Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ତୃଣମୂଳ ସାଂସଦ ତାପସ୍‌ ପାଲ୍‌ଙ୍କ ପରଲୋକ

ମୁମ୍ବାଇ : ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତା ତାପସ୍‌ ପାଲ୍‌ଙ୍କ ପରଲୋକ ହୋଇଛି । ମଙ୍ଗଳବାର ସକାଳୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ 61 ବର୍ଷ ହୋଇଥିଲା । ସ୍ବାସ୍ଥାବସ୍ଥା ଖରାପ ହେବାରୁ ପାଲ୍‌ଙ୍କୁ ବାନ୍ଦ୍ରାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସକାଳ 6ଟାରେ ପାଲଙ୍କର ଦେହାନ୍ତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ନେଇ ପାଲ୍‌ କିଛି ଦିନ ଜେଲ୍‌ରେ ରହିଥିଲେ । ରୋଜ୍ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ନେଇ ପାଲ୍‌ଙ୍କୁ 2016ରେ ଗିରଫ କରାଯାଇଥିଲା । (ଏଜେନ୍ସି)