ୍ରେଟ୍‌ ସମର ବିଶାଲ ଏହି ମାମଲାର ବିଚାର କରିଥିଲେ।