ବିଛା ମନ୍ତବ୍ୟ ପାଇଁ କୋର୍ଟରେ ହାଜର ହେବାକୁ ଥରୁରଙ୍କୁ ସମନ

Published: Apr 27, 2019, 5:31 pm IST

ଶନିବାର ଦିଲ୍ଲୀର ଏକ କୋର୍ଟ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ଙ୍କୁ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶିବଲିଙ୍ଗ ଉପରେ ଥିବା ବିଛା ସହିତ ତୁଳନା କରିବା ମନ୍ତବ୍ୟକୁ ନେଇ ଅଭିଯୋଗ ଆସିବା ପରେ ଜୁନ୍‌ ୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବିଜେପି ନେତା ରାଜୀବ ବବ୍ବରଙ୍କ ଅଭିଯୋଗ ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଅକ୍ଟୋବର ୨୦୧୮ରେ ବେଙ୍ଗାଲୁରୁ ସାହିତ୍ୟ ଉତ୍ସବରେ ଥରୁର୍‌ ଏହି ବିବାଦୀୟ ବୟାନ ଦେବ ସହିତ ଏହା ଜଣେ ଆରଏସ୍‌ଏସ୍‌ ନେତାଙ୍କ ଉକ୍ତି ବୋଲି କହିଥିଲେ। ଏହା ତାଙ୍କର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ଅଭିଯୋଗ କରି ମାମଲା ଦାୟର କରିଥିଲେ ବବ୍ବର। ସହକାରୀ ମାଜିଷ୍ଟ୍ରେଟ୍‌ ସମର ବିଶାଲ ଏହି ମାମଲାର ବିଚାର କରିଥିଲେ।

Related posts