Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଥାଇ ସୈନ୍ୟଙ୍କ ଆଖିବୁଜା ଗୁଳିଚାଳନା : 10ରୁ ଅଧିକ ମୃତ

ବ୍ୟାଙ୍କକ୍‌ : ଥାଇଲାଣ୍ଡର ଜଣେ ସୈନିକ ଆଖିବୁଜା ଗୁଳିଚାଳନା କରିବାରୁ 10ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ଶନିବାର ଅପରାହ୍ନରେ ଜଣେ ସୈନିକ ଏକ୍‌ ମଲ୍‌ ସମ୍ମୁଖରେ ଆଖିବୁଜା ଗୁଳିଚାଳନା କରିଥିବା ବେଳେ ଏହି ଘଟଣାରେ 10ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଥାଇଲାଣ୍ଡ ରୟାଲ ପୋଲିସ୍‌ର ଅଧିକାରୀ କ୍ରିସାନ୍ନା ପଟ୍ଟାନଚୋରେନ୍‌ ଏହି ତଥ୍ୟ ପ୍ରକାଶ କରିଛନ୍ତି । 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୈନ୍ୟଙ୍କ ନାମ ଗୋପନ ରଖାଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର

ଥାଇଲାଣ୍ଡରେ 6.4 ତୀବ୍ରତାର ଭୂକମ୍ପ,ଶତାଧିକ ଘର ମାଟିରେ ମିଶିଲା

ଥାଇଲାଣ୍ଡ, 21/11: ଥାଇଲାଣ୍ଡରେ ଏକ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଦିନ ଉତ୍ତର ଥାଇଲାଣ୍ଡ ଏବଂ ଲାଓସରେ ଏହି ଭୂକମ୍ପର ତାଣ୍ଡବ ଦେଖିବାକୁ ମିଳିଥିଲା । ଭୂମିକମ୍ପ ପ୍ରଭାବରେ ନାନ୍‌ ଅଞ୍ଚଳରେ ଶତାଧିକ ଘର ଭୁଷୁଡି ପଡିଛି । ଲାଓସ୍‌ରେ ଦିନ 11ଟାରେ ଏହି ଭୂକମ୍ପର ମୃଦୁ ଝଟ୍‌କା ଅନୁଭୂତ ହୋଇଥିଲା । ଏହା ସହିତ ନାନ୍‌ରେ ଏକ 5ଶହ ବର୍ଷ ପୁରୁଣା ମନ୍ଦିର ମଧ୍ୟ ଭାଙ୍ଗି ଯାଇଥିବା ଜଣା ପଡିଛି । ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ସ୍କୁଲ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)