Categories
ବିଶେଷ ଖବର ସଂସ୍କୃତି

ସରକାରୀ ପୁସ୍ତକ ମେଳାର ର ନିମନ୍ତ୍ରଣ; ବିଶ୍ଵସ୍ତରୀୟ ଆୟୋଜନରେ ସଫଳ ଓଡିଶା ସରକାର ପୁସ୍ତକମେଳା ଆୟୋଜନରେ ଏତେ ହତାଶିଆ କାହିଁକି ?

ଜ୍ୟୋତି ନନ୍ଦ

ଯେହେତୁ ବର୍ତ୍ତମାନ ଭୁବନେଶ୍ଵରରେ ଚାଲିଥିବା ପୁସ୍ତକମେଳା ଏକ ସରକାରୀ କାର୍ଯ୍ୟକ୍ରମ ସେଦୃଷ୍ଟିରୁ ସେଠିକି ସମସ୍ତ ସରକାରୀ କର୍ମଚାରୀ ଯେଉଁମାନେ ଭୁବନେଶ୍ଵରରେ ଅଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ପଡିଆରେ ପ୍ରତ୍ୟହ ସଂଧ୍ୟା ଛଅଟା ପରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଉ।ଯାହା ଫଳରେ ପୁସ୍ତକମେଳା ପରିସର ଆଉ ଯାହାହେଉ ନା କାହିଁକି ଟିକିଏ ଅଧିକ ଗହଳଚହଳ ଥିଲା ଭଳି ଲାଗିବ।

ତାହା ସହିତ ଯଦି ପୁସ୍ତକ ମେଳା ପରିସରରେ ପ୍ରାତ୍ୟହିକ  ଅଭଢାର ସୁବନ୍ଦୋବସ୍ତ ହୁଅନ୍ତା ତେବେ ତାହା ଆମର( ପୁସ୍ତକ) କ୍ଷୁଧାକୁ ଅନେକ ପରିମାଣରେ ବି ପ୍ରଶମିତ କରି ପାରନ୍ତା। କହିବା କଥା ହେଉଛି
ଯେତେବେଳେ ଏଇଟି ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ସେତେବେଳେ ଅନ୍ୟ ସମସ୍ତ ସେହିଭଳି କାର୍ଯ୍ୟକ୍ରମ ରେ  ଭୀଡ-ଉତ୍ପାଦନ ଲକ୍ଷ୍ୟାର୍ଥେ ଯେଉଁ ବ୍ୟବସ୍ଥାମାନ ଥାଏ ତାହା ଏଠାରେ ମଧ୍ୟ ଉପଲବ୍ଧ ରହିବା ବିଧେୟ।

ବିଶେଷ କରି ସମସ୍ତ ସରକାରୀ , ବେସରକାରୀ,ତଥା ଅବସରପ୍ରାପ୍ତ (ବେଶି ଏଇ ଶ୍ରେଣୀକୁ)କର୍ମଚାରୀଙ୍କୁ ଓ  ସମସ୍ତ ବିପିଏଲ୍ ଏପିଏଲ୍ କାର୍ଡ ଧାରୀଙ୍କୁ, ଛାତ୍ରଛାତ୍ରୀଙ୍କୁ ଏହି ସରକାରୀ ପୁସ୍ତକମେଳାରୁ ଶତକଡା ଷାଠିଏ ରିହାତି ରେ ବହି କିଣିବାର ସୁବନ୍ଦୋବସ୍ତ କରାଯାଉ ।ଏହି ରିହାତି ସବସିଡି ଆକାରରେ ସରକାରଙ୍କ ତରଫରୁ ପ୍ରତ୍ୟେକ ପ୍ରକାଶକର ଏକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରିଦିଆ ଯାଉ।

ବାଃ।ନିଜର ଏମିତି ପ୍ରସ୍ତାବରେ ଅନ୍ୟକେହି ନହୁଅନ୍ତୁ ପଛକେ ନିଜେ ଆଗ ସ୍ୱୟଂ ଆନନ୍ଦିତ ହେବା ଉଚିତ।

ଆଗରୁ ହ୍ୱାଟସ୍ ଅପ୍ ରେ ଏହି ପୁସ୍ତକ ମେଳା ସଂପର୍କିତ ନିମନ୍ତ୍ରଣ ପତ୍ରଟିଏ ପାଇବାର ସୁଯୋଗ ହୋଇଛି। ସେମିତି ନିମନ୍ତ୍ରଣ ପତ୍ରଟିଏ ନପାଇ ଥିଲେ ବହୁତ ଆନନ୍ଦିତ ହୋଇଥାନ୍ତି।କାରଣ ସେହି ନିମନ୍ତ୍ରଣ ପତ୍ର ଯୋଗୁ ଉପସ୍ଥିତ ଲେଖକ ଅବଗତ ହେଲା ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥା ଭଳି ପୁସ୍ତକ ମେଳା ବି ଏକ ବ୍ୟବସ୍ଥା।ଯେଉଁ ବ୍ୟବସ୍ଥା ପଛରେ ରହିଛି ଔପଚାରିକତା ବେଶି ମାତ୍ର ପୁସ୍ତକ ତ ଆଉ ପିଠା କାଳିଆ ଭଳି ଯୋଜନା ନୁହଁ ଯେ ହିତାଧିକାରୀମାନେ ସ୍ଵୟଂ ଆସି ପହଂଚିଯିବେ।ପୁସ୍ତକର ଯେଉଁ ହିତାଧିକାରୀମାନେ ରହିଥାନ୍ତି ବା ପୁସ୍ତକ ସହ ଯେଉଁ ହିତାଧିକାରୀମାନଙ୍କୁ ଯୋଡାଯାଇଥାଏ ସେଥିପାଇଁ ପୁସ୍ତକର ରଚନା,ପ୍ରସ୍ତୁତି ଓ ବିପଣନ ସଂପର୍କରେ ଗଂଭୀର ପରିଚର୍ଚ୍ଚା ଆବଶ୍ୟକ ଏହି ଭଳି ପୁସ୍ତକମେଳାର ପରିସରରରେ।

କିନ୍ତୁ ସରକାରୀ କାର୍ଯ୍ୟକ୍ରମ  ଭଳି ଏକ ଦାପ୍ତରିକ ନିର୍ଦ୍ଦେଶ ସମ ଆନ୍ତରିକତାହୀନ ବ୍ୟବସ୍ଥାକୁ ଏହି ବୟସ୍କ ଲେଖକର ଘୋର ଅପସନ୍ଦ।

ଏହି ଭଳି ଆୟୋଜନରେ ଆମର ପ୍ରଶାସନିକ ବାବୁ ମାନେ କେତେ ସଚେତନ ତାହା ଗୋଟିଏ ମାତ୍ର କଥାରୁ ବୁଝାଯାଇପାରିବ।ପୁସ୍ତକମେଳା ପରିସରରେ   ୨୦ ତାରିଖରୁ ୨୮ ତାରିଖ ଯାଏ ସବୁଦିନ ସଂଧ୍ୟା  ଛଅଟା ବେଳେ “ସାରସ୍ବତ ସଭା” ର ଆୟୋଜନ ହୋଇଛି।ଏହି ସବୁ ସାରସ୍ବତ ସଭା ମାନ କହିବାକୁ ଗଲେ ବିରଳ ସଭା।ବିରଳ ଏଇଥିପାଇଁ ଯେ ପୃଥିବୀର ଅନ୍ୟ କେଉଁ ପୁସ୍ତକମେଳା ପରିସରରେ ଏମିତି ସଭା ହୁଏ ନାହିଁ ଯେଉଁଠି  ନିର୍ଦ୍ଦିଷ୍ଟ କୌଣସି ବିଷୟବସ୍ତୁ ବା ପ୍ରସଂଗ ଅନୁପସ୍ଥିତ ।ମାତ୍ର ସବୁଦିନ ଏଇଠି ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ତାହାର ବିଧିବଦ୍ଧ ତାଲିକା ଏହି ନିମନ୍ତ୍ରଣପତ୍ରରେ ରହିଅଛି।

ପୁସ୍ତକମେଳା ପରିସରରେ ସଭାମାନଙ୍କରେ ପୁସ୍ତକଚର୍ଚ୍ଚା, ସାହିତ୍ୟଚର୍ଚ୍ଚା ଭଳି ଗଂଭୀର ଚର୍ଚ୍ଚା ପରିବର୍ତ୍ତେ ତାହାକୁ ‘ଯାହା ଜାଣ ତାହା’ ଭଳି ଔପଚାରିକ ସଭାରେ ପରିଣତ କରି ନାଚଗୀତକୁ ମୁଖ୍ୟ ଆକର୍ଷଣ ହିସାବରେ ଉପସ୍ଥାପନ କରିବାର ବୌଦ୍ଧିକ ତଥା ସାଂସ୍କୃତିକ ଅପାରଗତା କୁ ଉପସ୍ଥିତ ଲେଖକ ପ୍ରତିବାଦ କରୁଛି।

ତାହା ସହିତ ଆପଣଙ୍କ ଗୋଚରାର୍ଥେ ନିବେଦନ କରିବାକୁ ଚାହିଁବି ସେହି ପୁସ୍ତକ ମେଳାରେ ୨୦ ତାରିଖରୁ ୨୮ ତାରିଖ ଯାଏଁ ସବୁଦିନ ନିୟମିତ ସଂଧ୍ୟା ଛଅଟା ପରର ସଭାରେ ସଭାମୂଖ୍ୟ ବା ସମ୍ମାନୀତ ଅତିଥି ଭାବରେ ଯେଉଁ ମହାନୁଭବ ନିଜର ଉପସ୍ଥିତିକୁ ଜାହିର୍ କରିବେ ବୋଲି ନିମନ୍ତ୍ରଣରେ ଲେଖାଅଛି, ସେ ମହାଶୟଙ୍କର ଅବସରପ୍ରାପ୍ତ ପ୍ରଶାସକ ତଥା ସଂସ୍କୃତି ବିଦ୍ବାନ ଶ୍ରୀଯୁକ୍ତ ବାଳକୃଷ୍ଣନ ଭଳି ଓଡିଶାର ସାମାଜିକ ଜୀବନ ଓ ସାହିତ୍ୟ ଓ ସଂସ୍କୃତି ଉପରେ ସେମିତି କୌଣସି ଉଲ୍ଲେଖଯୋଗ୍ୟ ବିଦ୍ୱତା ନାହିଁ।ତାଙ୍କୁ ଅନ୍ୟକେହି ଶୁଣିବାରେ ଆଗ୍ରହ ରଖିଥାଇ ପାରନ୍ତି କିନ୍ତୁ ଉପସ୍ଥିତ ଲେଖକ ସେଥିରେ ନିଜ ସମୟର ନିର୍ଘାତ୍ ଅପଚୟ ବୋଲି ମନେ କରିବ।ନିମନ୍ତ୍ରଣ ପତ୍ରରେ ନାଆଁ ରହିଥିବା କାରଣରୁ ସେ ମହାନୁଭବ ଜଣକ ସରକାରୀଭାବେ ନିଶ୍ଚିତ  ପ୍ରଖର ପୁସ୍ତକ ପ୍ରେମୀ ଓ ବିଦ୍ବାନ ହୋଇଥିବେ। ସେ ହେଉଛନ୍ତି ଶ୍ରୀଯୁକ୍ତ ପ୍ରମୁଖ ସଚିବ,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ।

ସଭାମୁଖ୍ୟ ବା ସମ୍ମାନୀତ ଅତିଥି ନୁହଁ, ସଭାପରେ ସେ ମହାଶୟ ସରକାରୀ କାର୍ଯ୍ୟକ୍ରମ ହେତୁ ଔପଚାରିକ ଧନ୍ୟବାଦ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ।ସେହି କାମଟି ସେ କରିବା ଉଚିତ।ସାହିତ୍ୟଚର୍ଚ୍ଚା/ପୁସ୍ତକଚର୍ଚ୍ଚା କାହିଁକି ?ଯଦି ଶ୍ରୀଯୁକ୍ତ ପ୍ରମୁଖ ସଚିବଙ୍କ ସାହିତ୍ୟଚର୍ଚ୍ଚା/ପୁସ୍ତକ ଚର୍ଚ୍ଚା ରେ ମତି ରହିଛି ତେବେ ତାଙ୍କ ପାଇଁ ବାହାରେ ଅନ୍ୟମାନଙ୍କ ଭଳି ପ୍ରଶସ୍ତ କ୍ଷେତ୍ର ଉପଲବ୍ଧ ରହିଛି।ସେଇଠି ସେ ଇଚ୍ଛାମୁତାବକ ବୃହଦାକାର ଗ୍ରନ୍ଥାବଳୀମାନ ଲେଖନ୍ତୁ ଆଉ ଆମ ସାହିତ୍ୟର ଶ୍ରୀବୃଦ୍ଧି କରନ୍ତୁ ।ମାତ୍ର ପାଣ୍ଡିତ୍ୟ ପ୍ରଦର୍ଶନର ଏଇ ସର୍ଟକର୍ଟ ଟିର ଆୟୁଷ ଅତ୍ୟନ୍ତ କ୍ଷଣସ୍ଥାୟୀ ଆମ ବିଚାରରେ। ଆଉ ତାହା କାହିଁକି ?

ଏବେ ଶ୍ରୀଯୁକ୍ତ ପ୍ରମୁଖ ସଚିବ ଓଡିଶାର ଜଣେ ପ୍ରମୁଖ ଜନପ୍ରିୟ ଔପନ୍ୟାସିକଙ୍କର ନାଟକମାନ ପଢିଛନ୍ତି ବୋଲି କହିଥିବାର ଚର୍ଚ୍ଚା ହେଉଛି । ଏଥିରେ କୌଣସି ଅସ୍ୱାଭାବିକତା ନାହିଁ। ସମ୍ଭବତଃ ଏହିଭଳି କେତେକଙ୍କ ଦୃଷ୍ଟି ହେଉଛି ବିରଳ ନାଟକ-ଦୃଷ୍ଟି,ଯାହାକୁ ପ୍ରାଞ୍ଜଳ ଭାବରେ କହିବାର ପ୍ରୟୋଜନ ନାହିଁ।

