Categories
ଆଜିର ଖବର ଜାତୀୟ ଖବର ସିନେମା

ବକ୍ସ ଅଫିସରେ ଦୀପିକା ଓ ଅଜୟଙ୍କ ଲଢେଇ :  ବାହାରେ କଂଗ୍ରେସ ଓ ବିଜେପିର ଫ୍ରି ଟିକେଟ୍‌ ରାଜନୀତି

ଭୋପାଳ : ମଧ୍ୟପ୍ରଦେଶ ରାଜନୀତି ଭୋପାଳରେ ଆଜି ବକ୍ସ ଅଫିସ୍‌ ସହିତ ରାଜନୀତିରେ ମଧ୍ୟ ସୁପର୍‌ ଫ୍ରାଇଡେ୍‌ ଦେଖିବାକୁ ମିଳିଛି। ଆଜି ବକ୍ସ ଅଫିସ୍‌ରେ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ତାନାଜୀ’ ଓ ଦୀପିକା ପାଦୁକୋନ୍‌ଙ୍କ ‘ଛପାକ୍‌’ ଲଢେଇ ହେଉଥିବାବେଳେ। ଏହାକୁ ନେଇ ଏହା ସହିତ ରାଜନୈତିକ ଦଳରେ ମଧ୍ୟ ଆରମ୍ଭ ହୋଇଛି ଫ୍ରି ଟିକେଟ ଲଢେଇ। ଭୋପାଳରେ ଗୋଟିଏ ପଟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ‘ଛପାକ୍‌’ର ଫ୍ରି ଟିକେଟ୍‌ ବାଣ୍ଟୁଥିବାର ନଜର ଆସିଥିବାବେଳେ ବିଜେପିର କିଛି ଲୋଗା ‘ତାନାଜୀ’ ଫିଲ୍ମ ଦେଖାଉଥିବାର ଖବର ଶୁଣିବାକୁ ମିଳିଛି। ଫ୍ରି ଟିକେଟ୍‌କୁ ନେଇ ରାଜନୀତିରେ ଭୋପାଳ କିଛି ଫିଲ୍ମ ଟକିଜ୍‌ରେ ବାହାରେ ବିବାଦୀୟ ସ୍ଥିତି ମଧ୍ୟ ଉପୁଜିଛି।

ଭୋପାଳର ରଙ୍ଗ ମହଲ ଓ ସଙ୍ଗୀତ ଟକିଜ୍‌ରେ ବିଜେପି – କଂଗ୍ରେସ ତରଫରୁ ଫ୍ରି ଫିଲ୍ମ ଟିକେଟ୍‌ ବଣ୍ଟା ଯାଇଛି। ଏହି ଫ୍ରି ଟିକେଟକୁ ନେଇ ଦୁଇ ଦଳ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି ।  ଗୋଟିଏ ପଟରେ ବିଜେପିର ନେତା ‘ତାନାଜୀ’ ଫିଲ୍ମଟି ଦେଶଭକ୍ତ ଉପରେ ଆଧାରିତ ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅପିଲ୍‌ କରୁଥିବାବଳେ  କଂଗ୍ରେସ ତରଫରୁ ‘ଛପାକ୍‌’କୁ ମହିଳା ସଶକ୍ତିକରଣ ସହ ଯୋଡ଼ି ଦର୍ଶକଙ୍କୁ ଦେଖିବାକୁ ନେଇ ଅପିଲ୍‌ କରିଛନ୍ତି। ଏହାକୁ ନେଇ ଦୁଇ ଦଳ ତରଫରୁ ଜୋର୍‌ସୋରରେ ନାରାବାଜୀ ମଧ୍ୟ କରିଛନ୍ତି। ଫିଲ୍ମର ରିଲିଜ୍‌ ପୂର୍ବରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏହାକୁ ଟିକସ ମୁକ୍ତ ଘୋଷଣା କରିଥିଲେ।

‘ଛପାକ୍‌’ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିକଟରେ ଜେଏନ୍‌ୟୁ ହିଂସା ପୀଡ଼ିତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଜେଏନ୍‌ୟୁରେ ସାମିଲ୍‌ ହୋଇଥିଲେ । ଏହାପରେ ଏହି ଫିଲ୍ମକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଜେପି ଓ ଏହାର ସମର୍ଥିତ ଦଳ ଏହାକୁ ନେଇ ଟୁକୁଡେ ଟୁକୁଡେ ଗ୍ୟାଙ୍ଗର ସମର୍ଥନ କରିବାର ଅଭିଯୋଗ ଲଗାଉଥିବାବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୀପିକାଙ୍କୁ ସମର୍ଥନରେ କହିଥିଲେ ଯେ, ଭାରତ ସ୍ବତନ୍ତ୍ର ଦେଶ ଏଠାରେ ସମସ୍ତଙ୍କୁ ସବୁ ଜାଗାକୁ ଯିବାକୁ ଅଧିକାର ରହିଛି । ଦୀପିକା ମହିଳା ଅପରାଧ ଉପରେ ଏକ ଫିଲ୍ମରେ ମୁଖ୍ୟ ନାୟିକା ହୋଇଛନ୍ତି । ଏଥିରେ କାହାରି କିଛି ଅଭିଯୋଗ କରିବା ଉଚିତ୍‌ ନୁହେଁ।

ସୂଚନାଯୋଗ୍ୟ, ମେଘନା ଗୁଲୁଜାର ନିର୍ଦ୍ଦେଶିତ ଦୀପିକା ଓ ବିକ୍ରାନ୍ତ ମାସେଙ୍କ ଅଭିନୀତ ଏହି ଫିଲ୍ମଟି ଏସିଡ୍‌ ପୀଡ଼ିତାଙ୍କ କାହାଣୀ ଉପରେ ଗତିଶୀଳ। ସେହିପରି ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ତଥା ଅଜୟ ଦେବଗନ୍‌, କାଜୋଲ୍‌, ସୈଫ୍‌ଅଲୀ ଖାନ୍‌, ଶରଦ କେଲକର୍‌ଙ୍କ ଅଭିନୀତ ଏହି ଫିଲ୍ମଟି ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ।