Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଅଛି। ଏହି ଅବସରରେ ଏମ୍ସ ପାଖରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।

ଆଗାମୀ ଦିନରେ ଟାଙ୍ଗୀ ଅଞ୍ଚଳର ଜନ ସାଧାରଣଙ୍କୁ ଆହୁରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ପାରିବ ବୋଲି ଏମସ ଅଧିକାରୀ  ପ୍ରକାଶ କରିଛନ୍ତି।

ଏମ୍ସ ଶାଖା ଟାଙ୍ଗୀ ପକ୍ଷରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସହ ଭାଗିତାରେ ରୋଗୀ ମାନଙ୍କୁ ମଧୁମେହ ରୋଗ ସହ ଗୁରୁତର ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଅଛି। ବିଭିନ୍ନ ଜଟିଳ ପରିସ୍ଥିତିରେ ଡ୍ରୋନ ମାଧ୍ୟମରେ ରୋଗୀ ମାନଙ୍କୁ ରକ୍ତ ସହ ଔଷଧ ଯୋଗାଇ ଦିଆଯାଉଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ସ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସ, ଫାର୍ମାସିଷ୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସାମ୍ବାଦିକ ସରୋଜ କୁମାର ପାଇକରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ପ୍ରତିଷ୍ଠା ଦିବସରେଏମ୍ସ ନିର୍ଦ୍ଦେଶକ ଡାଃ ଆଶୁତୋଷ ବିଶ୍ୱାସ, ଏମ୍ସ ର ଅଧିକ୍ଷକ ଡାଃ ଦିଲିପ କୁମାର ପରିଡା, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାଃ ସତ୍ୟ ରଞ୍ଜନ ନନ୍ଦ, ଡାଃ ଅରବିନ୍ଦ ସିଂହ, ଡାଃ ସ୍ୱୟମ ପ୍ରଜ୍ଞା ପରିଡା, ଡାଃ ଅଭିଷେକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରଲର ପଛ ପଟୁ ଧକ୍କା ଦେଲା କାର: ଜଣେ ମୃତ, ଚାଳକ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩ ମହିଳା

ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ ଗୌରଚନ୍ଦ୍ର ପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଅଛନ୍ତି ଏବଂ ୩ ଜଣ ମହିଳା ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୋଟିଏ କାର ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ର ପୁର ଛକରେ ରାସ୍ତା ଉପରେ ହଠାତ ଏକ ଟ୍ରଲର ବ୍ରେକ ମାରିଥିଲା। ଫଳରେ ଟ୍ରଲର ପଛରୁ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଟ୍ରଲରକୁ ପଛ ପଟୁ ଧକ୍କା ଦେଇଥିଲା। ହେଲେ କାରଟି ଏଭଳି ଭାବରେ ଧକ୍କା ଦେଇଥିଲା ଯେ, ଯେଉଁଥିରେ କାରର ଅଧିକାଂଶ ଅଂଶ ଟ୍ରଲର ଭିତରେ ପସିଯାଇଥିଲା।

ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରିବା ସହ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅମରଜିତ ରାଉତ (୨୮) ନାମକ ଜଣେ ଯାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  ଗୁରୁତର ଥିବା ଚାଳକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ୩ ଜଣ ମହିଳା ଯାତ୍ରୀଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିଲା।

ତେବେ ମୃତକ ଅମରଜିତଙ୍କ ଘର ଭଦ୍ରକ ଧାମ ନଗର ଅଞ୍ଚଳରେ ବୋଲି ଜଣାପଡିଥିବା ବେଳେ ଚାନ୍ଦପୁର ପୋଲିସ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା: ଟାଙ୍ଗୀର ବିଭିନ୍ନ ମତଦାନ କେନ୍ଦ୍ର ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ, ତାହାକୁ ପ୍ରଶାସନ ଗୋଟି ଗୋଟି କରି ସମୀକ୍ଷା କରୁଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଟାଙ୍ଗୀ ଗସ୍ତରେ ଆସି ଟାଙ୍ଗୀର ବିଭିନ୍ନ ଭୋଟଦାନ କେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି।

ଟାଙ୍ଗୀର ବଳରାମ ଦେବ ବିଦ୍ୟାପୀଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣଶ ପୁର ପ୍ରାଥମିକ ବିଦ୍ୟାଳୟ ଆଦି ଭୋଟଦାନ କେନ୍ଦ୍ର ବୁଲି ସେଗୁଡିକର ଭିତ୍ତିଭୂମି ସମୀକ୍ଷା କରିବା ସହ ବିଦ୍ୟୁତ ସଂଯୋଗ, ଫ୍ୟାନ, ଶୌଚାଳୟ ଆଦି ତଦାରଖ କରିଛନ୍ତି। ଭୋଟଦାନ କେନ୍ଦ୍ର ଗୁଡିକ ପରିସର ସ୍ୱଚ୍ଛ ରହିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଟାଙ୍ଗୀ ବିଡ଼ିଓ ରେଶ୍ମା ଟେଟେ, ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ପକ୍ଷରୁ ଓଡିଶାରେ ପ୍ରଥମ: ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରୁ ଟାଙ୍ଗୀକୁ ଆରମ୍ଭ ହେଲା ଡ୍ରୋନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ରୁ ପରୀକ୍ଷା ମୂଳକ ଭାବେ ଡ୍ରୋନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ ଡ୍ରୋନ ସେବା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ଏମ୍ସରୁ ଉକ୍ତ ସେବାକୁ ଆରମ୍ଭ କରାଯାଇଛି।

ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ପାଇଁ ଉକ୍ତ ସେବାର ଲକ୍ଷ୍ୟ। ଏମ୍ସ ପକ୍ଷରୁ ଓଡିଶାରେ ଏହି ସେବା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ୭୦ କିଲୋମିଟର ପାଇଁ ୩୫ ମିନଟ ସମୟ ଲାଗୁଛି। ଏହି ଡ୍ରୋନ ଅପରାହ୍ନ ୧୨ ଟାରେ ବାହାରି ୧୨ ଟା ୩୫ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲା।

ଏହି ଡ୍ରୋନ ୫ କେଜି ଓଜନ ପରିବହନ କରିବାର କ୍ଷମତା ରଖିଥିବା ଜଣା ପଡିଛି। ଅତି ଜରୁରୀ ପରିସ୍ଥିତି ରେ ଏହାକୁ ରୋଗୀଙ୍କୁ ନର୍ମାଲ ଟେମ୍ପରଚରରେ ଅତି ଜରୁରୀ ଔଷଧ ସହ ରକ୍ତ ଯୋଗାଣ କରିପାରିବ। ଏହି ଡ୍ରୋନ ପୁନର୍ବାର ଏମ୍ସ ଭୁବନେଶ୍ୱର କୁ ସଫଳତାର ସହ ଆକାଶ ପଥରେ ଫେରିଆସିଛି।

ଆକାଶ ପଥରେ ପକ୍ଷୀ ମାନଙ୍କ ଠାରୁ ଢେର ଉଚ୍ଚ ପ୍ରାୟ ୪୦୦ ଫୁଟ ଉଚ୍ଚତାରେ ଏହି ଡ୍ରୋନ ଉଡାଣ କରିବାର କ୍ଷମତା ରହିଛି ବୋଲି ଡ୍ରୋନ ଟେକନସିଆନ ସୂଚନା ଦେଇଛନ୍ତି। ଆଜି ଏହି ସେବା ପ୍ରଥମ ଉଡାଣରେ ସଫଳ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି। ତେଣୁ ଏହି ସେବା ଆଗକୁ ପ୍ରତିଦିନ ଜାରୀ ରହିବା ପାଇଁ ଏମ୍ସ ବ୍ୟବସ୍ଥା କରୁଥିବା ଜଣା ପଡିଛି। ଫଳରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ବେଶ ଉପକୃତ ହୋଇ ପାରିବେ।

Categories
ଆଞ୍ଚଳିକ

ଦ୍ରୁତଗାମୀ କାର ଧକ୍କାରେ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଗୁରୁତର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଦ୍ରୁତଗାମୀ କାର ଧକ୍କାରେ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି। କାର ଧକ୍କାରେ ଗୁରୁତର ହୋଇଥିବା କର୍ମଚାରୀଙ୍କର ନାମ ଵାପି ପ୍ରଧାନ (୪୨)। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପ୍ରଧାନ ସାହିରେ ତାଙ୍କ ଘର।

ଵାପି ପ୍ରଧାନ ଟାଙ୍ଗୀ ଗ୍ରାମ ପଞ୍ଚାୟତ ଅଧୀନରେ ଜଳ ଯୋଗାଣ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ସେ ଆଜି ସକାଳ ସମୟରେ ବ୍ରାହ୍ମଣ୍ଡି ଗାଁରେ କାମ କରିବା ପାଇଁ ଯାଉଥିବା ବେଳେ ସେଠାରେ ଏକ କାର ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ: କୟଥପଲ୍ଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୟଥପଲ୍ଲା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଜଣଙ୍କର ମୃତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ରାମଚନ୍ଦ୍ର ସାହୁ (୩୬) ବୋଲି ଚିହ୍ନଟ ହୋଇଥିବା ବେଳେ ତାଙ୍କ ଘର ବାଲୁଗାଁ ଥାନା ସରଳା ପଦର ଗ୍ରାମରେ ବୋଲି ଜଣାପଡିଛି। ମୃତ ଦେହ ଜବତ କରି ଟାଙ୍ଗୀ ପୋଲିସ ତଦନ୍ତ କରୁଛି।

Categories
ଆଞ୍ଚଳିକ

ଟାଙ୍ଗୀ: ଛାତ ଉପରେ ଗୁଡ଼ି ଉଡାଇବା ହେଲା କାଳ, ତଳକୁ ଖସି ନାବାଳକ ଛାତ୍ର ଗୁରୁତର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଛାତ ଉପରେ ଗୁଡ଼ି ଉଡାଇବା କାଳ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋବିନ୍ଦ ପୁର ସାହିରେ ଗୁଡ଼ି ଉଡାଉଥିବା ବେଳେ ଛାତ ଉପରୁ ତଳକୁ ଖସି ପଡ଼ି ନାବାଳକ ଛାତ୍ର ଗୁରୁତର ହୋଇଛି।

ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଟାଙ୍ଗୀ ଗୋବିନ୍ଦ ପୁର ସାହିର କାଳୁ ରାଉତଙ୍କ ୯ ବର୍ଷର ପୁତ୍ର ଲିଟନ ଛାତ ଉପରେ ଗୁଡ଼ି ଉଡାଉଥିବା ବେଳେ ଅନ୍ୟ ମନସ୍କ ହୋଇ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

Categories
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ମାତିଛନ୍ତି ଚୋରା ମଦ ବେପାରୀ : ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ 3 ଗିରଫ

ସୀତାରାମ ଅଗ୍ରଓ୍ବାଲ
ଖୋର୍ଦ୍ଧା (ଟାଙ୍ଗୀ) : କରୋନା ଭାଇରସ୍‌ କାରଣରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ଏହି ସମୟରେ ସକ୍ରୀୟ ହୋଇଛନ୍ତି ଚୋରା ମଦ ବେପାରୀ । ପୋଲିସ୍‌ ଏବଂ ଅବକାରୀ ବିଭାଗର ନିୟମିତ ପେଟ୍ରୋଲିଂ ମଧ୍ୟ ଚୋରା ବେପାରୀଙ୍କୁ ରୋକିବାରେ ସକ୍ଷମ ହେଉନାହିଁ । ତେବେ ବୁଧବାର ଦିନ ଟାଙ୍ଗୀ ଅବକାରୀ ବିଭାଗକୁ ମିଳିଛି ସଫଳତା । ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 3 ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଛି । ତିନଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ 17 ଲିଟର ମହୁଲୀ, 23 ଲିଟର ବିଅର ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ତିନ ଜଣ ହେଉଛନ୍ତି ଟାଙ୍ଗୀର ମାନସ ପରିଡା, ଅକ୍ଷୟ ସାହୁ ଓ ବାବୁଲି ବେହେରା ବୋଲି ଜଣାପଡିଛି ।