Categories
ଖେଳ ବିଶେଷ ଖବର

ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପ୍ରଥମ ଥର ପାଇଁ କଙ୍ଗାରୁ ଦଳର ଟାଇଟଲ୍‌ କବ୍‌ଜା

ସରୋଜ ଜେନା

କ୍ରିକେଟ୍‌ ବିଶ୍ବକପ୍‌ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍‌ ନାମରେ ପରିଚିତ ଏହି ଟାଇଟଲ୍‌କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍‌ ବିଶ୍ବକପ୍‌ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା ବେଳେ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ ଏହାର ଆୟୋଜନ କରିଥିଲେ। ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ଓଭର ସଂଖ୍ୟା ୬୦ ରୁ ୫୦କୁ ହ୍ରାସ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ସହିତ ଆଇସିସି ଟ୍ରଫି ବିଜେତା ଜିମ୍ବାଓ୍ବେ ସ୍ଥାନ ପାଇଥିଲା। ୧୯୮୩ ପରି ଏହି ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍‌ ଲିଗ୍‌ ଏବଂ ନକ୍‌ଆଉଟ ଫର୍ମାଟରେ ଖେଳାଯାଇଥିଲା। ଭାରତର ୧୪ଟି ଷ୍ଟାଡିୟମ୍‌ରେ ଏବଂ ପାକିସ୍ତାନର ୭ଟି ଷ୍ଟାଡିୟମରେ  ସମସ୍ତ ମ୍ୟାଚ୍‌ ଖେଳାଯାଇଥିଲା।
ଲିଗ୍‌ ପର୍ଯ୍ୟାୟ :
ଗ୍ରୁପ୍‌ ଏ ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜିମ୍ବାଓ୍ବେ ରହିଥିବା ବେଳେ ଗ୍ରୁପ୍‌ ବିରେ ପାକିସ୍ତାନ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ। ଭାରତ , ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗ୍ରୁପ୍‌ ଏରେ ପରସ୍ପରକୁ ଥରେ ଲେଖାଏଁ ପରାସ୍ତ କରିବା ସହିତ ସେମିକୁ ଉନ୍ନୀତ ହୋଇଥିଲା। ଉନ୍ନତ ରନ୍‌ରେଟ୍‌ ହାରରେ ଭାରତ ଗ୍ରୁପ୍‌ ଟପ୍ପର ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଭାରତକୁ ୧ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍‌, ଜିମ୍ବାଓ୍ବେକୁ  ୩ରନ୍‌, ନ୍ୟୁଜିଲ୍ୟାଣ୍ଡକୁ ୧୭ ରନ୍‌, ଏବଂ ଜିମ୍ବାଓ୍ବେକୁ ୭୦ ରନ୍‌ରେ ପରାସ୍ତ କରିଥିଲା। ଭାରତ ନିକଟରୁ ଏକମାତ୍ର ମ୍ୟାଚ୍‌ରେ ୫୬ ରନ୍‌ରେ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ। ଗ୍ରୁପ୍‌ ବିରୁ ପାକିସ୍ତାନ  ୫ଟି ବିଜୟ ସହିତ ପ୍ରଥମ ଏବଂ ଇଂଲଣ୍ଡ ୪ଟିବିଜୟ ସହ ଦ୍ବିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଥିଲେ।

ଚେତନଙ୍କ ହ୍ୟାଟ୍ରିକ୍‌ :
ଭାରତୀୟ ପେସ୍‌ ବୋଲର ଚେତନ ଶର୍ମା ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବକପ୍‌ ହାଟ୍ରିକ୍‌ ହାସଲ କରିବାରେ ସକ୍ଷମ ହୋଇଥିଲେ। ଭାରତର ଶେଷ ଲିଗ୍‌ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଚେତନ। କେନ୍‌ ରଦରଫୋର୍ଡ, ଇଆନ୍‌ ସ୍ମିଥ୍‌ ଏବଂ ଏଓ୍ବେନ୍‌ ଚାଟଫେଲ୍ଡଙ୍କୁ ଲଗାତାର ବଲ୍‌ରେ ଆଉଟ କରି  ସେ ଏହି ସଫଳତା ହାସଲ କରିଥିଲେ।

chetan sharama

ସେମି ଫାଇନାଲ :
ସେମିଫାଇନାଲ୍‌ର ଦୁଇଟି ମ୍ୟାଚ୍‌ ମଧ୍ୟରୁ ଗୋଟିଏ ଲାହୋର ଏବଂ ଅନ୍ୟଟି ବମ୍ବେରେ ଅନୁଷ୍ଠିତ ହୋଇଥିଲା। ୪ନଭେମ୍ବରରେ ଲାହୋରରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୮ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୭/୮ସଂଗ୍ରହ କରିଥିବା ବେଳେ ପାକିସ୍ତାନ ବିଜୟ ଠାରୁ ୧୮ ରନ୍‌ ଦୂରରେ ରହି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍‌ ବୁନ୍‌ ସର୍ବାଧିକ ୬୫ ରନ୍‌ ସଂଗ୍ରହ କରିଥିଲେ। ଏମ୍‌ ଭେଲେଟ୍ଟା ୪୮ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଇମ୍ରାନ୍‌ ଖାନ୍‌ ୩୬/୩ର ଫିଗର ହାସଲ କରିଥିଲେ। ଜବାବରେ ପାକିସ୍ତାନ ପକ୍ଷରୁ ଜାଭେଦ୍‌ ମିଆଁଦାଦ୍‌(୭୦) ଏବଂ ଇମ୍ରାନ ଖାନ୍‌(୫୮)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ୧୮ରନ୍‌ ପଛୁଆ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସିଜି ମ୍ୟାକ୍‌ଡେର୍‌ମଟ୍‌ ୪୪ ରନ୍‌ ଦେଇ ୫ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ। କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ଅନ୍ୟ ଏକ ସେମିରେ ଭାରତକୁ ୩୫ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଗ୍ରାହାମ ଗୁଚ୍‌(୧୧୫) ଏବଂ ମାଇକ୍‌ ଗ୍ୟାଟିଂ (୫୬) ବଳରେ ୨୫୪/୬ ସଂଗ୍ରହ କରିଥିଲା। ଜବାବରେ ଭାରତ ପକ୍ଷରୁ କେବଳ ମହମ୍ମଦ ଆଜାରୁଦ୍ଦିନ୍‌(୬୪) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦଳ ବିଜୟରୁ ୩୫ରନ୍‌ ଦୂରରେ ରହିଥିଲା।
ଫାଇନାଲ୍‌ :
କୋଲକାତାର ଇଡେନ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଡେଭିଡ୍‌ ବୁନ୍‌ (୭୫) ଏବଂ ମାଇକ୍‌ ଭେଲେଟ୍ଟା(୪୫)ଙ୍କ ସହାୟତାରେ ୫ଓ୍ବିକେଟ୍‌ରେ ୨୫୩ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୬/୮ରେ ସୀମିତ ରହିଥିଲା। ଇଂଲଣ୍ଡ ପକ୍ଷରୁ ସି ଆଥେ(୫୮), ମାଇକ୍‌ ଗ୍ୟାଟିଂ(୪୧) ଏବଂ ଆଲାନ୍‌ ଲାମ୍ବ(୪୫)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ବିଜୟ ଠାରୁ ୭ରନ୍‌ ଦୂରରେ ରହି ଯାଇଥିଲା। ଡେଭିଡ୍‌ ବୁନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

ରେକର୍ଡ :
ବିଶ୍ବକପ୍‌ ଇତିହାସର ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଭାରତୀୟ ଦ୍ରୁତ ବୋଲର ଚେତନ ଶର୍ମା। ଟୁର୍ଣ୍ଣାମେଣ୍ଟରେ ୯ଟି ଛକ୍କା ମାରିଥିଲେ ନଭଜୋତ୍‌ ସିଦ୍ଧୁ। ଏହା ସହିତ କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ସିଦ୍ଧୁ। ଗ୍ରାହମ ଗୁଚ୍‌ ୮ଟି ମ୍ୟାଚ୍‌ରୁ ସର୍ବାଧିକ ୪୭୧ ରନ୍‌ ସଂଗ୍ରହ କରିଥିବା ବେଳେ କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌  ସର୍ବାଧିକ ୧୮ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ।

Categories
ବିଶେଷ ଖବର

ଆସନ୍ତୁ ଦେଖିବା ଓଡିଶା ରାଜନୀତିରେ ମହାନ ପାରିବାରିକ ନିର୍ବାଚନ ! ଏ ନିର୍ବାଚନ ଅଳ୍ପ କେତୋଟି ପରିବାରର ଉତ୍ସବ ମାତ୍ର !

କେଦାର ମିଶ୍ର

କୁହାଯାଏ, ଗଣତନ୍ତ୍ରରେ ନିର୍ବାଚନ ହେଉଛି ସବୁଠୁ ବଡ ଉତ୍ସବ। ଭାରତ ଯେହେତୁ ପୃଥିବୀର ସବୁଠୁ ବଡ ଗଣତନ୍ତ୍ର, ତେଣୁ ଭାରତର ସାଧାରଣ ନିର୍ବାଚନ ପୃଥିବୀର ସବୁଠୁ ବଡ ଉତ୍ସବ ମନେହେବା ସ୍ଵାଭାବିକ। ତେବେ ଗଣତନ୍ତ୍ରରେ ଗଣଙ୍କ ଶାସନ ଥାଏ। ପରିବାର ଆଧାରିତ ରାଜତନ୍ତ୍ର  ଓ ସାମଂତବାଦ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ। ତେବେ ଓଡିଶା ନିର୍ବାଚନର ପୃଷ୍ଠଭୂମି ଦେଖିଲେ ଲାଗୁଛି, ଏଠି ଗଣତନ୍ତ୍ରର ନୁହଁ, ବରଂ ରାଜତନ୍ତ୍ର ଓ ପରିବାର ଶାସନର ରାଜୁତି ଚାଲିଛି। ବର୍ତ୍ତମାନ ସମୟରେ ରାଜନୀତିରେ ସକ୍ରିୟ ଥିବା ତିନୋଟି ପ୍ରମୁଖ ରାଜନୈତିକ ଦଳରେ ପରିବାରବାଦ ନିଜର କାୟା ବିସ୍ତାର କରିଛି। କଂଗ୍ରେସ, ବିଜେପି ଓ ବିଜେଡିରେ ନିର୍ବାଚନ ଲଢିବାକୁ ଯେଉଁମାନଙ୍କୁ ଟିକଟ ଦିଆଯାଇଛି, ସେମାନଙ୍କ ଭିତରୁ ଏକ ବଡ ଅଂଶ କେତୋଟି ନିର୍ଦ୍ଦିଷ୍ଟ ପରିବାରକୁ ଯାଇଛି। ଏମିତି ବି ହୋଇଛି ଯେ, ଗୋଟିଏ ଗୋଟିଏ ପରିବାର ତିନୋଟି ଯାକ ଦଳରୁ ଟିକଟ ପାଇଛନ୍ତି। ଭାଇ ଗୋଟେ ଦଳରେ ତ ଭଉଣୀ ଆଉ ଗୋଟେ ଦଳରେ। ବାପା ଗୋଟେ ନିର୍ବାଚନ ମଣ୍ଡଳୀରେ ତ ପୁଅ ଆଉ ଗୋଟେ ନିର୍ବାଚନ ମଣ୍ଡଳୀରେ।

ପାରିବାରିକ ରାଜନୀତିର ସବୁଠୁ ଚମକପ୍ରଦ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ମାତ୍ର ଦୁଇଟି ପରିବାର ଏହି ଜିଲାରେ ତିନୋଟି ଯାକ ଦଳର ହର୍ତ୍ତାକର୍ତ୍ତା ବିଧାତା ସାଜିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜେଡି ଓ ବିଜେପିର ଲଗାମ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସର ନିୟନ୍ତ୍ରଣ ରହିଛି। ବିଜେଡ଼ିର ଷ୍ଟାର ପ୍ରଚାରକ ଭାବରେ ଅନଙ୍ଗ ଉଦୟ ସିଂ ଦେଓଙ୍କ ବଡ ପୁଅ କଳିକେଶ ନାରାୟଣ ସିଂ ଦେଓଙ୍କୁ ବଲାଙ୍ଗୀର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସାନପୁଅ ଅର୍କେଶ ସିଂ ଦେଓଙ୍କୁ ବଲାଙ୍ଗୀର ବିଧାନସଭାର ପ୍ରାର୍ଥୀ କରିଛି। ଅନଙ୍ଗ ଉଦୟଙ୍କ ପୁତୁରା କନକ ବର୍ଦ୍ଧନ ସିଂ ଦେଓ ପାଟଣାଗଡ ବିଧାନସଭାରେ ବିଜେପି ପ୍ରାର୍ଥୀ ହୋଇଥିବାବେଳେ କନକ ବର୍ଦ୍ଧନଙ୍କ ଧର୍ମପତ୍ନୀ ସଙ୍ଗୀତା ସିଂ ଦେଓ ବଲାଙ୍ଗୀର ଲୋକସଭାର ପ୍ରାର୍ଥୀ। ପରିବାର ଭିତରେ ବିଜେଡି ଓ ବିଜେପିର ଟିକଟ ଏଇଠି ବଣ୍ଟା ହୋଇ ଯାଇଛି। ତେବେ ଏହି ପରିବାର ବିରୋଧରେ ବଲାଙ୍ଗୀର ବିଧାନସଭା ଆସନରୁ ନରସିଂହ ମିଶ୍ର ଓ ଲୋକସଭା ଆସନରୁ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଟିକଟ ପାଇ ଲଢୁଛନ୍ତି।

କଂଗ୍ରେସ ଦଳରେ ବାପା ଓ ପୁଅଙ୍କୁ ଟିକଟ ଦେବାରେ ଏଥର ରେକର୍ଡ ସୃଷ୍ଟି କରାଯାଇଛି। ବଲାଙ୍ଗୀର ପରେ କଳାହାଣ୍ଡି ଲୋକସଭା ପାଇଁ ଭକ୍ତଚରଣ ଦାସ ଓ ଭବାନୀପାଟଣା ବିଧାନସଭା ଲାଗି ତାଙ୍କ ପୁଅ ସାଗର ଚରଣ ଦାସ, ସୁନ୍ଦରଗଡ ଲୋକସଭା ଲାଗି ଜର୍ଜ ତିର୍କୀ ଓ ବୀରମିତ୍ରପୁର ବିଧାନସଭା ଲାଗି ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀଙ୍କୁ ଟିକଟ ଦିଆ ଯାଇଛି। ସୁନ୍ଦରଗଡ ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଝିଅ ସୁନୀତା ବିଶ୍ଵାଳ ବିଜେଡ଼ିର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ସାନଝିଅ ଅମୀତା ବିଶ୍ଵାଳ ସୁନ୍ଦରଗଡ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ବିଜେପି ନିଜକୁ କ୍ୟାଡର ଭିତ୍ତିକ ଏକ ଦଳ ବୋଲି କହୁଥିଲେ ମଧ୍ୟ ଏହାର ଅନେକ ଟିକଟ ବିଭିନ୍ନ ପରିବାର ଭିତରେ ବଣ୍ଟା ହୋଇ ରହିଛି। ବିଜେପି କନକ ବର୍ଦ୍ଧନ ଓ ସଙ୍ଗୀତାଙ୍କ ପରେ ବ୍ରହ୍ମପୁର ଲୋକସଭା ପାଇଁ ପୂର୍ବତନ ମନ୍ତ୍ରୀ ହରିଶଚନ୍ଦ୍ର ବକ୍ସି ପାତ୍ରଙ୍କ ପୁଅ ଭୃଗୁ ବକ୍ସି ପାତ୍ର (ତାଙ୍କ ଭଉଣୀ ଲୋପାମୁଦ୍ରା ବକ୍ସି ପାତ୍ର ବିଜେଡିରେ ଅଛନ୍ତି), ଆସ୍କା ଲୋକସଭା ପାଇଁ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀଙ୍କୁ ଟିକଟ ଦିଆଯାଇଛି।

ଆଗାମୀ ଦିନରେ ଉପକୂଳ ଓଡିଶାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା ପରେ ଏହି ତାଲିକା ଢେର ଲମ୍ବା ହେବାକୁ ଯାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଅନନ୍ତ ସେଠୀ ଓ  ତାଙ୍କ ପୁଅ କୁମାର ଚିରଞ୍ଜିବୀ ପ୍ରମୁଖଙ୍କ ନାଁ ଏବେ ଶୁଣାଯାଉଛି। ଏଠି ପ୍ରଶ୍ନ ଉଠୁଛି, ଯଦି ଗୋଟେ ପରିବାର ଭାଗ ବାଣ୍ଟି ବିଭିନ୍ନ ଦଳର ଟିକଟ ପାଇ ବନ୍ଧୁତ୍ବପୂର୍ଣ୍ଣ ଲଢେଇ କରୁଛନ୍ତି, ସେଠି ଏହି ସବୁ ନେତାଙ୍କ ସମର୍ଥକମାନେ ନିଜ ନିଜ ଭିତରେ ମାଡ଼ଗୋଳ ଲାଗୁଛନ୍ତି କାହିଁକି? ଭାରତୀୟ ରାଜନୀତିରେ ପରିବାରବାଦ ଏକ ଗ୍ରହଣୀୟ ସତ୍ୟ ଓ ସମୟକ୍ରମେ ସବୁଦଳ ଏହାକୁ ନିଜର ଅସ୍ଥି ମଜ୍ଜାଗତ କରି ସାରିଲେଣି। ଯେଉଁମାନେ ଏକଦା କଂଗ୍ରେସର ପରିବାରବାଦ ବିରୋଧରେ ବହୁତ ପ୍ରବଚନ ଦେଉଥିଲେ, ସେମାନେ ଏବେ ନିଜ ନିଜ ପରିବାରକୁ ବିଭିନ୍ନ ଦଳରେ ଥଇଥାନ କରି ଚାଲିଛନ୍ତି। ଏ ପ୍ରକାର ପାରିବାରିକ ରାଜନୀତିର ସବୁଠୁ ଖରାପ ପ୍ରଭାବ ପଡୁଛି ସାଧାରଣ ନେତା ଓ କର୍ମୀଙ୍କ ଉପରେ।

ବଲାଙ୍ଗୀର ଜିଲା ରାଜନୀତିରେ ଦଶନ୍ଧି ଦଶନ୍ଧି ଧରି ତିନୋଟି ପରିବାରର ରାଜତ୍ଵ ଚାଲିଛି। ତିନୋଟି ଯାକ ମୁଖ୍ୟ ରାଜନୈତିକ ଦଳ ଏଇ ତିନୋଟି ପରିବାରର ଜମିଦାରୀ। ସେଇ ଜମିଦାରୀ ଭିତରେ ଅନ୍ୟ କର୍ମୀମାନେ ରୟତ ବା ପ୍ରଜା ହୋଇ ରହିବେ କାହିଁକି? ଏହି ତିନୋଟି ଦଳର କର୍ମୀମାନେ ନିଜକୁ ପଚାରିବା ଉଚିତ, ସେମାନେ ତିନୋଟି ରାଜନୈତିକ ପରିବାରର କ୍ରୀତଦାସ ନା ସେମାନଙ୍କର ମଧ୍ୟ କିଛି ରାଜନୈତିକ ଅସ୍ତିତ୍ଵ ରହିଛି ?

Categories
ଆଜିର ଖବର

ଗୋଲ୍ଡେନ ଗ୍ଲୋବ ବିଜେତା କ୍ୟାଥେରିନ ହେଲମଣ୍ଡଙ୍କ ୮୯ ବର୍ଷ ବୟସରେ ଦେହାନ୍ତ

ଲୋକପ୍ରିୟ ଟିଭି ଶୋ ‘ହୁ ଇଜ୍‌ ଦ ବସ୍‌’ ର ଅଭିନେତ୍ରୀ ତଥା ଦୁଇ ଦୁଇ ଥର ଗୋଲ୍ଡେନ ଗ୍ଲୋବ ବିଜେତା କ୍ୟାଥେରିନ ହେଲମଣ୍ଡଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି  । ଆଲଜିମର ରୋଗର ଜଟିଳତା ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ହେଲମଣ୍ଡ ସାତ ଥର ଏମୀ ଆୱାର୍ଡ୍ସ ପାଇଁ ବିବେଚିତ ହୋଇଛନ୍ତି ସେଥି ମଧ୍ୟରେ ୨୦୦୨ ରେ ଟିଭି ଶୋ ଏଭ୍ରିବୋଡି ଲଭ୍ସ ରେମଣ୍ଡ ଭଳି ଟିଭି ଶୋ ଅନ୍ତର୍ଗତ । ‘ହୁ ଇଜ୍‌ ଦ ବସ୍‌’ରେ ଜୁଡିଥ୍‌ ଲାଇଟ୍ସ ମଦର ମୋନା ରବିନ୍‌ସନ୍‌ ଭାବେ ବେଶ୍‌ ପ୍ରଶଂସା ସାଉଁଟିଥିଲେ । ଏହି ଶୋ’ରେ ଟୋନି ଡାନ୍‌ଜା ଓ ଆଲେସା ମିଲାନୋ ପ୍ରମୁଖ ଅଭିନୟ କରୁଥିଲେ । ଏହି ଧାରାବାହିକ ପାଇଁ କ୍ୟାଥେରିନ୍‌ ୧୯୮୯ ମସିହାରେ ଶ୍ରେଷ୍ଠ ସହଯୋଗୀ କଳାକାରର ସମ୍ମାନ ପାଇଥିଲେ ।

 

Categories
ଆଜିର ଖବର

ଅକ୍ଷୟଙ୍କ ବଦାନ୍ୟତା : ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ  କରିଛନ୍ତି 

ବଲିଉଡ୍‌ ଖିଲାଡ଼ିଷ୍ଟାର୍‌ ସବୁବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥା’ନ୍ତି । ତେବେ ସାମାଜିକ କ୍ଷେତ୍ରରେ ସାହାଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅକ୍ଷୟ କୁମାର। ଶହୀଦଙ୍କ ପରିବାରକୁ ହେଉ ଅଥବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ସବୁବେଳେ ବଦାନ୍ୟତାର ହାତ ବଢାଇଛନ୍ତି ଏହି ସୁପରଷ୍ଟାର୍‌ ଜଣକ । ନିକଟରେ ମହାରାଷ୍ଟ୍ରରେ ଏକ ସାମୁହିକ ବିବାହରେ ୧୦୦ ଯୋଡା ବରକନ୍ୟାଙ୍କୁ ୧ଲକ୍ଷ ଲେଖାଁ ଟଙ୍କା ଦାନ କରିଛନ୍ତି । କାରଣ ଏମାନେ ସମସ୍ତେ ଥିଲେ ଅତି ଗରବି ଘରର ପିଲା। ନିକଟରେ ଅକ୍ଷୟ କୁମାର ପୁଲ୍‌ୱାମା ଆକ୍ରମଣରେ ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ କରିଥିଲେ । ଅକ୍ଷୟଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘କେଶରୀ’ ପରଦା ଉପରକୁ ଆସିବାର ରହିଛି । ଏଥିରେ ସେ ଜଣେ ଶିଖ୍‌ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି । ଏହାର ଟ୍ରେଲର୍‌କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ନିକଟରେ ଏହି ଫିଲ୍ମର ଗୋଟିଏ ଗୀତ ରିଲିଜ୍‌ ହୋଇଛି, ଏଥିରେ ଅକ୍ଷୟଙ୍କ ଡ୍ୟାନ୍ସ ବେଶ୍‌ ଲାଜଓ୍ବାବ୍‌ ରହିଛି ।

Categories
ଆଜିର ଖବର

୧୭ତମ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ ହେବେ ତବୁ

ଜାତୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ତବୁଙ୍କୁ ଲସ୍‌ଏଞ୍ଜେଲ୍‌ଠାରେ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ କରାଯିବ । ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  କ୍ରିଷ୍ଟିନା ମାରୁୱାଡା ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ସିନେମାରେ ତବୁଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯିବ । ଜଣେ ସାହସୀ, ବହୁ ପ୍ରତିଭା ସମ୍ପନ୍ନ ତଥା ଉଚ୍ଚକୋଟୀର ଅଭିନୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ । ଭାରତୀୟ ସିନେମାରେ ଜଣେ ପ୍ରତିଭାସମ୍ପନ୍ନ ମହିଳା ଭାବରେ ତବୁଙ୍କ ଅବଦାନ ବେଶ୍‌ ଉଲ୍ଲେଖନୀୟ ରହିଛି । ୨୦୧୯ର ଏହି ଫିଲ୍ମୋତ୍ସବରେ ମହିଳା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶିକାଙ୍କ ଦ୍ଵାରା ଫିଲ୍ମଗୁଡ଼ିକ ଏହି ଅବସରରେ ପ୍ରଦର୍ଶନ କରାଯିବ ।  ନିକଟରେ ରିଲିଜ୍‌ ହୋଇଥିବା ତବୁଙ୍କ ଫିଲ୍ମ ‘ଅନ୍ଧାଧୁନ୍‌’ ମଧ୍ୟ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶନ କରାଯିବ । ଏହି ଫିଲ୍ମରେ ତବୁଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା ଓ ରାଧିକା ଆପ୍ତେ ପ୍ରମୁଖ ଭୂମିକାରେ ରହିଥିଲେ । ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଅନାମିକା ହକ୍‌ସାର୍‌ଙ୍କ ‘ଟେକିଂ ଦ ହର୍ଷ ଟୁ ଇଟ୍‌ ଜଲେବିସ୍‌’, କିମ୍ବଦନ୍ତୀ ବଙ୍ଗାଳୀ ଅଭିନେତ୍ରୀ ଲଲିତା ଚାଟ୍ଟାର୍ଜୀଙ୍କୁ ନେଇ ନିର୍ମିତ ତଥା ଆଦିତ୍ୟ ବିକ୍ରମଙ୍କ ଫିଲ୍ମ ‘ଜୋନାକୀ’, ଦାର ଗାଇଙ୍କ ’ନାମଦେବ ବୋହୂ ଇନ ସର୍ଚ୍ଚ ଅଫ୍‌ ସାଇଲେନ୍ସ’, ରିତୁ ସରିନ୍‌ ଓ ଟେନ୍‌ଜିଂ ସୋନମ୍‌ଙ୍କ ‘ଦି ସ୍ଵିଟ୍‌ ରିକ୍ୟୁମ୍‌’ ଓ  କ୍ରିତି କୁଲ୍‌ହାରୀ ଓ ନବୀନ କସ୍ତୁରିଆଙ୍କ ସର୍ଟ ଫିଲ୍ମ ‘ମାୟା’ ପ୍ରମୁଖ ଏହି ଫିଲ୍ମୋତ୍ସବରେ ପ୍ରଦର୍ଶିତ ହେବ । ୧୭ତମ ଫିଲ୍ମୋତ୍ସବ ଏପ୍ରିଲ୍‌ ୧୧ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Categories
ଆଜିର ଖବର

ବିଶ୍ଵବିଜେତା ସୌରଭ ଚୌଧୁରୀ

ନୂଆଦିଲ୍ଲୀ ଠାରେ ଚାଲିଥିବା ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡା ମହାସଂଘ (ଆଇଏସଏସଏଫ) ବିଶ୍ଵକପରେ ଭାରତର ଆଉ ଏକ ବଡ ସଫଳତା। ୧୬ ବର୍ଷୀୟ ସୌରଭ ଚୌଧୁରୀ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଦେଶକୁ ଦେଇଛନ୍ତି ଆଉ ଏକ ସ୍ଵର୍ଣ୍ଣ। ଏହି କମ ବୟସ୍କ ନାବାଳକ ଯୁବକ ୧୦ ମିଟର ଏୟାର ପିସ୍ତଲରେ ବିଜୟ ହୋଇ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ଅନ୍ତିମ ରାଉଣ୍ଡରେ ସୌରଭ ଚୌଧୁରୀ ନିଶାନ ଲଗାଇ ବିଶ୍ଵ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ସେ ୨୪୫ ଅଙ୍କ ପାଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ,ସର୍ବିଆ  ଦ୍ଵିତୀୟ ସ୍ଥାନ ଏବଂ ଚୀନ ତୃତୀୟ ସ୍ଥାନ ଅଧିକାର କରିଛି। ସେ ଦୁଇ ଦେଶର ଖେଳାଳି ଯଥାକ୍ରମେ ୨୩୯ ଏବଂ ୨୧୫ ଅଙ୍କ ପାଇଥିଲେ। ପୂର୍ବରୁ ଅପୂର୍ବୀ ଚାଣ୍ଡେଲ ମହିଳା ବର୍ଗରେ ବିଶ୍ଵରେକର୍ଡ ସହ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ।

Categories
ଆଜିର ଖବର

ପ୍ରବୀଣ ତୋଗାଡ଼ିୟା ଗଢିଲେ ନୂଆ ଦଳ

ପୂର୍ବ ବିଶ୍ଵ ହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡ଼ିୟା ଗଢିଲେ ନୂଆ ଦଳ, ଯାହାର ନାମ ରହିଛି “ହିନ୍ଦୁସ୍ଥାନ ନିର୍ମାଣ ଦଳ”। ସେ ନୂଆ ଦଳ ଗଢିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି, ରାମ ମନ୍ଦିର ଗଢିବାର ପ୍ରତିଶୃତି ଦେଇ ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି । ତୋଗାଡିୟା କହିଛନ୍ତି ଯିଏ ପ୍ରଭୁ ରାମଙ୍କର ହୋଇପାରିଲେନି ସେ ଜନତାଙ୍କର କେମିତି ହୋଇପାରିବେ ? ୨କୋଟି ଚାକିରି ଦେବାର ପ୍ରତିଶୃତି ଆଜି ମିଥ୍ୟା ପାଲଟିଛି, ବେକାରି ସମସ୍ୟା ଆଜି ଦ୍ରୁତଗତିରେ ବଢିବାରେ ଲାଗିଛି କହି ପ୍ରବୀଣ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କର ବିମୁଦ୍ରାକରଣ, ଜିଏସଟି ନିତି ଦ୍ୱାରା ଗରିବଲୋକଙ୍କର ଅନେକ କ୍ଷତି ହୋଇଛି । ଦେଶର ଆଇନ ବ୍ୟବସ୍ଥା ନୈରାଶ୍ୟଜନକ କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କଟକଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ କର୍ମୀସମ୍ମିଳନୀରେ ରାଜ୍ୟର ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମ୍ନସ୍ତରର କହି ରାଜ୍ୟ ସରକାରଙ୍କୁ ସମାଲୋଚନ କରିଥିଲେ । “ହିନ୍ଦୁସ୍ଥାନ ନିର୍ମାଣ ଦଳ” କ୍ଷମତାକୁ ଆସିଲେ ତୁରନ୍ତ ରାମମନ୍ଦିର ନିର୍ମାଣ କରିବ ବୋଲି ପ୍ରବୀଣ ତୋଗାଡିୟା ପ୍ରତିଶୃତି ଦେଇଛନ୍ତି ।

Categories
ଆଜିର ଖବର

ଷ୍ଟ୍ରିଟ ଚାଇଲ୍ଡ କ୍ରିକେଟ ୱାର୍ଲ୍ଡ କପ ୨୦୧୯ର ଭାରତର ରାଷ୍ଟ୍ରଦୂତ ହେଲେ ଗାଙ୍ଗୁଲି

ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ଲର୍ଡ୍ସରେ ଖେଳାଯିବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ଫାଇନାଲ ପାଇଁ ଭାରତୀୟ ଦଳର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି ।ସୌରଭ ବର୍ତ୍ତମାନ କ୍ରିକେଟ ଆସୋସିଆସନ ଅଫ ବେଙ୍ଗଲର ଅଧ୍ୟକ୍ଷ ଏବଂ ୱିସ୍ଡେନ ଇଣ୍ଡିଆର ସମ୍ପାଦକ ମଣ୍ଡଳୀର ଅଧ୍ୟକ୍ଷ ଅଛନ୍ତି  । ଆଗକୁ ଖେଳା ଯିବାକୁ ଥିବା ଆଇସିସି କ୍ରିକେଟ ୱାର୍ଲ୍ଡ କପ ଅବସରରେ ମଇ ୨୦୧୯ ରେ ଶିଶୁ ମାନଙ୍କ ପାଇଁ ହେବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପରେ ଭାରତ ଦୁଇ ଦଳକୁ ନେଇ ପଡିଆକୁ ଓହ୍ଳାଇବ । ଶିଶୁ ସୁରକ୍ଷା ପାଇଁ ହୋପ ଫାଉଣ୍ଡସନ, ମ୍ୟାଜିକ ବସ ଏବଂ କରୁଣାଳୟ ସହଯୋଗରେ ଅନୁଷ୍ଠିତ ହେଉଛି ।  ପ୍ରେସ କନଫେରେନ୍ସରେ ସୌରଭ କହିଲେ ଯେ ଭାରତରେ ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ପାଇଁ ରାଷ୍ଟ୍ରଦୂତ ହେବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ମୋ ନିଜ ଅନୁଭୂତିରୁ ଜାଣେ ଯେ ଦେଶର ଅବହେଳିତ ଶକ୍ତିକୁ ବାହାରକୁ ଆଣିବାରେ ଖେଳର ମହତ୍ଵପୂର୍ଣ୍ଣ ଭୂମିକା ଅଛି । ଏହି ପ୍ରୟାସ ଲମ୍ବା ସମୟ ଧରି ବାଉଣ୍ଡରୀ ବାହାରେ ଥିବା ଶିଶୁଙ୍କୁ ଉତ୍କୃଷ୍ଟ ଖେଳ ପଡିଆ ଯୋଗାଇ ଦେବ । ମୁଁ ଏ ମହତ ଉଦ୍ଦେଶ୍ୟ କୁ ସମର୍ଥନ କରୁଛି ଏବଂ  ଲର୍ଡ୍ସ ପଡିଆରେ ଖେଳିବାକୁ ପ୍ରସ୍ତୁତ ଥିବା ଭାରତୀୟଙ୍କ ସହ ଅଛି ।

Categories
ଆଜିର ଖବର

Tejaswi exhorts people not to allow MPs to enter their constituencies

Leader of Opposition in Bihar Assembly Tejaswi Yadav today urged people not to allow MPs from backward castes and Dalit community for their failure to demand for enhancement in the reservation quota for majority section of the society.

RJD leader Mr Yadav in his official Twitter account while addressing to people said, “If your MP is backward or Dalit, do not allow him to enter into your constituencies as they have not demanded for increasing reservation quota for you and majority section of the society. Such coward and meek people are not fit to become your MPs”.

The Leader of Opposition said, “I am not opposed to reservation for upper castes poor but he is opposing the manner in which related law is being implemented”.

He said, no study was conducted prior to amendment in the constitution for providing 10 per cent reservation to upper castes poor, no survey was conducted and also no commission was constituted for the purpose. The Centre got constitution amendment bill passed in a hurry, he said alleging the reservation system enforced in this way would also meet the fate of demonetisation.

On Supreme Court`s scathing remarks against Bihar government over Mufaffarpur`s short stay home sexual exploitation case, Mr Yadav said, “Chief Minister Nitish Kumar`s conscience drowned in Ganga river and now lost in Bay of Bengal. Chief Minister is keeping silence despite such adverse comments by Supreme Court,” he added.(UNI)

Categories
ଆଜିର ଖବର

Snapdeal announces Republic Day edition of deals of India

Snapdeal, an e-commerce marketplace, is set to kick-start five-day Republic Day edition of Deals of India from January 20.
The sale offers a large collection of attractively priced TVs, home appliances, kitchen essentials and winter items.
It has a huge variety of fun winter apparel including stylish jackets, cute beanies and multi-coloured skull caps. There are special deals on hot water bags, heating pads and heel repair silicone sleeves.
Winter appliances, a range of hair building fibres, fitness gadgets, equipments and accessories and dry fruits would also be available during the sale.
The sale has blockbuster deals on appliances like TVs from Intex, Westway and more starting Rs 3999. Vacuum cleaners start at Rs 1799 with multi-purpose American
Micronic wet and dry vacuum cleaner priced at Rs 6,799.
SBI debit card users get an additional 10 per cent discount. (UNI)