କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ସେକିଛି କର୍ମୀଙ୍କ ଦଳରେ ସାମିଲ ହେବା ନେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଯେଉଁ କର୍ମୀମାନେ ମୋ ସହ ର୍ଦୁବ୍ୟବହାର କରିଥିଲେ ସେମାନଙ୍କୁ ଦଳରେ ପୁଣି ସାମିଲ କରାଯିବା ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରି ଗତକାଲି ଟ୍ବିଟ୍ କରିଥିଲେ ପ୍ରିୟଙ୍କା। ଗତକାଲି ପ୍ରିୟଙ୍କା ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିଜ ଟ୍ବିଟ୍ଟରୀ ବାୟୋରୁ ଏଆଇସିସି ହଟାଇବା ପରେ ଏହାକୁ ନେଇ ଆଶଙ୍କା ବଢିଥିଲା। ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ କିଛି ଗୁଣ୍ଡାଙ୍କୁ ଟିକଟ ଦିଆଯିବା ପ୍ରତିବାଦରେ ଦଲ ଛାଡିଛନ୍ତି ପ୍ରିୟଙ୍କା। ଏହା ସହିତ ଟ୍ବିଟ୍ଟରରେ ଦଳୀୟ ନେତୃତ୍ବକୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା।
Tag: thesamikhsya
ନିୟନ୍ତ୍ରଣ ରେଖାରେ ବ୍ୟବସାୟ ବନ୍ଦ କଲେ ସରକାର
ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ମଧ୍ୟରେ ବାଣିଜ୍ୟ ବ୍ୟବସାୟକୁ ଗୁରୁବାର ଠାରୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ନିୟନ୍ତ୍ରଣ ରେଖାରେ ଉଭୟ ଦେଶ ମଧ୍ୟରେ ଏହି ବ୍ୟବସାୟ ଚାଲୁଥିବା ବେଳେ ଏହା ଦ୍ବାରା ପଡୋଶୀ ରାଷ୍ଟ୍ର ତରଫରୁ ବେଆଇନ ହତିଆର, ନିଶା ଦ୍ରବ୍ୟ ଏବଂ ଜାଲ ନୋଟ କାରବାର ହେଉଥିବାରୁ ଏହାକୁ ଗୁରୁବାର ବନ୍ଦ କରିବାକୁ ଆଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଆଦେଶ ଦେଇଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ପରେ ପ୍ରତିକ୍ରିୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଏହି ରାସ୍ତାରେ ହେଉଥିବା ବିଭିନ୍ନ ବ୍ୟବସାୟରେ ଅନୈତିକ ଜିନିଷ ଦେଶ ମଧ୍ୟକୁ ଆସୁଛି। ଏହି ସାମଗ୍ରୀର ଦେଣ ନେଣ ଆତଙ୍କବାଦ ଏବଂ ବିଛିନ୍ନତାବାଦୀଙ୍କୁ ସହାୟତା ଦେଉଛି ବୋଲି ଏନ୍ଆଇଏ ପକ୍ଷରୁ ସୂଚନା ମିଳିବା ପରେ କେନ୍ଦ୍ର ସରକାର ଏହାକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ନିୟନ୍ତ୍ରଣ ରେଖାରେ ଚାଲୁଥିବା ଏହି ବ୍ୟବସାୟ ପାଇଁ କର ଦେବାକୁ ପଡୁନଥିଲା। ଏହା ଉପରେ ପୁନର୍ବିଚାର ପରେ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ଲଣ୍ଡନରେ ପୋଲିସ ୪୦୦ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ତିନି ଜଣ ପରିବେଶବିତ୍ଙ୍କୁ ପୋଲିସ୍ ରିମାଣ୍ଡରେ ନେଇଥିଲା। ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ। ଏମାନେ ଏକ କାନାରି ହ୍ବାର୍ଫ ଷ୍ଟେସନ୍ରେ ଟ୍ରେନ୍ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ଗିରଫ କରିଥିଲା। ଏମାନଙ୍କୁ ହାଇବରୀ କର୍ଣ୍ଣର ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ପେଶ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍କୁ ପଠାଇ ଦିଆଯାଇଛି। ଆସନ୍ତା ତାରିଖ ମେ ୧୬ ପର୍ଯ୍ୟନ୍ତ ସେମାନେ ଜେଲ୍ରେ ରହିବେ ବୋଲି ଜଣାପଡିଛି। ଏହା ବ୍ୟତିତ ଗିରଫ ଅନ୍ୟାନ୍ୟ ୪୦୦ ଜଣଙ୍କୁ ମେଟ୍ରୋପଲିଟାନ୍ ପୋଲିସ୍ ସର୍ଭିସ୍ରେ ରଖାଯାଇଛି। ଲଣ୍ଡନରେ ଏକତ୍ର ଛିଡାହୋଇ ପ୍ରତିବାଦ କରିବା ଅପରାଧ ଅଟେ। ତେଣୁ ପୋଲିସ୍ ତରଫରୁ କୁହାଯାଇଛି, ପରିବେଶ ବିତ୍ ମାନେ ପ୍ରତିବାଦ କରିବାକୁ ଚାହିଁଲେ ମାର୍ବଲ ଆର୍ଚ୍ଚ ଯଶଇ ପ୍ରତିବାଦ କରିପାରିବେ। ମାତ୍ର ସର୍ବ ସାଧାରଣ ସ୍ଥାନରେ ପୁନର୍ବାର ପ୍ରତିବାଦ କଲେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ ଚେତାବନୀ ଦିଆଯାଇଛି।
ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସହ ନେତାଙ୍କ ବିବାଦୀୟ ବୟାନବାଜି ମଧ୍ୟ ଜାରି ରହିଛି। ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମଧ୍ୟ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାଁ ଧରୁନାହିଁ। କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ୨୦୧୪ରେ ମୋଦିଙ୍କ ଗଙ୍ଗା ମା’ଙ୍କ ନାଁ ନେଇ ଆସିଥିଲେ, କିନ୍ତୁ ୨୦୧୯ରେ ରାଫେଲର ଦଲାଲ ହୋଇ ଯିବେ। ସିଦ୍ଧୁ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୋଦି କହୁଛନ୍ତି ପେନ୍ ଟିଏ କିଣିଲେ ବିଲ୍ ନେବା ପାଇଁ କିନ୍ତୁ ରାଫେଲ ବିଲ୍ କଥା ପଚାରିଲେ ସେ ହଡବଡେଇ ଯାଉଛନ୍ତି। ଯେଉଁ କବାଟ ବାହାରେ ଚୌକିଦାର ଛିଡା ହେଉଛନ୍ତି, ସେହି କବାଟ ସବୁବେଳେ ଗରିବଙ୍କ ପାଇଁ ବନ୍ଦ ଥିବା ଦେଖିବାକୁ ମିଳୁଛି ବୋଲି ସିଦ୍ଧୁ କହିଛନ୍ତି। ତେବେ ଏହା ପୂର୍ବରୁ ଗତ ବୁଧବାର ଗୁଜୁରାଟର ଅହମ୍ମଦବାଦଠାରେ ଏକ ନିର୍ବାଚନୀ ସଭାରେ ମୋଦିଙ୍କୁ ଟାର୍ଗେଟ କରି ଗୋଧ୍ରା କାଣ୍ଡକୁ ନେଇ ମୋଦିଙ୍କୁ ଘେରିଥିଲେ। ସିଦ୍ଧୁ ଏହି ଅବସରରେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନ ଭଗବାନ କୃଷ୍ଣ ଓ କଂସ, ରାମ ଓ ରାବଣ, ଗଡ୍ସେ ଓ ଗାନ୍ଧିଙ୍କ ମଧ୍ୟରେ ହେଉଛି। ଏହି ସହିତ ରାଫେଲ୍ ସୌଦା, ବେରୋଜାରୀ ଓ କୃଷକ ବିଷୟବସ୍ତୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହିତ ତାଙ୍କ ସହିତ ବିତର୍କ କରିବାକୁ ଆହ୍ବାନ ଦେଇଛନ୍ତି। କଂଗ୍ରେସର ଷ୍ଟାର ପ୍ରଚାରକ ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍ ସମୁଦ୍ର ଭିତରେ ରେଲପଥ ପାଇଁ ପ୍ରଚେଷ୍ଟା ଚଳାଇଛି, ଆମେରିକା ମଙ୍ଗଳରେ ଜୀବନକୁ ଖୋଜିବାର ପ୍ରଯତ୍ନ କରୁଛି ଓ ରୁଷ୍ ରୋବାଟ୍ ଆର୍ମି ପ୍ରସ୍ତୁତ କରୁଛି କିନ୍ତୁ ଭାରତ କ’ଣ କରୁଛି ? ଆମେ ଚୌକିଦାର କରିବାରେ ସାହାଯ୍ୟ କରୁଛୁ , ଯିଏ ବାସ୍ତବରେ ଚୋର।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏକ ପ୍ରେସ୍ମିଟ୍ରେ ଘୋଷଣା କରିଛନ୍ତି। ଅତାବିରାର ବୁଥ୍-୨୩୫ ଓ ବରଗଡ଼ର ବୁଥ୍-୬୮ରେ ଇଭିଏମ୍ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟାୟର ମତଦାନରେ ମଧ୍ୟ ମହିଳାମାନେ ଆଗରେ ରହିଛନ୍ତି। ତେବେ ୪ଟା ସମୟରେ ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ମିଳିଛି। ଆଜି ୫ଟି ଲୋକସଭା ସହ ତତ୍ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା।
ପ୍ରଚାର ମଇଦାନରେ ନବୀନ କେନ୍ଦ୍ର ଉପରେ ବରଷୁଥିବାବେଳେ ବାଙ୍କୀ – ବଡ଼ମ୍ବାରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ। ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ଡବଲ୍ ଇଞ୍ଜିନ୍କୁ ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ପ୍ରଚାର ସମୟରେ ସବୁବେଳେ ଡବଲ ଇଞ୍ଜିନର କଥା କହୁଛନ୍ତି। ତେବେ ଓଡିଶାର ଇଞ୍ଜିନ କିଏ ବୋଲି ପ୍ରଶ୍ନ କରିବା ସହିତ ଓଡିଶା ବାଦ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଲାଗିଥିଲା, ସେଠାରେ ବିଜେପି କାହିଁକି ହାରିଲା” ବୋଲି କହିଛନ୍ତି ନବୀନ। ବିଜେପିର ଡବଲ୍ ଇଞ୍ଜିନରୁ ୫ଟି ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି, ଆଉ ଆସନ୍ତା ମେ ୨୩ ତାରିଖରେ ଦିଲ୍ଲୀର ମେନ ଇଞ୍ଜିନ୍ ମଧ୍ୟ ଲାଇନ୍ଚ୍ୟୁତ ହୋଇଯିବ ବୋଲି କଟାକ୍ଷ କରିଛନ୍ତି ନବୀନ। ନିର୍ବାଚନ ଆସିଲେ, କେନ୍ଦ୍ରରେ ଥିବା ବିଜେପି ନେତାମାନେ ଓଡିଶାକୁ ଆସୁଛନ୍ତି। ଗରିବଙ୍କ କଥା ଏବେ ମନେ ପଡୁଛି ବୋଲି ନବୀନ କହିଛନ୍ତି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪୫.୮୯ କିଗ୍ରା ସୁନା ଜବତ କରାଯାଇଛି। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮୨.୧୧କୋଟି ଟଙ୍କା ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଏକ ଅର୍ଥ ହେରଫେର ମାମଲାରେ ତେଲେଙ୍ଗାନା ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଇଡି ପକ୍ଷରୁ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିଲା। ବିମୁଦ୍ରାକରଣ ସମୟରେ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ନେଇ ଥିବା ଅଭିଯୋଗ ଉପରେ ଏହି ଚଢାଉ କରାଯାଇଥିଲା। ମୁସଡ୍ଡିଲାଲ ଜୁଏଲର୍ସର କୈଳାସ ଗୁପ୍ତାଙ୍କ ଦୁଇଟି ଅଫିସ୍ (ହାଇଦ୍ରାବାଦ ଏବଂ ବିଜୟଓ୍ବାଡା), ଶ୍ରୀ ବାଲାଜୀ ଗୋଲ୍ଡରହ ପବନ ଅଗ୍ରଓ୍ବାଲଙ୍କ ବାସଗୃହ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୟ ଶାରଦାଙ୍କ ବାସଗୃହରେ ଚଢାଉ କରାଯାଇ ଏହି ସୁନା ଗହଣା ଜବତ କରାଯାଇଛି। ଏହି ଦୁଇ ବିକ୍ରେତା ୮ ନଭେମ୍ବର ୨୦୧୬ରେ ପ୍ରାୟ ୫୨୦୦ ନକଲି ଗହଣା ବିକ୍ରି ରିସିପ୍ଟ ବନାଇଥିଲେ। ପ୍ରତ୍ୟେକ ଦେଣ ନେଣ ପ୍ରାୟ ୨ ଲକ୍ଷ ଟଙ୍କାର ରହିଥିଲା। ବିମୁଦ୍ରାକରଣ ସମୟରେ ଏହି ଦୁଇ ଗହଣା ଦୋକାନୀ ନିଜ ଆକାଉଣ୍ଟରେ ୧୧୦.୮୫ କୋଟି ଟଙ୍କା ଜମା କରିଥିଲେ।
ଦରବାର୍ରେ ଖଳନାୟକ ଭୂମିକାରେ ପ୍ରତୀକ
ଏ ଆର ମୁରୁଗାଦୋସ ନିର୍ଦ୍ଦେଶିତ ତଥା ରଜନୀକାନ୍ତ ଅଭିନୀତ ଦରବାରରେ ଖଳନାୟକ ଭୂମିକାରେ ଆସିବେ ପ୍ରତୀକ ବବ୍ବର। ପ୍ରଥମ ଥର ପାଇଁ ମୁରୁଗାଦୋସ ରଜନୀକାନ୍ତଙ୍କୁ ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ପ୍ରକଳ୍ପ ପାଇଁ ବହୁତ ଖୁସି ଅଛି ବୋଲି କହିଛନ୍ତି ପ୍ରତୀକ ବବ୍ବର। ଚଳିତ ସପ୍ତାହରୁ ଏହି ଚଳଚିତ୍ର ପାଇଁ ସୁଟିଂ ଆରମ୍ଭ କରୁଥିବା ସୂଚନା ଦେଇଛନ୍ତି ପ୍ରତୀକ। ଏହି ଫିଲ୍ମରେ ନାୟିକା ଭୂମିକାରେ ନୟନତାରା ନଜର ଆସୁଥିବା ବେଳେ ରଜନୀଙ୍କ ସହିତ ଏହା ତାଙ୍କର ଚତୁର୍ଥ ଫିଲ୍ମ। ଅନିରୁଦ୍ଧ ରବିଚନ୍ଦର ଏହି ଫିଲ୍ମର ମ୍ୟୁଜିକ୍ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ବେଳେ ୨୦୨୦ ପୋଙ୍ଗଲରେ ଫିଲ୍ମଟି ରିଲିଜ୍ ହେବ। ଏହି ଚଳଚିତ୍ର ବ୍ୟତିତ ପ୍ରତୀକ ନୀତାଶ ତିଓ୍ବାରୀଙ୍କ ‘ଛିଛୋରେ’, ମହେଶ ମଞ୍ଜ୍ରେକରଙ୍କ ‘ପାଓ୍ବାର’ ଏବଂ ଅନୁଭବ ସିହ୍ନାଙ୍କ ‘ଅଭି ତୋ ପାର୍ଟି ସୁରୁ ହୁଇ ହେଁ’ ରେ ନଜର ଆସିବେ। ଏହା ବ୍ୟତିତ ଚଳିତ ବର୍ଷ ଏକ ଓ୍ବେବ୍ ସିରିଜ୍ରେ ମଧ୍ୟ ନଜର ଆସିବେ ପ୍ରତୀକ।
ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନର ଅଧିକାରୀ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାତେଶ କୌଲ ବୁଧବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନର ଆଞ୍ଚଳିକ ଗଣମାଧ୍ୟମରେ ପ୍ରସାରଣ ବନ୍ଦ କରିବାକୁ କୁହାଯାଇଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ‘ଚୌକିଦାର ଚୋର’ କୁ ନେଇ ରାହୁଲ ଗାନ୍ଧୀଙ୍କୁ ଜବାବ ମାଗିଛନ୍ତି। ଭାରତୀୟ ଜନତା ପାର୍ଟି ତରଫରୁ ‘ଚୌକିଦାର ଚୋର ହୖ’ ବିଜ୍ଞାପନକୁ ନେଇ ନିର୍ବାଚନ ପଦାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ବିଜ୍ଞାପନଟି ଅପମାନଜନକ ଓ ଆପତ୍ତିଜନକ ବୋଲି ଏହି ଅଭିଯୋଗରେ କୁହାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ପ୍ରାମାଣିକତା ଏବଂ ପର୍ଯ୍ୟବେକ୍ଷଣ କମିଟି ବିନା ଅନୁମତିରେ ଏହି ବିଜ୍ଞାପନର ପ୍ରସାରଣ କରାଯାଉଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଏହି ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ପୁନମ ସିହ୍ନା ମଙ୍ଗଳବାର ସମାଜବାଦୀ ପାର୍ଟି (ଏସ୍ପି)ରେ ଯୋଗଦେଇଥିଲେ। ଏହି ଆସନରେ ପୁନମ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ କୃଷ୍ଣମଙ୍କ ସହ ଟକ୍କର ଦେବେ। ବୁଧବାର ଦିନ ଏକ ରୋଡ଼ ଶୋରେ ଯାଇ ପୁନମ ନାମାଙ୍କନ ଦାଖଲ କରିଥିଲେ। ଏହି ରୋଡ଼ ଶୋରେ ପୁନମଙ୍କ ସହ ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସାମିଲ ହୋଇଥିଲେ। ପୁନମଙ୍କ ସ୍ୱାମୀ ଶତ୍ରୁଘ୍ନ ସିହ୍ନା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଲକ୍ଷ୍ନୌ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ଦାଖଲ କରିଥିଲେ। ଚଳିତ ଥର ଶତ୍ରୁଘ୍ନ କଂଗ୍ରେସ ତରଫରୁ ପାଟନା ସାହିବରୁ ନିର୍ବାଚନ ଲଢୁଛନ୍ତି।
ତାଇଓ୍ବାନରେ 6.1 ତୀବ୍ରତାର ଭୂକମ୍ପ
ଭୂକମ୍ପ ପ୍ରବଣ ତାଇଓ୍ବାନର ‘ରିମ୍ ଅଫ୍ ଫାୟାର’ରେ ଗୁରୁବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ତାଇଓ୍ବାନର ରାଜଧାନୀ ଏବଂ ପୂର୍ବଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ହୁଆଲିଏନ୍ ସହରର କେନ୍ଦ୍ରରେ ଘଟିତ ହୋଇଥିବା ଏହି ଭୁକମ୍ପର ପ୍ରଭାବ ୧୯ କିମି ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂକମ୍ପରେ ରେଳ ଷ୍ଟେସନ୍ର ପାଣି ପାଇପ୍ ଗୁଡିକ ଫାଟି ଯାଇଥିବାରୁ ସହରର ରେଳ ଚଳାଚଳ ସାମୟିକ ଭାବରେ ବନ୍ଦ ରଖାଯାଇଛି। କିଛି ସ୍ଥାନରେ ଭୂସ୍ଖମଳନ ହୋଇଥିବା ବେଳେ ଦୁଇ ଜଣ ପାହାଡ ଚଢାଳି ଏଥିରେ ଆହତ ହୋଇଛନ୍ତି। ତାଇପେଇ ସହରରେ ଏକ କୋଠାର ମୂଳ ହଲି ଯାଇଥିବାରୁ ଏହା ନିକଟସ୍ଥ କୋଠାରେ ଆଉଜି ରହିଛି। ତାଇପେଇ ସହରର ମେଟ୍ରୋ ଚଳାଚଳ ବ୍ୟବସ୍ଥା ମଧ୍ୟ ବନ୍ଦ ରଖାଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।
ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆଜମଗଡ଼ ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଅଖିଳେଶ ଯାଦବ କଲେକ୍ଟ୍ରେଟରେ ପହଂଚି ଡିଏମ କୋର୍ଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତମ ପଟେଲ ଏବଂ ମହାରାଷ୍ଟ୍ରର ଅଧ୍ୟକ୍ଷ ଅବୁ ଆସିମ ଆଜମୀ ଉପସ୍ଥିତ ଥିଲେ। ସପା-ବିଏସ୍ପିର ମହାମେଣ୍ଟରେ ହୋଇଥିବା କାମ ଆଧାରରେ ଦଳ ଜିତିବ ବୋଲି ଅଖିଳେଶ କହିଛନ୍ତି। ବିଜେପିକୁ ୫ ବର୍ଷ ନୁହେଁ ୭ ବର୍ଷର ହିସାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ଅଖିଳେଶ। ପୂର୍ବରୁ ଏହି ଆସନରୁ ସପାର ସଂସ୍ଥାପକ ମୁଲାୟମ ସିଂ ଯାଦବ ପ୍ରତିନିଧିତ୍ବ କରୁଥିଲେ। ଚଳିତ ଥର ମୁଲାୟମଙ୍କୁ ମେନେପୁରୀ ଆସନରୁ ପ୍ରାର୍ଥୀ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ସପା-ବିଏସ୍ପି ଓ ଆର୍ଏଲ୍ଡି ମଧ୍ୟରେ ମହାମେଣ୍ଟ କରାଯାଇଛି। ଉତ୍ତରପ୍ରଦେଶରେ ସପା ୩୭ଟି ଆସନରୁ ବିଏସ୍ପି ୩୮ଟି ଆସନରୁ ଓ ଆରଏଲ୍ଡି ୩ଟି ଆସନରୁ ଚଳିତ ନିର୍ବାଚନ ଲଢୁଛନ୍ତି।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଦିନ ୩ଟା ସୁଦ୍ଧା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ୫୧.୧୮% ମତଦାନ ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରେ ୪୩.୯୩% ମତଦାନ ହୋଇଥିବାର ସୂଚନା ରହିଛି। ଏନେଇ ଏକ ପ୍ରେସ୍ମିଟ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ୪ଟି ବୁଥ୍ରେ ଭିଭିପାଟ୍ ମେସିନ୍ ସଂଯୋଗରେ ରହିଛି ମାନବୀୟ ତ୍ରୁଟି ରହିଥିବାରୁ ଏହି ୪ଟି ବୁଥ୍ରେ ସାନି ମତଦାନ ପାଇଁ ସିଇଓଙ୍କ ସୁପାରିସ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ସେହି ବୁଥ୍ ଗୁଡ଼ିକ ହେଉଛି ବଣାଇର ବୁଥ୍-୧୨୯, ସୁନ୍ଦରଗଡ଼ର ବୁଥ୍-୨୧୩, ନୟାଗଡ଼ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍ରେ ଆଦି ବୁଥ୍ରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି। ଏହି ମେସିନ୍ରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟାଇମ ମାଗାଜିନ୍ସର ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ମିଳିଛି। ଏହି ତାଲିକାରେ ରାଜନେତା, ବ୍ୟବସାୟୀ, ଅଭିନେତା ଏବଂ ସମାଜସେବୀଙ୍କୁ ସାମିଲ କରାଯାଇଥାଏ। ଅମ୍ବାନୀଙ୍କ ବ୍ୟତିତ ଦୁଇ ସାମାଜିକ କର୍ମୀ ଅରୁନ୍ଧତି କାଟ୍ଜୁ ଏବଂ ମେନକା ଗୋସ୍ବାମୀଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଧର୍ମଗୁରୁ ଦଲାଇ ଲାମା, ଅଭିନେତା ଡ୍ବେନ୍ଜନ୍ସନ୍, ଡୋନାଲ୍ଡ ଟ୍ରମ୍ପ, ଜି ଜିନ୍ପିଙ୍ଗ, ଇମ୍ରାନ୍ଖାନ୍, ଟାଇଗର ଉଡ୍ସ ଏବଂ ମାର୍କ ଜୁକରବର୍ଗଙ୍କୁ ମଧ୍ୟ ସାମିଲ କରାଯାଇଛି। ଅମ୍ବାନୀଙ୍କ ବିଷୟରେ ଟାଇମ୍ମାଗାଜିନ୍ରେ ଲେଖିଥିଲେ ଆନନ୍ଦ ମହିନ୍ଦ୍ରା। ମହିନ୍ଦ୍ରା ନିଜ ନିବନ୍ଧରେ ଅମ୍ବାନୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହିତ ତାଙ୍କର ବ୍ୟବସାୟିକ ଚିନ୍ତାଧାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। କମ୍ ଖର୍ଚ୍ଚରେ ଭାରତୀୟଙ୍କୁ ୪ଜି ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଜିଓକୁ ବର୍ତ୍ତମାନ ୨୮ କୋଟି ଭାରତୀୟଙ୍କ ପାଖରେ ପହଞ୍ଚାଇବା ଅମ୍ବାନୀଙ୍କ କୃତିତ୍ବ ବୋଲି ମହିନ୍ଦ୍ରା ଲେଖିଛନ୍ତି। ୨୦୦୩ରେ ଅମ୍ବାନୀ ନିଜ କମ୍ପାନୀର ଟ୍ୟାଗ୍ଲାଇନ୍ରଖିଥିଲେ ‘ଦୁନିଆକୁ ହାତ ମୁଠାରେ ରଖିବା’ ଏହାକୁ ହାସଲ କରିବା ପାଇଁ ନିୟମିତ ପ୍ରଚେଷ୍ଟା ଜାରି ରଖିଛନ୍ତି ଅମ୍ବାନୀ। ସେହିପରି ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କ ପାଇଁ ଲଢୁଥିବା ତଥା ଧାରା ୩୭୭ ଉଚ୍ଛେଦରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ସାମାଜିକ କର୍ମୀଙ୍କ ପାଇଁ ନିବନ୍ଧ ଲେଖିଥିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହଲିଉଡ୍ ଅଭିନେତା ଡ୍ବେନ୍ଜନ୍ସନ୍ଙ୍କ ପାଇଁ ନିବନ୍ଧ ଲେଖିଥିଲେ ଓଣ୍ଡର ଓମ୍ୟାନ୍ ଅଭିନେତ୍ରୀ ଗା୍ଲ ଗାଡୋଟ୍।
ଭାରତୀୟ ବଜାରରେ କିଆ ଏସ୍ୟୁଭି କାର୍ ଲଞ୍ଚ
ହ୍ୟୁଣ୍ଡାଇ ସହିତ ସହଭାଗିତାରେ କିଆ ମୋଟର୍ସ ଭାରତୀୟ ବଜାରରେ ଏହାର ପ୍ରଥମ ଏସ୍ୟୁଭି କାର୍ ଲଞ୍ଚ କରିବାକୁ ଯାଉଛି। ଜୁଲାଇ ମାସ ଶେଷ ସୁଦ୍ଧା ଭାରତରେ ଏହି କାର୍ର ଲଞ୍ଚ କରାଯିବ ବୋଲି କିଆ ମୋଟର୍ସ ପକ୍ଷରୁ ପ୍ରକାଶ କରାଯାଇଛି। ଆନ୍ଧ୍ର ପ୍ରଦେଶରେ ରହିଥିବା କମ୍ପାନୀର କାରଖାନରରେ କାର୍ର ନିର୍ମାଣ କାମ ଚାଲିଥିବା ନେଇ ସୂଚନା ମିଳିଛି। କିଆ ଏସ୍ପି ୨ ଆଇ ମଡେଲର ଏହି କାର୍ଟିରେ ଟାଇଗର୍ ନେଜ୍ ମଡେଲ୍ର ହେଡ୍ଲାଇଟ୍ ରହିବ। କାର୍ଟିରେ ଲୋକେସନ୍, ଜିପିଏସ୍ ଟ୍ରାକର ସହିତ ଏକ ଟଚ୍ ସ୍କ୍ରିନ୍ କନେକ୍ଟିଭିଟି ରହିଛି ଯାହା ଦ୍ବାରା କଲ୍ ଏବଂ ମେସେଜିଂ ସମ୍ଭବ ହେବ। କାର୍ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ୍ ଦ୍ବାରା ଚାଲିପାରିବ। କାର୍ଟିରେ ଉଭୟ ମାନୁଆଲ ଏବଂ ସ୍ବଂୟଚାଳିତ ଗିଅର୍ ବ୍ୟବସ୍ଥା ରହିବ। କାର୍ଟିର ମୂଲ୍ୟ ୧୦ ରୁ ୧୫ ଲକ୍ଷ ମଧ୍ୟରେ ରହିବାର ଥିବାବେଳେ ଏହା ହ୍ୟୁଣ୍ଡାଇ କ୍ରେଟା, ଟାଟା ହ୍ୟାରିୟର, ନିସାନ୍ କିକ୍ସ ଏବଂ ରେନଲ୍ଟ କ୍ୟାପ୍ଟର ସହିତ ପ୍ରତିଦ୍ବନ୍ଦିତା କରିବ।
ଭୋଟଦାନ ପାଇଁ ଯୁବ ଭୋଟରଙ୍କୁ ମୋଦିଙ୍କ ନିବେଦନ
ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ପୂର୍ବରୁ ଅଧିକ ସଂଖ୍ୟାରେ ଯୁବ ଭୋଟରଙ୍କୁ ଭୋଟଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି ମୋଦି। ମୋଦି ଲେଖିଛନ୍ତି ‘ପ୍ରିୟ ଭାରତୀୟ ଜନତା, ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆଜିଠୁ ଆରମ୍ଭ ହେଉଛି। ମୁଁ ନିଶ୍ଚୟ ଯେ ଆପଣ ମାନେ ଅଧିକ ସଂଖ୍ୟାରେ ଭୋଟ କରି ଗଣତନ୍ତ୍ରକୁ ଶଶକ୍ତ କରିବେ। ଅଧିକରୁ ଅଧିକ ଯୁବ ଭୋଟର ପୁଲିଂ ବୁଥ୍କୁ ଯିବା ସହିତ ଭୋଟ ଦାନ କରନ୍ତୁ। ସେହିପରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ‘ନ୍ୟାୟ’ ପାଇଁ ଭୋଟ ପ୍ରଦାନ କରିବାକୁ ନିବେଦନ କରି ଟ୍ବିଟ୍ କରିଛନ୍ତି। ଆଜି ଭୋଟ କରିବା ସମୟରେ ବେକାର ଯୁବକ, ଅବହେଳିତ କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଜାତିପ୍ରଥା ଯୋଗୁଁ ନିର୍ଯାତିତ ଲୋକଙ୍କୁ ମନେପକାଇ ଭୋଟ କରନ୍ତୁ ବୋଲି ରାହୁଲ ନିବେଦନ କରିଛନ୍ତି।
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୫.୩୦ ରେ ମକ୍ ପୋଲ ପରେ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଏହି ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଏବଂ ଏହି ସମସ୍ତ ଲୋକସଭା ଅନ୍ତର୍ଗତ ୩୫ ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ୯୧୧୭ ଟି ବୁଥରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରଙ୍କ ମଧ୍ୟରେ ୩୯ ଲକ୍ଷ ୪୫ ହଜାର ୦୨୫ ଗଣ ପୁରୁଷ ରହିଥିବା ବେଳେ ୩୭ ଲକ୍ଷ ୪୭ ହଜାର ୪୯୩ ଜଣ ମହିଳା ଭୋଟର ରହିଛନ୍ତି। ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ୩୫ ବିଧାନସଭା ପାଇଁ ୨୪୪ ଜଣ ପ୍ରାର୍ଥୀ ରହିଥିବା ବେଳେ ୫ଟି ଲୋକସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ରହିଛନ୍ତି। ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି।
ଆଜି ପରଦାକୁ ଆସିଛି କରନ୍ ଜୋହରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମରେ ବରୁନ୍ ଧୱନ, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍ ଓ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ପିରିୟଡିକ୍ ଡ୍ରାମ୍ ଫିଲ୍ମ। ଏହି ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଗତ ଦିନର ଯୋଡ଼ି ସଞ୍ଜୟ ଦତ୍ତ ଓ ମାଧୁରୀଙ୍କୁ ପୁଣି ଥରେ ଦେଖିବାକୁ ମିଳିଛି। ପୂର୍ବରୁ ଫିଲ୍ମର ଟ୍ରେଲର୍କୁ ଦର୍ଶକେ ବହୁତ ପସନ୍ଦ କରିଥିବାବେଳେ ଏହାର ଗୀତଗୁଡ଼ିକ ମଧ୍ୟ ହିଟ୍ ରହିଛି। ଫିଲ୍ମରେ କ୍ରିତି ସାନନ୍ ଓ କିଆରା ଆଡ୍ଭାନୀ ପ୍ରମୁଖ ଅତିଥି କଳାକାର ଭାବେ ନଜର ଆସିଛନ୍ତି। କରନ୍ଙ୍କ ଡ୍ରିମ୍ ପ୍ରୋଜେକ୍ଟ ରୂପେ ଏହି ଫିଲ୍ମକୁ ନେଇ ଦର୍ଶକେ ବହୁତ ଆଶାବାଦୀ ରହିଛନ୍ତି।
ରଣଦୀପ ଜଣେ ବିଫଳ ଅଭିନେତା : ରଙ୍ଗୋଲୀ
ବଲିଉଡ୍ ଅଭିନେତା ରଣଦୀପ ହୁଡାଙ୍କୁ ଆକ୍ରମଣ କରିଛନ୍ତି କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ। ଗଲିବୟ ଚଳଚିତ୍ରରେ ଆଲିଆଙ୍କ ଅଭିନୟକୁ ସମାଲୋଚନା କରିଥିଲେ କଙ୍ଗନା। କଙ୍ଗନା କହିଥିଲେ କି, ଗଲି ବୟରେ ଆଲିଆଙ୍କ ଅଭିନୟ ଅତ୍ୟନ୍ତ ସାଧାରଣ ସ୍ତରର ଥିଲା। ଆଲିଆ ଏହା ଉପରେ କୌଣସି ନକରାତ୍ମକ ମନ୍ତବ୍ୟ ଦେଇନଥିବା ବେଳେ ଆଲିଆଙ୍କ ସପକ୍ଷରେ ମତ ରଖିଥିଲେ ଭର୍ସାଟାଇଲ ଆକ୍ଟର ରଣଦୀପ ହୁଡା। ହୁଡା ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଲେଖିଥିଲେ, ‘ସମସ୍ତ ନକରାତ୍ମକ ମନ୍ତବ୍ୟକୁ ପ୍ରତିହତ କରି ନିଜର ଉତ୍ତମ କଳା ପ୍ରଦର୍ଶନ କରୁଥିବାରୁ ତୁମକୁ ନେଇ ମୁଁ ଗର୍ବିତ’। ଏହି ମନ୍ତବ୍ୟ ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ତୁରନ୍ତ ରଣଦୀପଙ୍କୁ ଆକ୍ରମଣ କରିଥିଲେ। ରଣଦୀପଙ୍କୁ ଜଣେ ବିଫଳ ଅଭିନେତା ବୋଲି କହିବା ସହିତ କରଣ ଜୋହରଙ୍କ ଚାମଚା ବୋଲି ମଧ୍ୟ କହିଥିଲେ। ସେହିପରି ଉଙ୍ଗଲି ଫିଲ୍ମର ସୁଟିଂ ସମୟରେ ରଣଦୀପ କଙ୍ଗନାଙ୍କୁ ନିର୍ଯାତନା ଦେଇଥିବା କଥା ଉଠାଇଥିଲେ ରଙ୍ଗୋଲୀ।
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଧମକ ଦେଇଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି। ରାହୁଲ ନିଜ ମନ୍ତବ୍ୟରେ ମୋଦି ସାଙ୍ଗିଆ ଧାରୀ ସମସ୍ତ ବ୍ୟକ୍ତି ଚୋର ଅଟନ୍ତି। ରାହୁଲଙ୍କ ଏପରି ମନ୍ତବ୍ୟରେ ମୁଁ ଗଭୀର ଭାବରେ ଦୁଃଖିତ ବୋଲି କହିଛନ୍ତି ସୁଶୀଲ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରିବା ସହିତ ସେ ମୋତେ ଆକ୍ରମଣ କରିଛନ୍ତି କାରଣ ମୋର ଶେଷ ନାମ ମଧ୍ୟ ମୋଦିଙ୍କ ସହିତ ସମାନ। ବ୍ୟକ୍ତିଗତ ଭାବରେ ଆହତ ହୋଇଥିବାରୁ ମୁଁ ରାହୁଲଙ୍କ ନାମରେ ମାନହାନି ମୋକଦ୍ଦମା କରିବି ବୋଲି କହିଛନ୍ତି ସୁଶୀଲ ମୋଦି। ମୋଦିଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ତେଜସ୍ବୀ ଯାଦବ। ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ମୋଦି ଶ୍ରୀଜନ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଛନ୍ତି ତେଣୁ ମୁଁ ତାଙ୍କୁ ଚୋର ବୋଲି ସମ୍ବୋଧନ କରୁଛି। ଯଦି ଆପଣଙ୍କର ସାହସ ଅଛି ତେବେ ମୋ ବିରୋଧରେ ମାନହାନି ମୋକଦ୍ଦମା କରି ଦେଖାନ୍ତୁ ବୋଲି କହିଛନ୍ତି ତେଜସ୍ବୀ।
ଚେନ୍ନାଇରେ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଥେନି ଜିଲ୍ଲାର ଅନ୍ଦିପଟ୍ଟିରୁ ଆୟକର ବିଭାଗ ପକ୍ଷରୁ ୧.୪୮ କୋଟି ଟଙ୍କାର ଅର୍ଥ ଜବତ କରାଯାଇଛି। ବୁଧବାର ସକାଳ ୫.୩୦ରେ ଏହି ଚଢାଉ ଶେଷ ହୋଇଥିବା ବେଳେ ସ୍ଥାନୀୟ ଜନତା ଅର୍ଥ ନେଇଯିବାକୁ ବିରୋଧ କରିଥିଲେ। ପୋଲିସ ପକ୍ଷରୁ ଜନତାଙ୍କୁ ହଟାଇବାକୁ ଗୁଳି ଚାଳନା କରାଯିବା ପରେ ଅର୍ଥ ନିଆଯାଇଥିଲା ବୋଲି ଆୟକର ବିଭାଗ ମୁଖ୍ୟ ବି. ମୁରଲୀ କୁମାର ସୂଚନା ଦେଇଛନ୍ତି। ଏପ୍ରିଲ୍ ୧୮ରେ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଓ୍ବାର୍ଡ ନମ୍ବର ଏବଂ ଭୋଟରଙ୍କ ନାମ ଲେଖାଥିବା ୯୪ ଟି ଏନ୍ଭଲପ ଆୟକର ବିଭାଗ ଉଦ୍ଧାର କରିଥିଲା। ଏହି ଅର୍ଥ ଗୁଡିକ ଆମ୍ମା ମକ୍କଲ ମୁନେତ୍ରା କାଝାଗମ୍ କାର୍ଯ୍ୟଳୟରୁ ଉଦ୍ଧାର କରାଯାଇଛି।