Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୈତିକ ଦଳଙ୍କ କବ୍ଜାରେ ରାଜଧାନୀର ରାଜରାସ୍ତା ଓ ରାଜଧାନୀ ବାସିନ୍ଦା ହେବାର ଅଭିଶାପ
ବିଶେଷ ଖବର

ରାଜନୈତିକ ଦଳଙ୍କ କବ୍ଜାରେ ରାଜଧାନୀର ରାଜରାସ୍ତା ଓ ରାଜଧାନୀ ବାସିନ୍ଦା ହେବାର ଅଭିଶାପ

February 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରାଜଧାନୀ ଉପରେ ସାରା ରାଜ୍ୟର ହକ ଅଛି, ହେଲେ ରାଜଧାନୀବାସୀଙ୍କର ନାହିଁ। ସତ କହିବାକୁ ଗଲେ ରାଜଧାନୀ ଉପରେ କେବଳ ରାଜନୀତି ଓ ରାଜନେତାଙ୍କର ହିଁ ଅଧିକାର ରହିଛି। ରାଜଧାନୀରେ ରହୁଥିବା ସାଧାରଣ ଲୋକ ଏଠି ତୃତୀୟଶ୍ରେଣୀର ନାଗରିକ ମଧ୍ୟ ନୁହନ୍ତି। ଏଠି ଚବିଶ ଘଣ୍ଟା ଧାରଣା, ଅନଶନ, ଘେରାଓ, ରାଲି ଓ ସାଧାରଣ ସଭା। ବିଧାନସଭାରୁ ରେଳ ଷ୍ଟେସନ ଯାଏଁ ସବୁକିଛି ରାଜନୀତିର ଅକ୍ତିୟାରରେ। ଧାରଣା ଓ ରାଲି ନାମରେ ଭୁବନେଶ୍ୱର ସହରର କେନ୍ଦ୍ରସ୍ଥଳ କୁ ଅଚଳ କରି ଦିଆଯାଏ। ଏଇ ଅଳ୍ପ ଦିନ ତଳେ ରାଲି ଯୋଗୁଁ ଟ୍ରାଫିକ ଜାମରେ ହସପିଟାଲ ପହଞ୍ଚି ନପାରି ଶିଶୁଟିଏ ରାସ୍ତାରେ ମରିଗଲା। ରାମ ମନ୍ଦିର ରୁ ରାଜମହଲ ଛକ, ରେଳ ଷ୍ଟେସନରୁ ବିଧାନସଭା ଓ ଏଜି ଛକରୁ ହାଉସିଂ ବୋର୍ଡ ପର୍ଯନ୍ତ ରାଜଧାନୀର ସବୁ ପ୍ରମୁଖ ସଡକ ଅନେକ ସମୟରେ ବନ୍ଦ ରହୁଛି। ବିଶେଷ କରି ବିଧାନସଭା ଚାଲୁଥିବା ସମୟରେ ହଜାର ହଜାର ଆନ୍ଦୋଳନକାରୀ ରାଜଧାନୀର ମୁଖ୍ୟ ସଡକକୁ ନିଜ କବଜାକୁ ନେଇ ଯାଉଛନ୍ତି। ଏବେ ଏଇ ତାଲିକାରେ ଯୋଡି ହୋଇଛି ଆଉ ଏକ ନୂଆ ରାସ୍ତା। ରାଜମହଲ ଛକରୁ ନବୀନ ନିବାସ। ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଓ କରିବାକୁ ଯାଇ ଶିଶୁ ଭାବନା ଛକରେ ବେଳେ ବେଳେ ଏମିତି ପରିସ୍ଥିତି ଉପୁଜୁଛି, ଯାହା ଦେଖି ଆପଣଙ୍କର ଛାତି ଫାଟିଯିବା। ରାଜଧାନୀର ଶିଶୁ ଡାକ୍ତରଖାନା ଓ ମୁଖ୍ୟ ଡାକ୍ତରଖାନା ରାସ୍ତା ଅନେକ ସମୟରେ ଯୁଦ୍ଧ କ୍ଷେତ୍ର ପାଲଟିଯାଉଛି।

ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ରାଜନୈତିକ ଦଳ ମାନଙ୍କର ଶକ୍ତି ପ୍ରଦର୍ଶନର ଏକମାତ୍ର ମାଧ୍ୟମ ହେଉଛି ରାଜଧାନୀ ଚାଲ ଅଭିଯାନ। ଏଠି ସମସ୍ତଙ୍କର ଅଧିକାର ରହିଛି, ଦାବି ରହିଛି। ହେଲେ ରାଜଧାନୀରେ ବସବାସ କରୁଥିବା ସାଧାରଣ ନାଗରିକର ମୌଳିକ ଅଧିକାର ନାହିଁ। ସେ ରେଳ ଷ୍ଟେସନକୁ ସଠିକ ସମୟରେ ପହଞ୍ଚିବାକୁ ଚାହିଁଲେ ମଧ୍ୟ ପଶିପାରିବ ନାହିଁ। ରାଜଧାନୀର ମହାତ୍ମାଗାନ୍ଧି ମାର୍ଗ, ଯେଉଁଠି ଧାରଣା ସ୍ଥଳ ନିର୍ଦ୍ଧାରିତ ହୋଇଛି, ତାହା ସାମ୍ନାରେ ରହିଛି, ରେଳ ଷ୍ଟେସନ, ହସପିଟାଲ ଓ ରାଜଧାନୀର ବ୍ୟସ୍ତ ବହୁଳ ବଜାର। ଠାରେ ଆପଣ ଯଦି କୌଣସି ରାଲିରେ ଫସିଗଲେ ଆପଣ ମଲେ ବୋଲି ଜାଣନ୍ତୁ। ଅସହାୟ ପୋଲିସ ଆପଣଙ୍କୁ କୌଣସି ପ୍ରକାର ସହାୟତା କରି ପାରିବ ନାହିଁ। ରାଲି ଓ ଧାରଣା ପାଇଁ ଆସୁଥିବା ଲୋକେ ନିଜ ଅଧିକାର ପ୍ରତି ଏତେ ସଚେତନ ଯେ ସେମାନେ ଏ ସହରରେ ବି ସାଧାରଣ ଲୋକ ବଞ୍ଚନ୍ତି ଓ ତାଙ୍କର ମଧ୍ୟ ଜୀବନ  ଜୀଇଁବାର ଅଧିକାର ଅଛି ଏକଥା ଭୁଲିଯାନ୍ତି।

ଅନେକ ସମୟରେ ରାଲି ଓ ଧାରଣାକୁ ଆସୁଥିବା ନେତାମାନଙ୍କ ଆଚରଣ ଏତେ ଉଗ୍ର ଯେ ତାଙ୍କୁ ଦେଖି ସାନ ପିଲା କିମ୍ବା ଦୁର୍ବଳ ହୃଦୟର ଲୋକ ମାନସିକ ଆଘାତ ପାଇବାର ସମ୍ଭାବନା ଅଧିକ। ସେହିପରି ମହାତ୍ମା ଗାନ୍ଧୀ ମାର୍ଗରେ ଅତି ବେଶୀରେ ପାଞ୍ଚ ହଜାର ଲୋକ ଜାକିଜୁକି ହୋଇ ରହିପାରିବେ। ରାଜନୈତିକ ଦଳ ଓ ସଙ୍ଗଠନ ଗୁଡିକ କିନ୍ତୁ ହଜାର ହଜାର ସଂଖ୍ୟକ ଲୋକ ଠୁଳ କରୁଛନ୍ତି। ଏହା ବେଆଇନ ହୋଇଥିଲେ ମଧ୍ୟ ଏହାକୁ ରୋକିବାର ସାହସ ରାଜଧାନୀ ପୋଲିସର ନାହିଁ। ବଡ ରାଲି କିମ୍ବା ଧାରଣା ପାଇଁ ସହର ବାହାରେ ଜାଗା ନିର୍ଦ୍ଧାରିତ ହେବା ଉଚିତ। ହେଲେ ଏ ସମ୍ପର୍କରେ ସରକାର କୌଣସି ଉଦ୍ୟମ କରୁନାହାନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣାସ୍ଥଳ ନିର୍ଦ୍ଧାରିତ ହୋଇଥିଲେ ହେଁ, ଏହି ରାସ୍ତାରେ ସାଧାରଣ ଶୌଚ ବ୍ୟବସ୍ଥା ମଧ୍ୟ ନାହିଁ। ହଜାର ହଜାର ଲୋକଙ୍କ ଖାଇବା, ପିଇବାର ବଳକା ମଇଳା, ମଳମୂତ୍ର ଓ ଆବର୍ଜନାରେ ଏ ସଡକ ରୋଜ ସନ୍ତୁଳି ହେଉଛି। ଅବଶ୍ୟ ଏ ରାସ୍ତାର ଦୁଇ କଡରେ ରାଜଧାନୀର ବଡ ବଡ ଅଧିକାରୀ ଓ ନେତାଙ୍କ ଘର ରହିଛି। ସେମାନେ ନିଜ ନିଜ ବଙ୍ଗଳା ଭିତରେ ସୀମିତ। ତାଙ୍କ ଘର ବାହାର ଅବସ୍ଥା ବିଷୟରେ ସେମାନଙ୍କର ନିଜର କିଛି କରିବାର ନାହିଁ।

ତା ସହିତ ଧ୍ଵନୀ ଓ ଶବ୍ଦ ପ୍ରଦୂଷଣ କଥା ନକହିଲେ ଭଲ। ଶହ ଶହ ମାଇକ ଓ ସ୍ଲୋଗାନବାଜିରେ ଏ ଅଞ୍ଚଳର ଅବସ୍ଥା ଅତ୍ୟନ୍ତ ଦୟନୀୟ। ହେଲେ ଏକଥା କହିବ କିଏ, କହିଲେ ମଧ୍ୟ ଶୁଣିବ କିଏ? ରାଜଧାନୀରେ ରହିବାର ଅଭିଶାପ କଣ ବୁଝିବାକୁ ହେଲେ ଆପଣ ଥରେ ବିଧାନସଭା ଅଧିବେଶନ ବେଳକୁ ଦିନ ୧୦ ଟାରୁ ଗୋଟାଏ ଭିତରେ ଏ ରାସ୍ତାରେ ଥରେ ଆସନ୍ତୁ। ଆପଣଙ୍କ ଆଖିରୁ ଲୁହ ବଦଳରେ ରକ୍ତ ଝରିବା ଥୟ। ଆଉ ଆପଣଙ୍କ ଗାଡିରେ ଯଦି ପେଟ୍ରୋଲ କମ ଅଛି, ଆପଣ ମଲେ ବୋଲି ଜାଣନ୍ତୁ। ରାଜନୈତିକ ଦଳ ବା ଅଧିକାର ଲାଗି ଦାବୀ କରୁଥିବା ସଂଗଠନ ଗୁଡିକ ଆପଣଙ୍କୁ ମଣିଷ ବୋଲି ଭାବିବାର କୌଣସି ସମ୍ଭାବନା ନାହିଁ। ସେହିପରି ସରକାର ମଧ୍ୟ ତାଙ୍କ ଆଗରେ ଏତେ ଅସହାୟ ଯେ, ସେ ଧାରଣା ସ୍ଥଳ ବଦଳାଇବା କଥା ଚିନ୍ତା କରିବା ଅବସ୍ଥାରେ ମଧ୍ୟ ନାହିଁ।

thesamikhshya
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026
Latest News

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.