Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରଠାରେ ଟେକ୍‌ ମହିନ୍ଦ୍ରା ଅଫିସ୍‌କୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର : ମୈତ୍ରୀବିହାର ଅଞ୍ଚଳରେ ଥିବା ଟେକ୍‌ ମହିନ୍ଦ୍ରା ଅଫିସ୍‌କୁ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ ଗାଇଡଳାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ଅଫିସ୍‌ ସିଲ୍‌ ହୋଇଥିବା ନେଇ ସୂଚନା ରହିଛି । ସମ୍ପୃକ୍ତ ସଂସ୍ଥାର 7 ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ପରେସ ସିଲ୍‌ କରାଯାଇଛି । ଏହା ପରେ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟିନ୍‌ ନିର୍ଦ୍ଦେଶ ଦିଆଯାଇଛି ।  20 ତାରିଖ ତାରିଖ ସମସ୍ତ 67 କର୍ମଚାରୀଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି । ଏନେଇ ବିଏମ୍‌ସି ଜୋନାଲ୍‌ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି ।