Categories
ଆଜିର ଖବର

ଭାରତୀୟ ଡବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ଟନ୍‌ କିମ୍‌ ଦେଲେ ଇସ୍ତଫା

ମାଲେସିଆର ଟନ୍‌ କିମ୍‌ ହର୍‌ ବ୍ୟକ୍ତିଗତ କାରଣରୁ ଭାରତର ଟବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍‌ ସଂଘ (ବାଇ) ସହିତ ଚୁକ୍ତି ଶେଷ ହେବାକୁ ଟନ୍‌ (୪୭ ବର୍ଷ)ଙ୍କ ଆହୁରି ଦେଢ ବର୍ଷ ବାକି ଥିଲା। ସେ ଜାପାନର ରାଜଧାନୀ ଟୋକିଓ ଠାରେ ୨୦୨୦ରେ ଆୟୋଜିତ ହେବାକୁ ଥିବା ଅଲମ୍ପିକ ପରେ ଅବସର ନେଇଥାନ୍ତେ। ସେ ଏକ ମାସ ପୂର୍ବରୁ ନିଜର ଇସ୍ତଫା ପତ୍ର ଦେଇଥିଲେ। ତାଙ୍କର କିଛି ପାରିବାରିକ ସମସ୍ୟା ଥିଲା ବୋଲି ଉଲ୍ଲେଖ କରିଥିଲେ। ଟନ୍‌ କିମ୍‌ ଏହା ପୂର୍ବରୁ ଇଂଲଣ୍ଡ, ଦକ୍ଷିଣ କୋରିଆ ଏବଂ ମାଲେସିଆକୁ କୋଚିଙ୍ଗ ଦେଇଛନ୍ତି। ଟନ୍‌ ଇସ୍ତଫା ଦେଇଥିବା ବ୍ୟାଡ୍‌ମିଣ୍ଟନ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ବାଇ)ର ସଚିବ (ଟୁର୍ଣ୍ଣାମେଣ୍ଟ) ଉମର ରସିଦ୍‌ ସ୍ପଷ୍ଟ କରିଛନ୍ତି ।  ଭାରତର ଡବଲସ୍‌ ଖେଳାଳି ଚିରାଗ ସେଟ୍ଟୀ କହିଛନ୍ତି, ଟନ୍‌ ଜାପାନର ପରିଚାଳନା ସଂସ୍ଥା ‘ନିପ୍ପୋ ବ୍ୟାଡମିଣ୍ଟନ ସଂଘ’ ସହିତ ସଂଶ୍ଲିଷ୍ଟ ହେବା ପାଇଁ ଟନ୍‌  ଭାରତରୁ ଫେରିଯାଇଛନ୍ତି ଏବଂ ଜାପାନର ଜାତୀୟ ଟିମ୍‌ ସହ ଯୋଗଦେବେ ।