Categories
ଆଜିର ଖବର ଜାତୀୟ ଖବର

ସୁରଟରେ ମିଳିଥିଲା ମଡେଲଙ୍କ ମୃତଦେହ, ଏହି କ୍ରିକେଟରଙ୍କ ସହ ଥିଲା ବନ୍ଧୁତା, ପୋଲିସ କରିବ ତଦନ୍ତ!

ନୂଆଦିଲ୍ଲୀ: ମଡେଲ ତନୟା ସିଂଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ପୋଲିସର ତଦନ୍ତରୁ ଜଣାପଡିଛି ଯେ ତାନିଆ ସିଂ ଆଇପିଏଲ ଖେଳୁଥିବା ଅଭିଷେକ ଶର୍ମାଙ୍କ ସହ ବନ୍ଧୁ ଥିଲେ। ତେବେ ଏହି ଘଟଣାର ଦୁଇ ଦିନ ପରେ ମଧ୍ୟ ପୋଲିସର କୌଣସି ଠୋସ୍ ପ୍ରମାଣ ନାହିଁ। ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ସୁରଟରେ ୨୮ ବର୍ଷିୟ ମଡେଲ ତାନିଆ ସିଂଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତାନିଆ ତାଙ୍କ ପିତାମାତାଙ୍କ ସହିତ ରହୁଥିଲେ।

ଏହି ପ୍ରସଙ୍ଗରେ ଏସିପି ଭି.ଆର ମାଲହୋତ୍ରା ବୁଧବାର କହିଛନ୍ତି ଯେ, ଏହି ମାମଲାର ପ୍ରାଥମିକ ଅନୁସନ୍ଧାନରୁ ତାନିଆ ସିଂ ଏବଂ ସନରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କ ମଧ୍ୟରେ ବନ୍ଧୁତା ଥିବା ଜଣାପଡିଛି। ହ୍ଵାଟସ୍ ଆପ୍ ରେ ଅଭିଷେକ ଶର୍ମାଙ୍କ ନିକଟକୁ ମୃତ ମଡେଲଙ୍କ ଦ୍ୱାରା ପଠାଯାଇଥିବା ଏକ ବାର୍ତ୍ତା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଅଭିଷେକ ଶର୍ମା ମୃତ ମଡେଲଙ୍କ ସହ ବନ୍ଧୁ ଥିଲେ। ଏହି ଘଟଣାର ତଦନ୍ତ ଚାଲିଛି। ଭବିଷ୍ୟତରେ ଆହୁରି ଅନେକ ତଥ୍ୟ ମିଳିପାରେ। ପୋଲିସ ଅଭିଷେକ ଶର୍ମାଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ କରି ନାହିଁ, କିନ୍ତୁ ଅଧିକ ସ୍ପଷ୍ଟୀକରଣ ମାଗି ତାଙ୍କୁ ନୋଟିସ୍ ପଠାଇବାକୁ ଯୋଜନା କରିଛି। ଉତ୍ତରହୀନ ବାର୍ତ୍ତାଗୁଡିକର ପରିସ୍ଥିତି ଏବଂ ସେମାନଙ୍କ ବନ୍ଧୁତ୍ୱର ପ୍ରକୃତି ଏକ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ ଅଭିଷେକ ଶର୍ମା ତାଙ୍କ ଫୋନ୍ ନମ୍ବରକୁ ଅବରୋଧ କରିଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କ ମେସେଜ ଉପରେ କୌଣସି ପ୍ରତିକ୍ରିୟା ଦେଉନଥିଲେ।