ପ୍ରବୀଣ ତୋଗାଡ଼ିୟା ଗଢିଲେ ନୂଆ ଦଳ

Published: Feb 24, 2019, 4:44 pm IST
praveen togadiya forms new party named as hindusthan nirmana dal

ପୂର୍ବ ବିଶ୍ଵ ହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡ଼ିୟା ଗଢିଲେ ନୂଆ ଦଳ, ଯାହାର ନାମ ରହିଛି “ହିନ୍ଦୁସ୍ଥାନ ନିର୍ମାଣ ଦଳ”। ସେ ନୂଆ ଦଳ ଗଢିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି, ରାମ ମନ୍ଦିର ଗଢିବାର ପ୍ରତିଶୃତି ଦେଇ ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି । ତୋଗାଡିୟା କହିଛନ୍ତି ଯିଏ ପ୍ରଭୁ ରାମଙ୍କର ହୋଇପାରିଲେନି ସେ ଜନତାଙ୍କର କେମିତି ହୋଇପାରିବେ ? ୨କୋଟି ଚାକିରି ଦେବାର ପ୍ରତିଶୃତି ଆଜି ମିଥ୍ୟା ପାଲଟିଛି, ବେକାରି ସମସ୍ୟା ଆଜି ଦ୍ରୁତଗତିରେ ବଢିବାରେ ଲାଗିଛି କହି ପ୍ରବୀଣ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କର ବିମୁଦ୍ରାକରଣ, ଜିଏସଟି ନିତି ଦ୍ୱାରା ଗରିବଲୋକଙ୍କର ଅନେକ କ୍ଷତି ହୋଇଛି । ଦେଶର ଆଇନ ବ୍ୟବସ୍ଥା ନୈରାଶ୍ୟଜନକ କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କଟକଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ କର୍ମୀସମ୍ମିଳନୀରେ ରାଜ୍ୟର ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମ୍ନସ୍ତରର କହି ରାଜ୍ୟ ସରକାରଙ୍କୁ ସମାଲୋଚନ କରିଥିଲେ । “ହିନ୍ଦୁସ୍ଥାନ ନିର୍ମାଣ ଦଳ” କ୍ଷମତାକୁ ଆସିଲେ ତୁରନ୍ତ ରାମମନ୍ଦିର ନିର୍ମାଣ କରିବ ବୋଲି ପ୍ରବୀଣ ତୋଗାଡିୟା ପ୍ରତିଶୃତି ଦେଇଛନ୍ତି ।

Related posts