ଯଦି ଶ୍ରୀଯୁକ୍ତ ପ୍ରମୁଖ ସଚିବ ମହୋଦୟ ପ୍ରତିଦିନ  ଶେଷରେ ନିଜ ସ୍ବାକ୍ଷରିତ ବିଜ୍ଞପ୍ତି ଟିଏ ଦିଅନ୍ତେ ଯେ ଆଜି ଏତିକି ଲୋକ ମେଳା ପରିସରକୁ ଆସିଛନ୍ତି ତାହାହେଲେ ଆମର ଅର୍ଥ କେତେ ପରିମାଣରେ ସଦୁପଯୋଗ ହୋଇଛି ତାହାର ଏକ ବିସ୍ତୃତ ଚିତ୍ର ଆମ ସାମ୍ନାରେ ରହିପାରନ୍ତା। ଆଉ ଯାହା  ପରେ ଯେତେ ଯେତେ ପୁସ୍ତକ ମେଳା ଏଠାରେ ଆୟୋଜନ ହେବ ତାହା  ପାଇଁ  ଏହା ଏକ ଇଣ୍ଡେକ୍ସ ଭଳି କାମ କରିପାରନ୍ତା।ତେଣୁ ସେଠାରେ ସାହିତ୍ୟ ସଭାରେ ବସି କୌଣସି ବିଷୟ ବା ପ୍ରସଂଗ ନଥିବା କାରଣରୁ  ନିଜର ପାଣ୍ଡିତ୍ୟ ର ସହଜ ପ୍ରଦର୍ଶନ କରିବା ଅପେକ୍ଷା ପୁସ୍ତକମେଳା ର ପରିଚାଳନାରେ ସେ  ଅଧିକ ଗଂଭୀର ଭାବରେ ମନଯୋଗୀ ହେଲେ ଅଧିକ ଭଲ ହେବ।

ଆଶା  ମଂଚରୁ ଓହ୍ଲାଇ ଆସିବା ପରେ ଶେଷରେ ଶ୍ରୀଯୁକ୍ତ ପ୍ରମୁଖ ସଚିବ ଆମକୁ ହୁଏତ କହିବେ ତାଙ୍କର ଦକ୍ଷ ପରିଚାଳନାରେ ସମାହିତ ଏହି ପୁସ୍ତକମେଳା ର ବିଶେଷତ୍ବ ଟି କ’ଣ ଓ ଏହା କାହିଁକି ଅନ୍ୟ ଯେତିକି ପୁସ୍ତକମେଳା ଭୁବନେଶ୍ଵରରେ ହେଉଛି ବା ହୋଇ ଆସିଛି ତାହାଠାରୁ ଏହି ବିଶେଷ ପୁସ୍ତକମେଳା “ଅକ୍ଷର” କେଉଁ ଦୃଷ୍ଟିରେ ଶ୍ରେଷ୍ଠ ହେବ ?

ଶ୍ରେଷ୍ଠତ୍ବ ର ପ୍ରଶ୍ନ ଏଇଥିପାଇଁ ଉଠାଯାଉଛି ଯେ ଏହାର ପ୍ରଯୋଜକ ରହିଛନ୍ତି ଆମ ସରକାର। ନିକଟରେ ସଂପନ୍ନ ବିଶ୍ଵ କପ୍ ହକି ଆୟୋଜନ ଭଳି ଏହି ଆୟୋଜନର ସଫଳତା ଓ ଶ୍ରେଷ୍ଠତ୍ୱ ନିହାତି ଆବଶ୍ୟକ।

ଯେଉଁମାନେ ସବୁକଥାକୁ ସମ୍ଭାବିତ ଭୋଟଗଣିତରେ
ଦେଖିଥାନ୍ତି ସେମାନଙ୍କ ପାଇଁ ଏଇ କଥାଟି ମନେ ରଖିବାକୁ ହେବ ଯେ ପୁସ୍ତକମେଳାର ବା ପୁସ୍ତକର ସିଧା ସଳଖ ଭୋଟ ରାଜନୀତି ସହିତ କୌଣସି ସଂପର୍କ ନାହିଁ।ମାତ୍ର ପୁସ୍ତକ ପ୍ରେମୀ ମାନେ ଅପ୍ରତ୍ୟକ୍ଷ ଭାବରେ ଭୋଟଗଣିତକୁ ପ୍ରଭାବିତ କରିପାରିବାର କ୍ଷମତା ରଖିଥାନ୍ତି। ପୁସ୍ତକପ୍ରେମୀଟିଏ ସିଧା ସଳଖ ହୁଏତ ଭୋଟ ଦାନ ସଂପର୍କ ନିଷ୍ପୃହ ରହିଥାଇପାରେ ମାତ୍ର ସେ ସବୁବେଳେ ହିଁ ସବୁ ଭୋଟ୍ ର ପଛରେ ଥିବା ଓପିନିଅନ୍ ମେକର ହିସାବରେ ଅବତୀର୍ଣ୍ଣ ହୋଇଥାଏ।ତେଣୁ ପୁସ୍ତକପ୍ରେମୀ ମାନେ କୌଣସି ଦଳର ଅସଂଲଗ୍ନ ମୁଖପାତ୍ର ହିସାବରେ କାର୍ଯ୍ୟ କରିଥାନ୍ତି। ଏମାନେ ଚା’ ଦୋକାନରେ ବା ବିଭିନ୍ନ ପବଲିକ ସ୍ପେସ୍ ରେ ପୁସ୍ତକର ଚର୍ଚ୍ଚା କରିବା ଭିତରେ ଗୋଟିଏ ଦଳ ପ୍ରତି ପଜିଟିଭ ଜନମତ ନିଜ ଅଜାଣତରେ ତିଆରି କରିଥାନ୍ତି।ଏହାକୁ ମାନେ ପୁସ୍ତକମେଳା ଭଳି କାର୍ଯ୍ୟକ୍ରମକୁ ଯଦି କେହି ସେମିତି ଗୁରୁତ୍ୱହୀନ ଏବଂ ଜନ ମଂଗଳ ର ଅପରିହାର୍ଯ୍ୟ ତାଲିକାରେ ନିମ୍ନସ୍ଥାନ ଦେଉଥାଏ ତେବେ  ତାହା ଦୁର୍ଭାଗ୍ୟ।ଏହା ପିଠା,କାଳିଆ ଭଳି  ଜନମତକୁ ଅଧିକ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଛି।

ସେ ଯାହାହେଉ ପରିଶେଷରେ ଆମେ ଜାଣୁ ଯେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଜଣେ ଲେଖକ ଓ ପ୍ରଖର ପୁସ୍ତକପ୍ରେମୀ।ପୁସ୍ତକର ମର୍ଯ୍ୟଦା ସେ ଯଥେଷ୍ଠ ଅଧିକ ବୁଝନ୍ତି।ଆଶା ଏହି ଆୟୋଜନର ସଂଗତି ଆଉ ବିସଂଗତିର  ସେ ଏକ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବେ।

Categories
ଆଜିର ଖବର

ଭାରତୀୟ ବାୟୁସେନାର ଆକ୍ରମଣ ପରେ ଚୀନ୍‌ର ପ୍ରତିକ୍ରିୟା : ଉଭୟ ରାଷ୍ଟ୍ରକୁ ସଂଯମ ରକ୍ଷା ପାଇଁ ଉପଦେଶ  ଦେଲା

