Categories
ଆଜିର ଖବର

ବାଣୀବିହାର ହଷ୍ଟେଲରୁ ଅଣଛାତ୍ର ହଟିଲେ

ଭୁବନେଶ୍ବର ବାଣୀବିହାର ହଷ୍ଚେଲରେ ଅଣଛାତ୍ରମାନେ ଥିବା ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚରେ ଧରାପଡିଥିବା ଅଣଛାତ୍ରମାନଙ୍କୁ ହଷ୍ଟେଲରୁ ବାହାର କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଇଛି । ଅଣଛାତ୍ରମାନଙ୍କ ଯୋଗୁ ବାଣୀବିହାରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଥିବାରୁ କର୍ତ୍ତୃପକ୍ଷ  ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଯାଞ୍ଚ ବେଳେ ବାଣୀବିହାର ପରିସରରେ  ୪ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ବାଣୀବିହାର ହଷ୍ଟେଲରେ ରହୁଥିବା କେତେଜଣ ଅଣଛାତ୍ର ସଂପୃକ୍ତ ଥିବା ଜଣାପଡିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଶତାଧିକ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି ।