Categories
ଭିଡ଼ିଓ

Ishaan Khatter Tabu was easy to romance on screen || ତବୁଙ୍କ ସହ ରୋମାନସ ସହଜ ଥିଲା |

Categories
ଆଜିର ଖବର

୧୭ତମ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ ହେବେ ତବୁ

ଜାତୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ତବୁଙ୍କୁ ଲସ୍‌ଏଞ୍ଜେଲ୍‌ଠାରେ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ କରାଯିବ । ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  କ୍ରିଷ୍ଟିନା ମାରୁୱାଡା ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ସିନେମାରେ ତବୁଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯିବ । ଜଣେ ସାହସୀ, ବହୁ ପ୍ରତିଭା ସମ୍ପନ୍ନ ତଥା ଉଚ୍ଚକୋଟୀର ଅଭିନୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ । ଭାରତୀୟ ସିନେମାରେ ଜଣେ ପ୍ରତିଭାସମ୍ପନ୍ନ ମହିଳା ଭାବରେ ତବୁଙ୍କ ଅବଦାନ ବେଶ୍‌ ଉଲ୍ଲେଖନୀୟ ରହିଛି । ୨୦୧୯ର ଏହି ଫିଲ୍ମୋତ୍ସବରେ ମହିଳା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶିକାଙ୍କ ଦ୍ଵାରା ଫିଲ୍ମଗୁଡ଼ିକ ଏହି ଅବସରରେ ପ୍ରଦର୍ଶନ କରାଯିବ ।  ନିକଟରେ ରିଲିଜ୍‌ ହୋଇଥିବା ତବୁଙ୍କ ଫିଲ୍ମ ‘ଅନ୍ଧାଧୁନ୍‌’ ମଧ୍ୟ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶନ କରାଯିବ । ଏହି ଫିଲ୍ମରେ ତବୁଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା ଓ ରାଧିକା ଆପ୍ତେ ପ୍ରମୁଖ ଭୂମିକାରେ ରହିଥିଲେ । ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଅନାମିକା ହକ୍‌ସାର୍‌ଙ୍କ ‘ଟେକିଂ ଦ ହର୍ଷ ଟୁ ଇଟ୍‌ ଜଲେବିସ୍‌’, କିମ୍ବଦନ୍ତୀ ବଙ୍ଗାଳୀ ଅଭିନେତ୍ରୀ ଲଲିତା ଚାଟ୍ଟାର୍ଜୀଙ୍କୁ ନେଇ ନିର୍ମିତ ତଥା ଆଦିତ୍ୟ ବିକ୍ରମଙ୍କ ଫିଲ୍ମ ‘ଜୋନାକୀ’, ଦାର ଗାଇଙ୍କ ’ନାମଦେବ ବୋହୂ ଇନ ସର୍ଚ୍ଚ ଅଫ୍‌ ସାଇଲେନ୍ସ’, ରିତୁ ସରିନ୍‌ ଓ ଟେନ୍‌ଜିଂ ସୋନମ୍‌ଙ୍କ ‘ଦି ସ୍ଵିଟ୍‌ ରିକ୍ୟୁମ୍‌’ ଓ  କ୍ରିତି କୁଲ୍‌ହାରୀ ଓ ନବୀନ କସ୍ତୁରିଆଙ୍କ ସର୍ଟ ଫିଲ୍ମ ‘ମାୟା’ ପ୍ରମୁଖ ଏହି ଫିଲ୍ମୋତ୍ସବରେ ପ୍ରଦର୍ଶିତ ହେବ । ୧୭ତମ ଫିଲ୍ମୋତ୍ସବ ଏପ୍ରିଲ୍‌ ୧୧ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।