Categories
ଆଜିର ଖବର

ବୋଲେ ଚୁଡ଼ିୟାରେ ନୱାଜଙ୍କ ସହ ନଜର ଆସିବେ ମୌନୀ

ନିଜର ଅନନ୍ୟ ଅଭିନୟ ଦ୍ଵାରା ବଲିଉଡ୍‌ରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ କରିଥିବା ଅଭିନେତା ନୱାଜ୍‌ଉଦ୍ଦିନ୍‌ ସିଦ୍ଧିକି ଆଗାମୀ ଫିଲ୍ମ ‘ବୋଲେ ଚୁଡିଆ’ରେ ଅଭିନେତ୍ରୀ ମୌନୀ ରାୟଙ୍କ ସହ ନଜର ଆସିବେ । ଏହି ଫିଲ୍ମର ଲିଡ୍‌ ଆକ୍ଟ୍ରେସକୁ ନେଇ ବହୁ ସମୟ ଧରି ଚର୍ଚ୍ଚା ଲାଗି ରହିଥିଲା । ପ୍ରଥମେ ଏହି ଫିଲ୍ମ ପାଇଁ ସୋନାକ୍ଷୀ ସିହ୍ନା ଓ ପରେ ପରେ ଶ୍ରଦ୍ଧା କପୁର୍‌ଙ୍କ ନାମ ମଧ୍ୟ ଏହି ଲିଷ୍ଟ୍‌ରେ ରହିଥିଲା । ତେବେ ଏହି ଫିଲ୍ମର ନିର୍ଦ୍ଦେଶକ ତଥା ନୱାଜଙ୍କ ଭାଇ ସାମସ୍‌ ନବାବ ସିଦ୍ଦିକ ମୌନୀ ଏହି ଫିଲ୍ମର ହିରୋଇନ ରୂପେ ନଜର ଆସିବେ ବୋଲି ସୂଚନା ଦେଇଛନ୍ତି । ନୱାଜଙ୍କ ଭାଇ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ ପାଦ ଥାପୁଛନ୍ତି । ମୌନୀ ଏହି ଫିଲ୍ମରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି । ନୱାଜଙ୍କ ପରି ଜଣେ ଦକ୍ଷ କଳାକାରଙ୍କ ସହ କାମ କରିବାକୁ ନେଇ ବେଶ୍ ଆଗ୍ରହୀ ରହିଛନ୍ତି ମୌନୀ ।