ଥାଇ ସୈନ୍ୟଙ୍କ ଆଖିବୁଜା ଗୁଳିଚାଳନା : 10ରୁ ଅଧିକ ମୃତ

Published: Feb 8, 2020, 8:52 pm IST

ବ୍ୟାଙ୍କକ୍‌ : ଥାଇଲାଣ୍ଡର ଜଣେ ସୈନିକ ଆଖିବୁଜା ଗୁଳିଚାଳନା କରିବାରୁ 10ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ଶନିବାର ଅପରାହ୍ନରେ ଜଣେ ସୈନିକ ଏକ୍‌ ମଲ୍‌ ସମ୍ମୁଖରେ ଆଖିବୁଜା ଗୁଳିଚାଳନା କରିଥିବା ବେଳେ ଏହି ଘଟଣାରେ 10ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଥାଇଲାଣ୍ଡ ରୟାଲ ପୋଲିସ୍‌ର ଅଧିକାରୀ କ୍ରିସାନ୍ନା ପଟ୍ଟାନଚୋରେନ୍‌ ଏହି ତଥ୍ୟ ପ୍ରକାଶ କରିଛନ୍ତି । 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୈନ୍ୟଙ୍କ ନାମ ଗୋପନ ରଖାଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।

Related posts