Categories
ଆଜିର ଖବର ଜାତୀୟ ଖବର

ଆଫଗାନିସ୍ତାନରେ 11 ତାଲିବାନ ଆତଙ୍କୀ ନିହତ

କାବୁଲ : ଆଫଗାନିସ୍ତାନରେ 11 ଜଣ ତାଲିବାନୀ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ ଉରୁଜ୍‌ଗାନ୍‌ରେ ଆଫଗାନୀ ସେନା ପକ୍ଷରୁ ଏହି ଏନ୍‌କାଉଣ୍ଟରରେ 11 ତାଲିବାନୀ ଆତଙ୍କୀ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଥିବା ଜଣାପଡିଛି । ନିକଟରେ ଆଫଗାନ ପୋଲିସ୍‌ ବେସ୍ ଉପରେ ଆକ୍ରମଣ ପ୍ରତିବାଦରେ ଏନ୍‌କାଉଣ୍ଟର କରାଯାଇଥିଲା । ଏହି ଏନ୍‌କାଉଣ୍ଟରରେ 11 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । 5 ଜଣ ସୈନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୋଲିସ୍‌ ବେସ୍‌ ଉପରେ ତାଲିବାନ୍‌ ଆକ୍ରମଣ : 11 ପୋଲିସ୍‌ ନିହତ

କାବୁଲ : ଆଫଗାନିସ୍ତାନର ଏକ ପୋଲିସ୍‌ ବେସ୍‌ ଉପରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 11 ଜଣ ପୋଲିସ୍‌ କର୍ମଚାରୀ ନିହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଘଟିଥିବା ଆକ୍ରମଣରେ 11 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 20 ରୁ ଅଧିକ ପୋଲିସ୍‌ କର୍ମୀ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । ଗତକାଲି ଆକ୍ରମଣ କରି ଆମେରିକୀୟ ଯୁଦ୍ଧବିମାନ ଖସାଇବା ପରେ ତାଲିବାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକୀୟ ବିମାନ ଖସାଇଥିବା ନେଇ ତାଲିବାନ୍‌ର ସ୍ବୀକୋରୋକ୍ତି

କାବୁଲ : ଆଫଗାନିସ୍ତାନର ଘଜନୀ ପ୍ରଦେଶରେ ଘଟିଥିବା ବିମାନଟି ଆମେରିକୀୟ ଯୁଦ୍ଧବିମାନ ବୋଲି ଜଣାପଡିଛି । ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ ଏହି ବିମାନ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି । ତାଲିବାନ ମୁଖପାତ୍ର ଜବିନଉଲ୍ଲା ମୁଜାହିଦ୍‌ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଆମେରିକୀୟ ଯୁଦ୍ଧ ବିମାନ ଉକ୍ତ ଅଞ୍ଚଳରେ ଜନତାଙ୍କୁ ହତ୍ୟା କରୁଥିବାରୁ ପ୍ରତିବାଦ ସ୍ବରୂପ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଦୁଇ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ଜଣାପଡିଛି । ପୂର୍ବରୁ ଧ୍ବଂସ ପାଇଥିବା ବିମାନଟି ଆରିଆନା ଏୟାରଲାଇନ୍ସର ବୋଲି ଖବର ପ୍ରକାଶ ପାଇଥିଲା । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ବିସ୍ଫୋରଣ : 2 ଆମେରିକୀୟ ସୈନ୍ୟ ନିହତ

କାବୁଲ : ଆଫଗାନିସ୍ତାନରେ ଅବସ୍ଥାପିତ ଦୁଇ ଆମେରିକୀୟ ସୈନ୍ୟ ଏକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । କାନ୍ଦାହାରର ଦକ୍ଷିଣ ଆଫଗାନିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା । ଶନିବାର ଆମେରିକୀୟ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ସ୍ଥାନୀୟ ଆଇଡି ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ତାଲିବାନ ଆକ୍ରମଣରେ ୯ ପୋଲିସ୍ କର୍ମୀ ମୃତ

ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ଆକ୍ରମଣରେ ୯ ଜଣ ପୋଲିସ୍‌ ଅଧିକାରୀ ପ୍ରାଣ ହରାଇଛନ୍ତି। ଏକ ଜୀବନ୍ତ ବୋମାକୁ ନିଷ୍କ୍ରିୟ କରିବାକୁ ଯାଉଥିବା ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ ହେବାରୁ ୯ ଜଣ ପୋଲିସ କର୍ମୀଙ୍କ ପ୍ରାଣହାନି ଘଟିଛି। ଅନର୍ଦରା ଜିଲ୍ଲାରେ ଏହି ଘଟଣା ଘଟିଛି। ପୋଲିସ୍‌ ଅଧିକାରୀ ଅବ୍‌ଦୁଲ୍‌ ସମାଦ ସଲେହୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତ। ଫରାହରେ ଏକ ବୋମା ରହିଥିବାର ଖବର ପାଇ ଏହି ଅଧିକାରୀ ମାନେ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଥିଲା। ଏହି ଆକ୍ରମଣ ପରେ ତାଲିବାନ ସହିତ ହେବାକୁ ଥିବା ଶାନ୍ତି ରାଜିନାମା ବାଧାପ୍ରାପ୍ତ ହୋଇଛି।