Categories
ଆଜିର ଖବର ରାଜ୍ୟ ଖବର

ବର୍ଷା କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ରଖନ୍ତୁ ସରକାର : ବାଚସ୍ପତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଗତକାଲିର ଅଦିନିଆ ବର୍ଷା ତଥା ଘୂର୍ଣ୍ଣିଝଡ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ ରଖିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ସ୍ଥାନରେ ବିଦ୍ୟୁତ ସଞ୍ଜୋଗ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବିଧାନସଭାର ଶୂନ୍ୟକାଳରେ ଉଭୟ ପକ୍ଷର ସଦସ୍ୟ ମାନେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ଷା ଏବଂ ପବନ କାରଣରୁ ବିଭିନ୍ନ ଘରଦ୍ବାର ଏବଂ ଚାଷଜମି ନଷ୍ଟ ହୋଇଥିବା ଜଣାପଡିଛି । ଏପରିକି କିଛି ବ୍ୟକ୍ତି ଏବଂ ଗୃହପାଳିତ ପଶୁ ମୃତାହତ ହୋଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି । ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ମାମଲାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।