Categories
ଆଜିର ଖବର ରାଜ୍ୟ ଖବର

ସରିଲା ସର୍ବଦଳୀୟ ବୈଠକ: ଯୋଗ ଦେଲା ନାହିଁ କଂଗ୍ରେସ, କ୍ଷୋଭ ପ୍ରକାଶ କଲେ ବିଧାୟକ ତାରା

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବାହସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଉପସ୍ଥିତ ଥିଲେ। କିନ୍ତୁ ବୈଠକରେ ଜଣେ ବି କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା।

ଶାନ୍ତି ଶୃଙ୍ଖଳା ସହ ଅଧିବେସନ ‌ସମ୍ପନ୍ନ କରିବାକୁ ବୈଠକରେ ଆଲୋଚନା କରାଯାଇଥିବା ବାଚସ୍ପତି ସୁରମା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି। ସୋମବାର ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଅଧିବେସନ ଆରମ୍ଭ ହେବ।

ତେବେ ସର୍ବଦଳୀୟ ବୈଠକରେ କଂଗ୍ରେସର କୌଣସି ସଦସ୍ୟ ଯୋଗ ଦେଇପାରିନଥିବାରୁ ବିଧାୟକ ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏତେ ପୁରୁଣା ଦଳ, କଂଗ୍ରେସ ନେତା ବଛା ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରିବି। ମତେ ନେତା ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି, କହିଲେ ମୋତେ ନିର୍ଦ୍ଦେଶ ଆସିନି।

ସେପଟେ ସର୍ବଦଳୀୟ ବୈଠକରେ ଯୋଗ ଦେବାପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଠାତ୍ ନବୀନ ନିବାସରେ ପହଞ୍ଚି ଅନୁରୋଧ କରିଥିଲେ। ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗ ଦେଇ ଓଡିଶା ବିକାଶ ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।
Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭାରେ ନୂତନ ବାଚସ୍ପତି ସୁରମା ପାଢୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ସୁରମାଙ୍କୁ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସୁରମାଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ତେବେ ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନୂଆ ବାଚସ୍ପତି ସୁରମାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,

ମାନ୍ୟବର ବାଚସ୍ପତି ମହୋଦୟା,

ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ଆପଣ ଆଜି ଏହି ଦାୟିତ୍ଵ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିପାରିବେ।

ଆମ୍ଭେମାନେ ସମସ୍ତେ ଓଡିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବାକରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ। ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହ କାର୍ଯ୍ୟରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା।

ପରିଶେଷରେ, ମୁଁ ଏ ଗୃହର ମାନ୍ୟବର ସଦସ୍ୟା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମୋର ପ୍ରିୟ ଓଡିଶାବାସୀଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରଣପୁର ବିଧାନସଭା ଆସନ: ୧୬ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ୧୫ ହଜାରରୁ ଊର୍ଦ୍ଧ୍ଵ ଭୋଟରେ ଆଗୁଆ

ଭୁବନେଶ୍ବର: ରଣପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରମା ପାଢି ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୬ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୧୫ ହଜାର ୧୯୪ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୬ ରାଣ୍ଡ ପରେ ଯେତେ ଭୋଟ ପାଇଛନ୍ତି ତାହା ହେଲା…

୧- ସୁରମା ପାଢି, ବିଜେପି- ୭୬,୭୩୭

୨- ସତ୍ୟନାରାୟନ ପ୍ରଧାନ, ବିଜେଡି- ୬୧,୫୪୩