Categories
ଆଜିର ଖବର

 ନିର୍ବାଚନ ତାରିଖକୁ ନେଇ ବିବାଦ ଉପରେ ମତ ରଖିଲେ ଓବୈସୀ

ରମଜାନ ମାସରେ ନିର୍ବାଚନ ତାରିଖ ପଡିବା କାରଣରୁ ଏବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି । କିଛି ମୁସଲମାନ ନେତାମାନେ ଏବଂ ମୁସଲମାନ ଧର୍ମଗୁରୁମାନେ ରମଜାନ ମାସରେ ଭୋଟିଙ୍ଗ କରିବା ଉପରେ ପ୍ରଶ୍ନ କରିଛନ୍ତି । ତେବେ ଏହି ମାମଲାରେ ରାଜନୀତି ନକରିବା ପାଇଁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ ଅଧ୍ୟକ୍ଷ ଅସଦୁଦୀନ ଓବୈସୀ କହିଛନ୍ତି । ସେ କହିଛନ୍ତି କି, ରମଜାନ ମାସରେ ନିର୍ବାଚନ ହେବା ବହୁତ ଭଲ କାରଣ ମୁସଲମାନ ଏହି ମାସରେ ଅଧିକ ଭୋଟ ଦେବେ ରମଜାନ କାରଣରୁ ଭୋଟିଙ୍ଗ ଉପରେ କୌଣସୀ ପ୍ରଭାବ ପଡିବ ନାହିଁ । ତେଣୁ ଏହାକୁ ନେଇ ରାଜନୀତି ନକରାଯାଉ । ଏହି ବିବାଦ ଏକ ଅର୍ଥହୀନ ବୋଲି କହିଛନ୍ତି । ଏହାକୁ ନେଇ ଅଯଥାରେ ବିବାଦ ସୃଷ୍ଟି ନ କରିବାକୁ ଓବୈସୀ କହିଛନ୍ତି । ଏହି ସମୟରେ ରୋଜା ରଖି ମୁସଲମାନମାନେ କ’ଣ କିଛି କାମ କରୁନାହାନ୍ତି ବୋଲି ଓବୈସୀ କହିଛନ୍ତି । ରାମଜାନ୍‌ ମେ ୬ରୁ ଆରମ୍ଭ ହେବାକୁ ଥିବାବେଳେ  ମେ ୬, ମେ ୧୨, ଓ ମେ ୧୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି ।