ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ

Published: Apr 26, 2024, 1:58 pm IST

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଅଛି। ଏହି ଅବସରରେ ଏମ୍ସ ପାଖରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।

ଆଗାମୀ ଦିନରେ ଟାଙ୍ଗୀ ଅଞ୍ଚଳର ଜନ ସାଧାରଣଙ୍କୁ ଆହୁରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ପାରିବ ବୋଲି ଏମସ ଅଧିକାରୀ  ପ୍ରକାଶ କରିଛନ୍ତି।

ଏମ୍ସ ଶାଖା ଟାଙ୍ଗୀ ପକ୍ଷରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସହ ଭାଗିତାରେ ରୋଗୀ ମାନଙ୍କୁ ମଧୁମେହ ରୋଗ ସହ ଗୁରୁତର ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଅଛି। ବିଭିନ୍ନ ଜଟିଳ ପରିସ୍ଥିତିରେ ଡ୍ରୋନ ମାଧ୍ୟମରେ ରୋଗୀ ମାନଙ୍କୁ ରକ୍ତ ସହ ଔଷଧ ଯୋଗାଇ ଦିଆଯାଉଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ସ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସ, ଫାର୍ମାସିଷ୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସାମ୍ବାଦିକ ସରୋଜ କୁମାର ପାଇକରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ପ୍ରତିଷ୍ଠା ଦିବସରେଏମ୍ସ ନିର୍ଦ୍ଦେଶକ ଡାଃ ଆଶୁତୋଷ ବିଶ୍ୱାସ, ଏମ୍ସ ର ଅଧିକ୍ଷକ ଡାଃ ଦିଲିପ କୁମାର ପରିଡା, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାଃ ସତ୍ୟ ରଞ୍ଜନ ନନ୍ଦ, ଡାଃ ଅରବିନ୍ଦ ସିଂହ, ଡାଃ ସ୍ୱୟମ ପ୍ରଜ୍ଞା ପରିଡା, ଡାଃ ଅଭିଷେକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts