Categories
ଆଜିର ଖବର ଜାତୀୟ ଖବର

ମୌଲାନଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେଲେ ହଜାର ହଜାର ଲୋକେ : ତିନୋଟି ଗ୍ରାମକୁ ସିଲ୍‌ କଲା ପ୍ରଶାସନ

ନଗାଁଓ୍ବ : ଦେଶରେ ନିରନ୍ତର ଭାବେ କରୋନା ମାମଲା ବଢିଚାଲିଛି । ଏହି ସମୟରେ ଆସାମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ନଗାଁବ ଜିଲ୍ଲାରେ କରୋନା କଟକଣାକୁ ଉଲ୍ଲଂଘନ କରି ମୌଲାନଙ୍କ ଅନ୍ତିମ ସଂସ୍କାରରେ  ପ୍ରାୟ 10 ହଜାର ଲୋକ ସାମିଲ୍‌ ହୋଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନ କରୋନା ଡରରେ ଆଖପାଖର ତିନୋଟି ଗ୍ରାମକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିଛି । ମୃତକ ମୌଲାନଙ୍କ ବୟସ 87 ବର୍ଷ ବୟସ ହୋଇଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଜୁଲାଇ ଦୁଇ ତାରିଖରେ ଭାରତୀୟ ଜମିୟତ୍‌ ଉଲେମାର ଉପାଧ୍ୟକ୍ଷ ଖେରୁଲ୍‌ ଇସ୍‌ଲାମ୍‌ଙ୍କୁ କବର ଦିଆଟାଇଥିଲା । ଖୈରୁଲ୍‌ ଇସ୍‌ଲାମ୍‌ ଧର୍ମର ଜଣେ ପ୍ରତିଷ୍ଠିତ ଧର୍ମଗୁରୁ ଥିଲେ । ସେଥିପାଇଁ ତାଙ୍କ ମୃତ୍ୟ ପରେ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ହୋଇଥିଲା । ଖୈରୁଲ୍‌ଙ୍କ ପୁତ୍ର ଅମିନୀଲୁ ଇସ୍‌ଲାମ୍‌ ନଗାଓ୍ବ ଜିଲ୍ଲା ଢୀଙ୍ଗ ବିଧାନସଭାରୁ ବିଧାୟକ ରହିଛନ୍ତି । ସେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ବହୁତ ଭିଡ୍‌ ଦେଖାଯାଇଛି ।

ନଗାଓ୍ବ ଜିଲ୍‌ଲାର ଉପାୟୁକ୍ତ ଯାଦବ ସୌକିଆ କହିଛନ୍ତି ଯେ, ଏହି ଘଟଣାରେ ଦୁଇଟି ମାମଲା ଦାଏର ହୋଇଛି। ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥବା ଲୋକାମାନେ ନିୟମର ଉଲ୍ଲଂଘନ କରିଛନ୍ତି । ଏହି ମାମଲାକୁ ନେଇ ପୋଲିସ୍‌ ତରଫରୁ ଏକ ମାମଲା ରୁଜୁ ହୋଇଥିବାବେଳେ ମାଜିଷ୍ଟ୍ରେଟ୍‌ ମଧ୍ୟ କେସ୍‌ ଦାଏର କରିଛନ୍ତି । ଏହା ସହିତ କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି ତିନି ଗ୍ରାମକୁ ସିଲ୍‌ କରାଯାଇଛି । ଏହି ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । (ଏଜେନ୍ସି)