Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

‘ତାରକ ମେହେଟ୍ଟା କା ଓଲଟା ଚଶମା’ ଅଭିନେତା ଗୁରୁଚରନ୍ ସିଂ ନିଖୋଜ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ: ଟିଭି ଧାରାବାହିକ ‘ତାରକ ମେହେଟ୍ଟା କା ଓଲଟା ଚଶମା’ରେ ରୋଶନ ସିଂ ସୋଢିଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଗୁରୁଚରନ୍ ସିଂ ନିଖୋଜ ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ୫୦ ବର୍ଷୀୟ ଅଭିନେତାଙ୍କ ବାପା ପୋଲିସ ନିକଟରେ ଏକ ନିଖୋଜ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ଅନୁଯାୟୀ ଗୁରୁଚରନ୍ ସିଂ ଏପ୍ରିଲ ୨୨ ତାରିଖ ସକାଳ ୮.୩୦ ରେ ମୁମ୍ବାଇ ଯିବାକୁ ବିମାନବନ୍ଦର ଛାଡିଥିଲେ। କିନ୍ତୁ ସେ ମୁମ୍ବାଇରେ ପହଞ୍ଚି ନଥିଲେ ଏବଂ ଫୋନ୍ ରେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା।

ପୋଲିସକୁ ସିସିଟିଭି ଫୁଟେଜ ମିଳିଛି

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଲଗା ଅଲଗା ଟିମ ଗଠନ କରି ମାମଲାର ତଦନ୍ତ ଆରମ୍ଭ କରାଯାଉଛି। ପ୍ରକୃତରେ କ’ଣ ଘଟିଛି ଜାଣିବା ପାଇଁ ଆମେ ସିସିଟିଭି ଫୁଟେଜ୍ ଯାଞ୍ଚ କାରାଯାଉଛି। ସିସିଟିଭି ଫଟୋଗୁଡ଼ିକରେ ଗୁରୁଚରଣ ପାଦରେ ବୁଲୁଛନ୍ତି ଏବଂ ତାଙ୍କ ପିଠିରେ ଏକ ବ୍ୟାଗ ଅଛି। ଗୁରୁଚରଣଙ୍କ ବ୍ୟାଙ୍କ ବିବରଣୀ ଉପରେ ମଧ୍ୟ ଦିଲ୍ଲୀ ପୋଲିସ ଅନୁସନ୍ଧାନ କରୁଛି। ତେବେ ଏପର୍ଯ୍ୟନ୍ତ ପୋଲିସ କୌଣସି ବଡ଼ ସୂଚନା ପାଇନାହିଁ।

ଗୁରୁଚରଣ ସିଂଙ୍କୁ ଶେଷ ଥର ପାଇଁ ଟିଭି ଶୋ ‘ତାରାକ ମେହେଟା କା ଓଲଟା ଚଶମା’ରେ ରୋଶନ ସିଂ ସୋଢି ଭୂମିକାରେ ଦେଖିବାକୁ ମିଳିଥିଲା। ପିତାଙ୍କ ସ୍ୱାସ୍ଥ୍ୟ କାରଣରୁ ସେ ସୋ ଛାଡିଥିଲେ କାରଣ ସେହି ସମୟରେ ସେ ତାଙ୍କ ପରିବାର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ।

ଏହି ସମୟରେ ଗୁରୁଚରଣଙ୍କ ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି, ଯାହା ସେ ଚାରି ଦିନ ପୂର୍ବରୁ ସେୟାର କରିଥିଲେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ପୋଷ୍ଟରେ ଅଭିନେତା ତାଙ୍କ ପିତାଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି ଭିଡିଓ ଦେଖି ପ୍ରଶଂସକମାନେ ମଧ୍ୟ ତାଙ୍କ ମଙ୍ଗଳ କାମନା କରୁଥିବା ଦେଖିବାକୁ ମିଳିଛି।