ଭୁବନେଶ୍ୱର, ଆଜି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ୱାର କଲ୍ସେଣ୍ଟର ସ୍ଥାନୀୟ କଲ୍ୟାଣୀ କଂପ୍ଲେକ୍ସରେ ଉଦ୍ଘାଟିତ ହୋଇଯାଇଛି । ଏହା ୨୪/୭ ଘଣ୍ଟା ଅବିରତ ଭାବେ କାର୍ଯ୍ୟ କରିବ। ଏହି କଲ୍ ସେଣ୍ଟରକୁ କଲ୍ କରି ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ସରବରାହ,ବିଲ୍ ପଇଠ,ନୂଆ ଲାଇନ୍ ସଂଯୋଗ, ଠିକଣା/ନାମ ପରିବର୍ତ୍ତନ ଆଦି ସହ ବିଭିନ୍ନ ତଥ୍ୟ ପାଇ ପାରିବେ।
ଏହା ଛଡ଼ା ଗ୍ରାହକମାନେ ସେମାନଙ୍କ ସନ୍ଦେହ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଅଭିଯୋଗ ଦାଖଲ ସଂପର୍କିତ କାର୍ଯ୍ୟ ଏହି କଲ୍ ସେଣ୍ଟର ଦ୍ୱାରା ସଂପାଦିତ ହେବ । ଉପଭୋକ୍ତାଙ୍କୁ ଏସବୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ କଲ୍-ସେଣ୍ଟର ଆରମ୍ଭ କରାଯାଇଛି । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ର ମୁଖ୍ୟନିର୍ବାହୀ ଅଧିକାରୀ ଏମ୍. ସେନବାଗାମ୍ ଓ ଟାଟା ପାଓ୍ୱାରର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।
ସେସୁକୁ ଟାଟା ପାୱାର ଅଧିଗ୍ରହଣ କରିବା ପରେ ବର୍ତ୍ତମାନ ତାହା କାମ ଆରମ୍ଭ କରିଛି।