ଭାରତୀୟ ବାୟୁସେନା ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନର ବାଲାକୋଟ୍‌ଠାରେ ପୁଲ୍‌ୱାମାର ବଦ୍‌ଲା ନେବାପରେ ପ୍ରତିକ୍ରିୟା ରଖିଛି ଚୀନ୍‌ । ପାକିସ୍ତାନକୁ ଅହେତୁକ ସମର୍ଥନ ଜଣାଇ ଆସୁଥିବା ଚୀନ୍ ଏହି ଆକ୍ରମଣ ପରେ ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମ ରକ୍ଷା ପାଇଁ ଆହ୍ୱାନ ଜଣାଇଛି । ଉଭୟ ପଡ଼ୋଶୀ ରାଷ୍ଟ୍ର ସଂଯମ ଅବଲମ୍ବନ କରନ୍ତୁ ବୋଲି ଚୀନ୍‌ କହିଛି । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି, ଆମେ ଆଶା କରୁଛୁ ଉଭୟ ରାଷ୍ଟ୍ର ସଂଯମ ରହି ସେଭଳି କିଛି ପଦକ୍ଷେପ ନେବେ ଯାହା ଦ୍ୱାରା ଏହି ଦୁଇ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ। ଗତ ଫେବୃଆରୀ ୧୪ ତାରିଖରେ ପୁଲ୍‌ୱାମାଠାରେ  ହୋଇଥିବା ଜୈଶ୍‌-ଏ-ମହମ୍ମଦ ଦ୍ବାରା ହୋଇଥିବା ବଡ଼ ଆତଙ୍କୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ୍‌ ଶହୀଦ୍‌ ହୋଇଥିଲେ । ଏହି ଘଟଣାରେ ଚୀନ୍‌ ଦୋମୁହାଁ ନୀତି ଆପଣାଇଥିଲା । ଫୁଲ୍‌ଓ୍ବାମା ଆକ୍ରମଣ ଘଟଣା ନିନ୍ଦା କରିଥିବାବେଳେ ଜୈଶ୍‌-ଏ-ମହମ୍ମଦ ସଂଗଠନର ମୁଖ୍ୟ ମସୁଦ୍‌ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଘାେଷଣାକୁ ବିରୋଧ କରିଥିଲା ।

Categories
ବିଶେଷ ଖବର

ଶାସନର ଷାଠିଏ ମାସ ପରେ ବି ପ୍ରତିଶୃତି ସମାବେଶ, ବିଜେପିର ନୂଆ ଜୁମଲା

କେଦାର ମିଶ୍ର

ପ୍ରତି ଭାରତୀୟଙ୍କ ଏକାଉଣ୍ଟରେ ପନ୍ଦର ଲକ୍ଷ ଟଙ୍କା, ସେ ପ୍ରତିଶୃତି ଥିଲା ନା ଜୁମଲା?

ବର୍ଷକୁ ଦୁଇ କୋଟି ଯୁବକଙ୍କୁ ରୋଜଗାର, ସେ ପ୍ରତିଶୃତି ଥିଲା ନା କେବଳ ଧୂଆଁବାଣ?

କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ, ସେଟା ସତ୍ୟ ନା ମହାମିଥ୍ୟା?

୧୦୦ ସ୍ମାର୍ଟ ସିଟିର ନିର୍ମାଣ, ସାଗରମାଳା ପ୍ରକଳ୍ପ, ଦରଦାମ ନିୟନ୍ତ୍ରଣ ଲାଗି ସ୍ଵତନ୍ତ୍ର ପାଣ୍ଠି ଗଠନ, ଲୋକପାଳ….. ତାଲିକା ଅସରନ୍ତି, ସେସବୁ କେବଳ ପାଣିର ଗାର ହୋଇ ରହିଯାଇଛି। ଅଥଚ ୨୦୧୪ ନିର୍ବାଚନ ପୂର୍ବରୁ କୁହାଯାଉଥିଲା, “ଆପଣମାନେ କଂଗ୍ରେସକୁ ଷାଠିଏ ବର୍ଷର ସମୟ ଦେଇଛନ୍ତି, ମୋତେ ମାତ୍ର ଷାଠିଏ ମାସର ସମୟ ଦିଅନ୍ତୁ। ଷାଠିଏ ମାସର ସମୟରେ ମୁଁ ନୂଆ ଭାରତ ଗଢିଦେବି। “ ଷାଠିଏ ମାସରୁ ୫୭ ମାସ ଯାଇସାରିଲାଣି। ଯାହା କୁହାଯାଇଥିଲା ସେଥିରୁ କିଛି ବି ହୋଇନି। ଯାହା ହୋଇଛି ବୋଲି କୁହା ଯାଉଛି ସେଗୁଡିକ କେବଳ ନିର୍ମଳ ପ୍ରଚାର। ବର୍ଷକ ତଳର ଏକ ସୂଚନାରୁ ଜଣା ପଡିଥିଲା ଯେ ମୋଦୀ ସରକାର ଏପ୍ରିଲ ୨୦୧୪ ରୁ ଜୁଲାଇ ୨୦୧୮ ପର୍ୟନ୍ତ ୪୮୮୦ କୋଟି ଟଙ୍କା କେବଳ ବିଜ୍ଞାପନ ବାବଡକୁ ଖର୍ଚ୍ଚ କରିଥିଲେ। ସେତେବେଳେ ଗୋଟେ ଡିଜିଟାଲ ସଂସ୍ଥା ଏହାର ଆକଳନ କରି କହିଥିଲେ ଏତିକି ଟଙ୍କାରେ ଅତିକମରେ ସାଢେ ଚାରି କୋଟି ପିଲାଙ୍କୁ ବର୍ଷେ ପାଇଁ ଖାଇବାକୁ ଦିଆ ଯାଇପାରିଥାନ୍ତା କିମ୍ବା ୨୦ କୋଟି ଶ୍ରମିକଙ୍କୁ ମନରେଗା ରେ ପାରିଶ୍ରମିକ ଦିଆ ଯାଇପାରିଥାନ୍ତା। ଏତିକି ଟଙ୍କା ଖର୍ଚ୍ଚ ହୋଇଥିଲେ ଦଶଟି ମଙ୍ଗଳ ଅଭିଯାନ ସଫଳ ହୋଇପାରିଥାନ୍ତା।

ଛାଡନ୍ତୁ, ସେସବୁ ନକରି କେବଳ ୫୨ ମାସରେ ପ୍ରଚାର ଲାଗି ୪୮୮୦ କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରାଗଲା। ଜୁଲାଇ ୨୦୧୮ ରୁ ଆଜି ପର୍ଯନ୍ତ ଏ ଖର୍ଚ୍ଚ ଆହୁରି ବଢିଥିବ। ନିର୍ବାଚନ ବର୍ଷରେ ଅତିକମରେ ୨୦୦ କୋଟି ଟଙ୍କା ବିଜ୍ଞାପନ ବାବଦକୁ ଖର୍ଚ୍ଚ ହୋଇଥାଇପାରେ। ଏସବୁ ବାଦ ମୋଦୀ ସରକାରର ଅସଲ ଅବଦାନ କଣ? ପ୍ରତି କଥାରେ କୁହାଯାଉଛି, ଆମେ ଭ୍ରଷ୍ଟାଚାର ମୁକ୍ତ ସରକାର ଦେଇଛୁ। ହେଲେ ସ୍ଵାଧୀନ ଭାରତର ଇଏ ବୋଧହୁଏ ପ୍ରଥମ ସରକାର ଯିଏ କୌଣସି ପ୍ରକାର ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତ କରିବାକୁ ଦେଇ ନାହାନ୍ତି। ବ୍ୟାପମ ଠୁ ଆରମ୍ଭ କରି ରାଫାଲେ ପର୍ଯନ୍ତ ସବୁକଥାରେ ଏ ସରକାର ନିଜେ ନିଜକୁ ପ୍ରମାଣପତ୍ର ଦେଇ ଚାଲିଛି।

ଉଚ୍ଚ ଅଦାଲତର ବିଚାରପତି ନିଯୁକ୍ତି ସମ୍ପର୍କିତ ଗୋଟିଏ ବି ଫାଇଲକୁ ଏ ସରକାର ସହଜରେ ମଞ୍ଜୁରୀ ଦେଇନାହିଁ। ସିବିଆଇ ନିର୍ଦ୍ଦେଶକ ଭଳି ପଦବୀକୁ ଖେଳନା ପରି ଖେଳା ଯାଇଛି। ଲୋକପାଳ ନିଯୁକ୍ତି ଯେମିତି ହୋଇନପାରେ ସେଥିଲାଗି ସୁପ୍ରିମ କୋର୍ଟରେ ବାରମ୍ବାର ବାହାନା କରାଯାଇଛି। କୌଣସି ବି ତଥ୍ୟ ଏ ସରକାର ଦେଇ ନାହାନ୍ତି ଯାହାକୁ ଆଖି ବୁଜି ବିଶ୍ଵାସ କରିହେବ। ତଥ୍ୟ ଓ ପରିସଙ୍ଖ୍ୟାନ ବଦଳାଇବାରେ ମୋଦୀ ସରକାର ସବୁ ରେକର୍ଡ ଭାଙ୍ଗିଛି। ପରିବର୍ତ୍ତିତ ଡାଟା ଓ ମିଛ ପରିସଙ୍ଖ୍ୟାନରେ ବି ଭାରତ ର ସ୍ଥିତି ଅର୍ଥନୈତିକ କିମ୍ବା ସାମାଜିକ ଦୃଷ୍ଟିରୁ ସେତେ ଉନ୍ନତ ଦେଖା ଯାଉନାହିଁ। କେବଳ ପାଞ୍ଚ ବର୍ଷ ସମୟ ଭାଷଣ ଓ ପ୍ରବଚନ ରେ ସରିଗଲା। ଏବେ ପାଞ୍ଚ ବର୍ଷ ପରେ ନୂଆ ନିର୍ବାଚନକୁ ଯିବା ପୂର୍ବରୁ ପୁଣି ପ୍ରତିଶୃତି ସମାବେଶର ଆୟୋଜନ ଚାଲିଛି।

ଗତ କାଲିଠୁ ପୁଣି ନୂଆ ପ୍ରତିଶୃତି ସମାବେଶ ଆରମ୍ଭ ହୋଇଛି। ଏଥର କୁଆଡେ ଲୋକଙ୍କୁ ଲିଖିତ ପ୍ରତିଶୃତି ଦିଆଯିବ।। ଚୁଲି ଚାଉଳ ସବୁ ମାଗଣା। ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀ ଭାଷଣ ଦେଇ କହୁଥିଲେ ତାଙ୍କ ସରକାର ଆସିଲେ ସବୁ ମିଳିବ । ଅର୍ଥାତ ସରକାର ପୂରା ଘର ଚଳାଇବେ। ଦେଶ ଚଳାଇବା ଅପେକ୍ଷା ଏବେ ଲୋକଙ୍କ ଘର ଚଳାଇବା ସରକାରଙ୍କ ମୁଖ୍ୟ କାମ ହେଲାଣି। ଖାଲି ଯେ ସରକାରୀ ଦଳ ସେକଥା କରୁଛନ୍ତି, ତା ନୁହେଁ, ଆପାତତଃ ସବୁ ରାଜନୈତିକ ଦଳ ଏବେ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବା ବଦଳରେ ଛୋଟମୋଟ ଦାନ ଦେବାକୁ ଅଧିକ ଗ୍ରହଣୀୟ ବୋଲି ଭାବୁଛନ୍ତି।

ନିର୍ବାଚନ ଆଗରୁ ଏ ପ୍ରତିଶୃତିର ନାଟକକୁ ଭୋଟର ଯେ ବୁଝୁନାହାନ୍ତି ତା ନୁହେଁ, ସେମାନେ ଏ ନାଟକକୁ ବେଶ ଭଲ ଭାବରେ ବୁଝନ୍ତି ଓ ଉପଯୁକ୍ତ ସମୟରେ ନାଟକର ଯବନିକା ପତନ କରିବାର କଳା ମଧ୍ୟ ଲୋକଙ୍କୁ ବେଶ ଜଣା!!

Categories
ବିଶେଷ ଖବର

ରାଜନୈତିକ ଦଳଙ୍କ କବ୍ଜାରେ ରାଜଧାନୀର ରାଜରାସ୍ତା ଓ ରାଜଧାନୀ ବାସିନ୍ଦା ହେବାର ଅଭିଶାପ

ସମୀକ୍ଷା ବ୍ୟୁରୋ

ରାଜଧାନୀ ଉପରେ ସାରା ରାଜ୍ୟର ହକ ଅଛି, ହେଲେ ରାଜଧାନୀବାସୀଙ୍କର ନାହିଁ। ସତ କହିବାକୁ ଗଲେ ରାଜଧାନୀ ଉପରେ କେବଳ ରାଜନୀତି ଓ ରାଜନେତାଙ୍କର ହିଁ ଅଧିକାର ରହିଛି। ରାଜଧାନୀରେ ରହୁଥିବା ସାଧାରଣ ଲୋକ ଏଠି ତୃତୀୟଶ୍ରେଣୀର ନାଗରିକ ମଧ୍ୟ ନୁହନ୍ତି। ଏଠି ଚବିଶ ଘଣ୍ଟା ଧାରଣା, ଅନଶନ, ଘେରାଓ, ରାଲି ଓ ସାଧାରଣ ସଭା। ବିଧାନସଭାରୁ ରେଳ ଷ୍ଟେସନ ଯାଏଁ ସବୁକିଛି ରାଜନୀତିର ଅକ୍ତିୟାରରେ। ଧାରଣା ଓ ରାଲି ନାମରେ ଭୁବନେଶ୍ୱର ସହରର କେନ୍ଦ୍ରସ୍ଥଳ କୁ ଅଚଳ କରି ଦିଆଯାଏ। ଏଇ ଅଳ୍ପ ଦିନ ତଳେ ରାଲି ଯୋଗୁଁ ଟ୍ରାଫିକ ଜାମରେ ହସପିଟାଲ ପହଞ୍ଚି ନପାରି ଶିଶୁଟିଏ ରାସ୍ତାରେ ମରିଗଲା। ରାମ ମନ୍ଦିର ରୁ ରାଜମହଲ ଛକ, ରେଳ ଷ୍ଟେସନରୁ ବିଧାନସଭା ଓ ଏଜି ଛକରୁ ହାଉସିଂ ବୋର୍ଡ ପର୍ଯନ୍ତ ରାଜଧାନୀର ସବୁ ପ୍ରମୁଖ ସଡକ ଅନେକ ସମୟରେ ବନ୍ଦ ରହୁଛି। ବିଶେଷ କରି ବିଧାନସଭା ଚାଲୁଥିବା ସମୟରେ ହଜାର ହଜାର ଆନ୍ଦୋଳନକାରୀ ରାଜଧାନୀର ମୁଖ୍ୟ ସଡକକୁ ନିଜ କବଜାକୁ ନେଇ ଯାଉଛନ୍ତି। ଏବେ ଏଇ ତାଲିକାରେ ଯୋଡି ହୋଇଛି ଆଉ ଏକ ନୂଆ ରାସ୍ତା। ରାଜମହଲ ଛକରୁ ନବୀନ ନିବାସ। ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଓ କରିବାକୁ ଯାଇ ଶିଶୁ ଭାବନା ଛକରେ ବେଳେ ବେଳେ ଏମିତି ପରିସ୍ଥିତି ଉପୁଜୁଛି, ଯାହା ଦେଖି ଆପଣଙ୍କର ଛାତି ଫାଟିଯିବା। ରାଜଧାନୀର ଶିଶୁ ଡାକ୍ତରଖାନା ଓ ମୁଖ୍ୟ ଡାକ୍ତରଖାନା ରାସ୍ତା ଅନେକ ସମୟରେ ଯୁଦ୍ଧ କ୍ଷେତ୍ର ପାଲଟିଯାଉଛି।

ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ରାଜନୈତିକ ଦଳ ମାନଙ୍କର ଶକ୍ତି ପ୍ରଦର୍ଶନର ଏକମାତ୍ର ମାଧ୍ୟମ ହେଉଛି ରାଜଧାନୀ ଚାଲ ଅଭିଯାନ। ଏଠି ସମସ୍ତଙ୍କର ଅଧିକାର ରହିଛି, ଦାବି ରହିଛି। ହେଲେ ରାଜଧାନୀରେ ବସବାସ କରୁଥିବା ସାଧାରଣ ନାଗରିକର ମୌଳିକ ଅଧିକାର ନାହିଁ। ସେ ରେଳ ଷ୍ଟେସନକୁ ସଠିକ ସମୟରେ ପହଞ୍ଚିବାକୁ ଚାହିଁଲେ ମଧ୍ୟ ପଶିପାରିବ ନାହିଁ। ରାଜଧାନୀର ମହାତ୍ମାଗାନ୍ଧି ମାର୍ଗ, ଯେଉଁଠି ଧାରଣା ସ୍ଥଳ ନିର୍ଦ୍ଧାରିତ ହୋଇଛି, ତାହା ସାମ୍ନାରେ ରହିଛି, ରେଳ ଷ୍ଟେସନ, ହସପିଟାଲ ଓ ରାଜଧାନୀର ବ୍ୟସ୍ତ ବହୁଳ ବଜାର। ଠାରେ ଆପଣ ଯଦି କୌଣସି ରାଲିରେ ଫସିଗଲେ ଆପଣ ମଲେ ବୋଲି ଜାଣନ୍ତୁ। ଅସହାୟ ପୋଲିସ ଆପଣଙ୍କୁ କୌଣସି ପ୍ରକାର ସହାୟତା କରି ପାରିବ ନାହିଁ। ରାଲି ଓ ଧାରଣା ପାଇଁ ଆସୁଥିବା ଲୋକେ ନିଜ ଅଧିକାର ପ୍ରତି ଏତେ ସଚେତନ ଯେ ସେମାନେ ଏ ସହରରେ ବି ସାଧାରଣ ଲୋକ ବଞ୍ଚନ୍ତି ଓ ତାଙ୍କର ମଧ୍ୟ ଜୀବନ  ଜୀଇଁବାର ଅଧିକାର ଅଛି ଏକଥା ଭୁଲିଯାନ୍ତି।

ଅନେକ ସମୟରେ ରାଲି ଓ ଧାରଣାକୁ ଆସୁଥିବା ନେତାମାନଙ୍କ ଆଚରଣ ଏତେ ଉଗ୍ର ଯେ ତାଙ୍କୁ ଦେଖି ସାନ ପିଲା କିମ୍ବା ଦୁର୍ବଳ ହୃଦୟର ଲୋକ ମାନସିକ ଆଘାତ ପାଇବାର ସମ୍ଭାବନା ଅଧିକ। ସେହିପରି ମହାତ୍ମା ଗାନ୍ଧୀ ମାର୍ଗରେ ଅତି ବେଶୀରେ ପାଞ୍ଚ ହଜାର ଲୋକ ଜାକିଜୁକି ହୋଇ ରହିପାରିବେ। ରାଜନୈତିକ ଦଳ ଓ ସଙ୍ଗଠନ ଗୁଡିକ କିନ୍ତୁ ହଜାର ହଜାର ସଂଖ୍ୟକ ଲୋକ ଠୁଳ କରୁଛନ୍ତି। ଏହା ବେଆଇନ ହୋଇଥିଲେ ମଧ୍ୟ ଏହାକୁ ରୋକିବାର ସାହସ ରାଜଧାନୀ ପୋଲିସର ନାହିଁ। ବଡ ରାଲି କିମ୍ବା ଧାରଣା ପାଇଁ ସହର ବାହାରେ ଜାଗା ନିର୍ଦ୍ଧାରିତ ହେବା ଉଚିତ। ହେଲେ ଏ ସମ୍ପର୍କରେ ସରକାର କୌଣସି ଉଦ୍ୟମ କରୁନାହାନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣାସ୍ଥଳ ନିର୍ଦ୍ଧାରିତ ହୋଇଥିଲେ ହେଁ, ଏହି ରାସ୍ତାରେ ସାଧାରଣ ଶୌଚ ବ୍ୟବସ୍ଥା ମଧ୍ୟ ନାହିଁ। ହଜାର ହଜାର ଲୋକଙ୍କ ଖାଇବା, ପିଇବାର ବଳକା ମଇଳା, ମଳମୂତ୍ର ଓ ଆବର୍ଜନାରେ ଏ ସଡକ ରୋଜ ସନ୍ତୁଳି ହେଉଛି। ଅବଶ୍ୟ ଏ ରାସ୍ତାର ଦୁଇ କଡରେ ରାଜଧାନୀର ବଡ ବଡ ଅଧିକାରୀ ଓ ନେତାଙ୍କ ଘର ରହିଛି। ସେମାନେ ନିଜ ନିଜ ବଙ୍ଗଳା ଭିତରେ ସୀମିତ। ତାଙ୍କ ଘର ବାହାର ଅବସ୍ଥା ବିଷୟରେ ସେମାନଙ୍କର ନିଜର କିଛି କରିବାର ନାହିଁ।

ତା ସହିତ ଧ୍ଵନୀ ଓ ଶବ୍ଦ ପ୍ରଦୂଷଣ କଥା ନକହିଲେ ଭଲ। ଶହ ଶହ ମାଇକ ଓ ସ୍ଲୋଗାନବାଜିରେ ଏ ଅଞ୍ଚଳର ଅବସ୍ଥା ଅତ୍ୟନ୍ତ ଦୟନୀୟ। ହେଲେ ଏକଥା କହିବ କିଏ, କହିଲେ ମଧ୍ୟ ଶୁଣିବ କିଏ? ରାଜଧାନୀରେ ରହିବାର ଅଭିଶାପ କଣ ବୁଝିବାକୁ ହେଲେ ଆପଣ ଥରେ ବିଧାନସଭା ଅଧିବେଶନ ବେଳକୁ ଦିନ ୧୦ ଟାରୁ ଗୋଟାଏ ଭିତରେ ଏ ରାସ୍ତାରେ ଥରେ ଆସନ୍ତୁ। ଆପଣଙ୍କ ଆଖିରୁ ଲୁହ ବଦଳରେ ରକ୍ତ ଝରିବା ଥୟ। ଆଉ ଆପଣଙ୍କ ଗାଡିରେ ଯଦି ପେଟ୍ରୋଲ କମ ଅଛି, ଆପଣ ମଲେ ବୋଲି ଜାଣନ୍ତୁ। ରାଜନୈତିକ ଦଳ ବା ଅଧିକାର ଲାଗି ଦାବୀ କରୁଥିବା ସଂଗଠନ ଗୁଡିକ ଆପଣଙ୍କୁ ମଣିଷ ବୋଲି ଭାବିବାର କୌଣସି ସମ୍ଭାବନା ନାହିଁ। ସେହିପରି ସରକାର ମଧ୍ୟ ତାଙ୍କ ଆଗରେ ଏତେ ଅସହାୟ ଯେ, ସେ ଧାରଣା ସ୍ଥଳ ବଦଳାଇବା କଥା ଚିନ୍ତା କରିବା ଅବସ୍ଥାରେ ମଧ୍ୟ ନାହିଁ।

Categories
ବିଶେଷ ଖବର

କେନ୍ଦ୍ର ବଜେଟ-୨୦୧୯; ନରେନ୍ଦ୍ର ମୋଦୀଙ୍କ ଛୋଟ “କାଳିଆ” ଯୋଜନା

କେଦାର ମିଶ୍ର

ଆସନ୍ତା ମେ ମାସରେ ମୋଦୀ ସରକାରର କାର୍ୟକାଳ ପୂରିବାକୁ ଯାଉଥିବାରୁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାର ଅଧିକାର ତାଙ୍କର ନାହିଁ। ତେଣୁ ଏକ ମଧ୍ୟବର୍ତ୍ତୀ ବଜେଟକୁ ପୂର୍ଣ୍ଣାଙ୍ଗ ବଜେଟ ଭାବରେ ପରିବେଷଣ କରିବା ସହିତ ଏହାକୁ ନିର୍ବାଚନ ପ୍ରଚାରର ଏକ ଜରିଆ ଭାବରେ ସରକାର ବ୍ୟବହାର କରିଛନ୍ତି। ବଜେଟକୁ ନେଇ ବହୁ କଥା କୁହାଯାଇଛି ଓ ଏ ସମ୍ପର୍କରେ ଆଲୋଚନା ଦିନେ ଦୁଇ ଦିନ ଚାଲିଲା ପରେ ବନ୍ଦ ହୋଇଯିବ। କିନ୍ତୁ ବଜେଟରେ ଦିଆ ଯାଇଥିବା ପ୍ରତିଶୃତିଗୁଡିକ ପାଳନ ହେବ କେମିତି?ଚଳିତ ବର୍ଷ  ଜୁନ ମାସ ପର୍ୟନ୍ତ ଏ ବଜେଟର ବୈଧାନିକ ସମୟସୀମା ରହିଥିବାରୁ ପାଞ୍ଚ ଲକ୍ଷ ପର୍ଯନ୍ତ ଆୟକର ଛାଡ ଘୋଷଣାର ବାସ୍ତବ ରୂପାୟନକୁ ନେଇ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବଜେଟର ସବୁ ଦିଗକୁ ନଯାଇ, ଏହାର ଗୋଟିଏ ଦିଗ ବିଷୟରେ ତର୍ଜମା କରିବାକୁ ଆମେ ଚାହୁଁଛୁ।

ବଜେଟରେ କୃଷି ଓ କୃଷକର କଲ୍ୟାଣ ଲାଗି ଏକ ବଡ ଯୋଜନାର ଘୋଷଣା ହୋଇଛି ବୋଲି ବିଜେପି ସରକାର କହୁଛନ୍ତି। କଂଗ୍ରେସର ଋଣଛାଡ ଅସ୍ତ୍ରକୁ ପ୍ରତିହତ କରିବାଲାଗି ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାକୁ ମୋଦୀ ସରକାର ତାଙ୍କର ଅନ୍ତରୀଣ ବଜେଟରେ ବ୍ୟବସ୍ଥା କରିଛନ୍ତି। ତେବେ ଏହି ଯୋଜନା ସିଧାସଳଖ ଓଡିଶା ସରକାରଙ୍କ “କାଳିଆ” ଯୋଜନାର ଅନୁସରଣରେ କରାଯାଇଥିବା ଭଳି ମାନେ ହେଉଛି। ଓଡିଶା ସରକାର ଦୁଇଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ବର୍ଷକୁ ଦଶ ହଜାର ଟଙ୍କା ସହାୟତା ରାଶି ଦେବାର ବ୍ୟବସ୍ଥା କରି ପ୍ରଥମ କିସ୍ତିର ପାଞ୍ଚ ହଜାର ଟଙ୍କା ଲୋକଙ୍କ ପାଖରେ ପହଞ୍ଚାଇ ସାରିଥିବା ବେଳେ କେନ୍ଦ୍ର ସରକାର ଏ ବାବଦରେ ପିଛିଲା ତାରିଖରୁ ଘୋଷଣା କରି ତିନୋଟି କିସ୍ତିରେ ଛଅ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ସଭାପତି ନିଜର ପ୍ରତିକ୍ରିୟା ରଖି ଯାହା କହିଛନ୍ତି ସେଥିରେ ରାଜନୀତିର ଗନ୍ଧ ରହିଥିଲେ ମଧ୍ୟ ତାହା ହିଁ ହେଉଛି ଏ ବଜେଟର ବାସ୍ତବତା। ଦିନକୁ ମାତ୍ର ୧୭ ଟଙ୍କାର ସହାୟତା ରାଶି ଯୋଗାଇ ଚାଷୀର କି ପ୍ରକାର ସହାୟତା କରାଯାଇପାରିବ?

ଓଡିଶା ସରକାରଙ୍କ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ଯୋଜନାଠାରୁ ଯଥେଷ୍ଟ ବ୍ୟାପକ ଓ ଚାଷୀ ଉପଯୋଗୀ ହେବାର ସମ୍ଭାବନା ରହିଛି। ଯଦିଓ ଉଭୟ ଯୋଜନାରେ ନିର୍ବାଚନୀ ଗଣିତ ରହିଛି ତଥାପି ତୁଳନାତ୍ମକ ଭାବରେ ଓଡିଶା ସରକାର ନିଜ ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ କରିଛନ୍ତି। କେନ୍ଦ୍ର ସରକାର କେବଳ ଦୁଇ ଏକରରୁ କମ ଜମି ଥିବା ଚାଷୀଙ୍କୁ ତାଙ୍କର ଏ ନାମମାତ୍ର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଏ ବାବଦରେ ହିତାଧିକାରୀ କେବେ ଚିହ୍ନଟ ହେବେ, କିଏ ତାଙ୍କୁ ଚିହ୍ନଟ କରିବା ଓ କେମିତି ଚାଷୀଙ୍କ ଖାତାରେ ପଇସା ଜମା ହେବ ସେ ବିଷୟରେ ଏବେ ମଧ୍ୟ ଚିତ୍ର ଅସ୍ପଷ୍ଟ ରହିଛି। ଚଳିତ ମାସ କୌଣସି ବି ସମୟରେ ସାଧାରଣ ନିର୍ବାଚନ ଘୋଷଣା ହେବାକୁ ଥିବାରୁ, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହା ଯେ କାର୍ୟକାରୀ ହୋଇପାରିବ ସେ ସମ୍ଭାବନା ବେଶ କ୍ଷୀଣ। ପୁନଶ୍ଚ ଏହାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ମାଧ୍ୟମରେ ଲାଗୁ କରିବେ ନା ସିଧାସଳଖ ଦିଲ୍ଲୀରୁ ଏହାକୁ ଲାଗୁ କରାଯିବ? କେନ୍ଦ୍ର ସରକାରଙ୍କ ପାଖରେ ଭୂମି ଅଧିକାର ଓ ଚୂଡାନ୍ତ ହିତାଧିକାରୀ ତାଲିକା ରହିଛି କି?

ଜମି, ରାଜସ୍ୱ ଓ କୃଷି ସଙ୍କ୍ରାନ୍ତୀୟ ଡାଟା ରାଜ୍ୟ ସରକାରଗୁଡିକ ପାଖରେ ସହଜରେ ଉପଲବ୍ଧ। ଏହାକୁ ଏକ କେନ୍ଦ୍ରୀୟ ଡାଟା ଗ୍ରୀଡ ମାଧ୍ୟମରେ ପରିଚାଳିତ କରାଯାଇପାରିବ କି? ଏ ସଙ୍କ୍ରାନ୍ତରେ ବହୁ ପ୍ରଶ୍ନ ରହିଛି, ଯାହାର ଉତ୍ତର ଅର୍ଥମନ୍ତ୍ରୀଙ୍କ ଭାଷଣରେ ନାହିଁ। ଓଡିଶାରେ ବିଜେପି କାଳିଆ ଯୋଜନାକୁ ତୀବ୍ର ଗାଳି ଗୁଲଜ କରିଛି। ଏବେ କେନ୍ଦ୍ର ସରକାର ସେହି ଯୋଜନାର ଅନୁସରଣ କରିବା ପରେ ବିଜେପିର ରାଜ୍ୟ ନେତୃତ୍ୱ ଆଉ କଣ କହିବେ? ସେମାନେ ଏବେ ବଜେଟ ଓ ଜରୁରୀ କାଳୀନ ପାଣ୍ଠିରୁ ଟଙ୍କା ଆସିଥିବାକୁ ନେଇ କିଛି ପ୍ରଶ୍ନ ଉଠାଉଛନ୍ତି। ଜରୁରୀକାଳୀନ ପାଣ୍ଠିରୁ ଯେଉଁ ଅର୍ଥ ଯାଇଛି ତାହା ଆଇନ ଦୃଷ୍ଟିରୁ ଏଇ ସପ୍ତାହର ବଜେଟରେ ଭରଣା ହେବାକୁ ବାଧ୍ୟ। ତେଣୁ ତାକୁ ନେଇ ଅଯଥା ଯୁକ୍ତି କରିବାର କୌଣସି ଅର୍ଥ ନାହିଁ। ଏବେ କୃଷକଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାର ଯୋଜନା କେନ୍ଦ୍ର ସରକାର ଓଡିଶା ସରକାରଙ୍କଠାରୁ ଶିଖିଛନ୍ତି ବୋଲି ଆମକୁ କହିବାକୁ ପଡିବ।

ତେବେ ଅସଲ କଥା ହେଉଛି, ନିର୍ବାଚନ ପୂର୍ବରୁ ଏ ପ୍ରକାର ଆର୍ଥିକ ସହାୟତାରୁ ନିର୍ବାଚନୀ ଲାଭ ମିଳିବ କି? ଚାଷୀଙ୍କର ଯେଉଁ ମୌଳିକ ସମସ୍ୟା ଓ ହତାଶା ରହିଛି, ତାହା ଏ ପ୍ରକାର ଆର୍ଥିକ ସହାୟତା ଦ୍ଵାରା ସମାଧାନ ହେବନାହିଁ। ଜଳସେଚନ, ଉତ୍ପାଦନର ଯଥାର୍ଥ ମୂଲ୍ୟ, କୃଷି ବଜାର ଓ ଚାଷ କ୍ଷେତ୍ରରେ ପୁଞ୍ଜି ଲଗାଣ ଭଳି ଅନେକ ସମସ୍ୟା ରହିଛି ଯାହା ବିଷୟରେ ମୋଦୀ ସରକାର ଗତ ପାଞ୍ଚ ବର୍ଷ ଧରି ନୀରବ ରହି ଆସିଛନ୍ତି। ଆଜି ହଠାତ ଏ ଦୁଇ ହଜାର ଟଙ୍କାର ଲଲିପପ ଦେଖାଇ ଚାଷୀଙ୍କ ଭୋଟ କିଣା ଉଦ୍ୟମ ବିଷୟରେ କୃଷକ ଓ କୃଷକ ସଙ୍ଗଠନ ଗୁଡିକ ବେଶ ଭଲ ଭାବରେ ଜାଣନ୍ତି।

Categories
ଆଜିର ଖବର

Chidambaram takes jibe at Jaitley, rebukes CBI in ICICI Videocon loan case

Senior Congress leader and former home minister P Chidambaram on Sunday took a jibe at Union Minister Arun Jaitley, rebuking CBI for naming top banking officials in FIR in the ICICI-Videocon loan case.
In a post on social media, Mr Chidambaram said, ”CBI has received the ultimate certificate from the one, who has the best ring-side seat, the Finance Minister (on leave): ‘Adventurism and megalomania have overtaken investigators’!.”
In a blog, Mr Jaitley cautioned the CBI against ‘investigative adventurism’ on Friday, a day after the agency named a string of top bankers in an FIR lodged against former ICICI Bank CEO and MD Chanda Kochhar, her husband Deepak Kochhar and Videocon Group MD Venugopal Dhoot.
”Sitting thousands of kilometres away, when I read the list of potential targets in the ICICI case, the thought that crossed my mind was again the same – Instead of focusing primarily on the target, is a journey to nowhere (or everywhere) being undertaken? If we include the entire who’s who of the banking industry – with or without evidence – what cause are we serving or actually hurting,” Mr Jaitley wrote in the blog on Friday. (UNI)

Categories
ଆଜିର ଖବର

On maiden Mann Ki Baat of 2019, PM lauds EC role in strengthening democracy

Prime Minister Narendra Modi on Sunday – on his first radio broadcast ‘Mann Ki Baat’ programme of the year 2019 – lauded the role of the Election Commission in conducting elections successfully at such a high scale and said the conduct of polls in the country should make every Indian feel proud about it.

“The manner in which the Election Commission conducts elections in India, it is natural for all Indians to feel proud about it,” said Prime Minister in his monthly radio broadcast ‘Mann Ki Baat’ through All India Radio.

It is really appreciable that all out efforts are made by the country’s poll panel to ensure that each and every voter in the country can exercise their franchise, he said. In this context, Mr Modi said efforts are made and all arrangements are ensured and often poling stations are set up so that even a single voter in a remote corner of the country can exercise his or her democratic rights.(UNI)