Categories
ଆଜିର ଖବର

ଚଳିତ ବର୍ଷ ସାହିତ୍ୟରେ ମିଳିବ ଦୁଇଟି ନୋବେଲ୍‌ ପୁରସ୍କାର

ଚଳିତ ବର୍ଷ ସାହିତ୍ୟ ପାଇଁ ଦୁଇଟି ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ । ସ୍ବିଡିସ୍‌ ଏକାଡେମୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତବର୍ଷ ଯୌନ କେଳେଙ୍କାରୀକୁ ନେଇ ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାରକୁ ବାତିଲ୍‌ କରାଯିବା ପରେ ଚଳିତ ବର୍ଷ ସାହିତ୍ୟ ପାଇଁ ଦୁଇଟି ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏକାଡେମୀ ପକ୍ଷରୁ ଷ୍ଟକହୋମଠାରେ ପ୍ରକାଶିକ ଏକ ବିବୃତ୍ତିରେ ଏହା ପ୍ରକାଶ କରାଯାଇଛି । ୨୦୧୮-୨୦୧୯ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ୧୯୪୯ ମସିହାରୁ ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର ଦିଆଯାଉଥିଲା । ପ୍ରଥମଥର ପାଇଁ ଗତବର୍ଷ ଏହି ପୁରସ୍କାରକୁ ବନ୍ଦ ରଖାଯାଇଥିଲା ।